ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁମ୍ବାଇରେ ବିଶ୍ବ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ’କୁ ଉଦ୍ଘାଟନ କରି ଅର୍ଥନୈତିକ ପ୍ରଗତିକୁ ବଢ଼ାଇବାରେ ଭାରତୀୟ ବିଷୟବସ୍ତୁରେ ରଖିଥିବା ଅପାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ୧୦୦ରୁ ଅଧିକ ଦେଶରୁ ଆସିଥିବା ସିନେ ସେଲିବ୍ରିଟି, ବିଜନେସ୍ ଲିଡର୍ ଓ କ୍ରିଏଟର୍ମାନଙ୍କୁ ସମ୍ ବୋଧିତ କରି ମୋଦୀ କହିଥିଲେ ଯେ କାହାଣୀ ପାଇଁ ଭାରତ କେବଳ ଏକ ବଜାର ନୁହେଁ, ବରଂ କାହାଣୀ ବର୍ଣ୍ଣନା ଲାଗି ଏହା ହେଉଛି ଏକ ମହାଶକ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ‘ୱେଭ୍ସ’ କେବଳ ଏକ ସଂକ୍ଷୀପ୍ତ ଶବ୍ଦ ନୁହେଁ।
୧୦ହଜାରରୁ ଅଧିକ ପ୍ରତିନିଧି ସାମିଲ
ଏହା ବାସ୍ତବ ତରଙ୍ଗ। ସମ୍ମିଳନୀରେ ୧୦ ହଜାରରୁ ଅଧିକ ପ୍ରତିନିଧି, ୧୦୦୦ କ୍ରିଏଟର, ୩୦୦ କମ୍ପାନି ଓ ୩୫୦ରୁ ଅଧିକ ଷ୍ଟାର୍ଟଅପ୍ ଭାଗ ନେଇଛନ୍ତି। ସମ୍ମିଳନୀରେ ବଲିଉଡ୍ ତାରକା ଶାହରୁଖ ଖାନ, ଅମିର ଖାନ, ଅକ୍ଷୟ କୁମାର, ଦୀପିକା ପାଦୁକୋନ୍, ଏସ୍ ଏସ୍ ରାଜାମୌଲୀ, ରଜନୀକାନ୍ତ, ଆଲିଆ ଭଟ୍ଟ, ଅନୀଲ କପୁର, କୀରଣ ମଜୁମଦାର ସ’, ଅନୁପମ ଖେର୍ ଆଦି ସାମିଲ ହୋଇଥିଲେ। ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଓ ଅନ୍ୟମାନେ ଭାଗ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
Follow Us