ଆମେ କୌଣସି କଂପାନି ବିରୋଧୀ ନୁହେଁ: କଂଗ୍ରେସ

Advertisment
ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଛନ୍ତି କଂଗ୍ରେସର ବଡ ବଡ ନେତା

The New Indian Express

ନୂଆଦିଲ୍ଲୀ : ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ମୋ ବ୍ୟବସାୟ ବଢ଼ିବା ଆରମ୍ଭ ହୋଇଥିଲା ବୋଲି ଆଦାନି ଗ୍ରୁପ୍ ମୁଖ୍ୟ ଗୌତମ ଆଦାନି କହିବା ପରେ ଅକଳରେ ପଡ଼ିଥିବା କଂଗ୍ରେସର ଜଣେ ପ୍ରବକ୍ତା କହିଛନ୍ତି ଯେ ଆମେ କୌଣସି କଂପାନିକୁ ବିରୋଧ କରୁନାହୁଁ। ଏକଚାଟିଆ ଭାବକୁ ଆମେ ବିରୋଧ କରୁଛୁ। ଗୁଜରାଟର କଂଗ୍ରେସ ପ୍ରବକ୍ତା ମନିଷ ଦୋଷୀ ଓ ନେତା ଅର୍ଜୁନ ମୋଧୱାଡ଼ିଆ ଏହା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଅମ୍ବାନି-ଆଦାନି’ ସରକାର କହି ସର୍ବଦା ମୋଦୀ ସରକାରଙ୍କୁ ଟାର୍ଗେ‌ଟ୍‌ କରୁଛନ୍ତି। ରାହୁଲ କିଛି ଭୁଲ କହୁନାହାନ୍ତି ବୋଲି ମଧ୍ୟ ଏହି ଦୁଇ ନେତା କହିବାକୁ ଭୁଲିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe