ନିଷିଦ୍ଧ ୫୯ ଚୀନ୍‌ ଆପ୍‌କୁ କଡ଼ା ଚେତାବନୀ, ଲୁଚାଛପାରେ ଆପ୍ ଉପଲବ୍ଧ କରାଇବା ବେଆଇନ

ନିୟମ ପାଳନ କର, ନହେଲେ କଠୋର କାର୍ଯ୍ୟାନୁଷ୍ଠାନ

ଚୀନ୍‌ର ଆଉ ଦୁଇ ଆପ୍‌ ନିଷିଦ୍ଧ

https://entrackr.com

ନୂଆଦିଲ୍ଲୀ: ଚୀନ୍‌ର ୫୯ଟି ଆପ୍ ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଜାରି କରିଛନ୍ତି। ଏହା ସ‌ତ୍ତ୍ବେ କିଛି ଆପ୍ ଲୁଚାଛପାରେ ଉପଲବ୍ଧ ହେଉଛି। ଏବିଷୟରେ ଜାଣିବା ପରେ କେନ୍ଦ୍ର ସରକାର କଂପାନିଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ନିଷେଧାଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କଂପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। କିଛି ଦିନ ତଳେ ଲଦାଖ୍‌ର ଗଲ୍‌ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ କେନ୍ଦ୍ର ସରକାର ଟିକ୍‌ଟକ୍, କ୍ୟାମ୍‌ସ୍କାନର୍‌ ଓ ୟୁସି ବ୍ରାଉଜର ଭଳି ଚୀନ୍‌ର ୫୯ଟି ଆପ୍‌କୁ ନିଷିଦ୍ଧ ଘୋଷଣା କରିଥିଲେ।

publive-image

ଏହା ଦ୍ବାରା ଟିକଟକ୍‌ ସର୍ବାଧିକ ପ୍ରଭାବିତ ହୋଇଛି। ଦେଶର ନିରାପତ୍ତା ଓ ସଂହତି ପ୍ରତି ବିପଦ ଥିବା କାରଣ ଦର୍ଶାଇ ଆପ୍‌ଗୁଡ଼ିକୁ ନି‌ଷିଦ୍ଧ କରାଯାଇଛି। ତେବେ ନିଷିଦ୍ଧ ହୋଇଥିବା କିଛି ଆପ୍ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଭାରତ‌ର ସ୍ମାର୍ଟଫୋନ୍‌ଗୁଡ଼ିକରେ କାମ କରୁଥିବା ସରକାର ଜାଣିବା ପରେ କଂପାନିଗୁଡ଼ିକୁ ଚେତାବନୀ ଦେଇଛନ୍ତି। ଯେକୌଣସି ଉପାୟରେ ଏହି ଆପ୍‌ଗୁଡ଼ିକ ଭାରତରେ ଉପଲବ୍ଧ ରହିବା ବେଆଇନ ଏବଂ ସୂଚନା ପ୍ରଯୁକ୍ତି ନିୟମ ଅନୁସାରେ କଂପାନିଗୁଡ଼ିକ ବିରୋଧରେ ଦଣ୍ଡବିଧାନ କରାଯାଇପାରିବ ବୋଲି ସରକାର ଜଣାଇଛନ୍ତି। ନିଷିଦ୍ଧ ହୋଇଥିବା ଆପ୍ ଭାରତରେ ଉଲପବ୍ଧ ରହିଲେ ତାହାକୁ ସରକାରୀ ନିର୍ଦେଶର ଅବମାନନା ଭାବେ ବିଚାର କରାଯିବ। ଯେଉଁ କଂପାନି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe