ଆମାଜନ ପାଇଁ ଆମେ ତଳିତଳାନ୍ତ: ଫ୍ୟୁଚର

Advertisment
ଆମାଜନ ପାଇଁ ଆମେ ତଳିତଳାନ୍ତ: ଫ୍ୟୁଚର

theprint.in

ନୂଆଦିଲ୍ଲୀ : ଆମାଜନ ପାଇଁ ଆଜି ଆମେ ତଳିତଳାନ୍ତ ହୋଇପଡ଼ିଛୁ। ଆମେ ଭାଙ୍ଗିପଡ଼ିଛୁ। ନିଜ ଷ୍ଟୋର୍‌ଗୁଡ଼ିକ ଉପରେ ଆମର ନିୟନ୍ତ୍ରଣ ନାହିଁ। ବିବାଦ ବିଷୟରେ ଭଲ ଭାବେ ଜାଣିଥିବା ସତ୍ତ୍ବେ ରିଲାଏନ୍ସ ପକ୍ଷରୁ‌ ଷ୍ଟୋର୍‌ଗୁଡ଼ିକୁ ଅଧିଗ୍ରହଣ କରାଯାଉଛି ବୋଲି ଆଜି ସୁପ୍ରିମ୍‌ କୋର୍ଟଙ୍କୁ ଫ୍ୟୁଚର ଗ୍ରୁପ୍ କହିଛି। ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ସୁପ୍ରିମ୍‌ କୋର୍ଟ ଉଭୟ ଆମାଜନ ଓ ଫ୍ୟୁଚରକୁ କହିଥିଲେ। ସେହି ଆଲୋଚନା ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଆଶା ଦେଖାଦେଇଥିଲା। କିନ୍ତୁ ଚୂଡ଼ାନ୍ତ ଫଳ ଶୂନ। ବିବାଦର ସମାଧାନ ହୋଇନଥିବା ବେଳେ ଫ୍ୟୁଚର ଏହାର ଷ୍ଟୋର୍‌ଗୁଡ଼ିକୁ ରିଲାଏନ୍ସକୁ ଦେଇଦେଉଛି ବୋଲି ଆମାଜନର ଆଇନଜୀବୀ ଆଜି କୋର୍ଟଙ୍କୁ ଅବଗତ କରିଛନ୍ତି। ଆଜି ସମ୍ବାଦପତ୍ର ବିଜ୍ଞାପନ ମାଧ୍ୟରେ ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍ ବିରୋଧରେ ଆମାଜନ ଠକେଇ ଅଭିଯୋଗ ଆଣିଛି। ଆମାଜନ ଜଣାଇଛି ଯେ ରିଲାଏନ୍ସ ଓ ଫ୍ୟୁଚର୍ ମଧ୍ୟରେ ୨୦୨୦‌ରେ ସ୍ବାକ୍ଷରିତ ହୋଇଥିବା ଅଧିଗ୍ରହଣ ବୁଝାମଣାକୁ ନ୍ୟା‌ସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍‌ଙ୍କ ମଞ୍ଜୁରି ନମିଳିବା ପର୍ଯ୍ୟନ୍ତ ଫ୍ୟୁଚର ଗ୍ରୁପ୍ ଏହାର ସମ୍ପତ୍ତି ହସ୍ତାନ୍ତର କରିପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe