ଆମ ଜବତ ସମ୍ପତ୍ତିରେ ସବୁ ବକେୟା ଶୁଝି ହେବ: ମାଲ୍ୟା

Advertisment
ଆମ ଜବତ ସମ୍ପତ୍ତିରେ ସବୁ ବକେୟା ଶୁଝି ହେବ: ମାଲ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ବିଜୟ ମାଲ୍ୟାଙ୍କ କଂପାନି ୟୁନାଇଟେଡ୍‌ ବ୍ରିେଓ୍ଵରିଜ୍‌ ପକ୍ଷରୁ କୁହାଯାଇଛି ଯେ, ଆମର ଯେତେ ସବୁ ସମ୍ପତ୍ତି ଜବତ କରାଯାଇଛି ତାହାର ମୂଲ୍ୟ ଏବେ ୧୨,୪୦୦ କୋଟି ଟଙ୍କା ହେବ। ସେହି ଅର୍ଥରେ କିଙ୍ଗଫିସର ଏୟାରଲାଇନ୍‌ସ ବ୍ୟାଙ୍କଗୁଡ଼ିକୁ ଶୁଝିବାକୁ ଥିବା ୬୦୦୦ କୋଟି ଟଙ୍କା ସହିତ ଅନ୍ୟ ବକେୟା ରାଶି ସବୁ ଶୁଝି ହେବ ବୋଲି କଂପାନି କୋର୍ଟଙ୍କୁ ଅବଗତ କରିଛି। କିଙ୍ଗଫିସର ଏୟାରଲାଇନ୍‌ସ ପାଇଁ ଋଣ ହାସଲ କରିବା ବେଳେ ୟୁନାଇଟେଡ୍‌ ବ୍ରିେଓ୍ଵରିଜ୍‌ କର୍ପୋରେଟ୍‌ ଗ୍ୟାରେଣ୍ଟର୍‌ ଥିଲା। କଂପାନି କହିଛି ଯେ କଂପାନିର ସମ୍ପତ୍ତିି ଏବଂ ସେୟାରଗୁଡ଼ିକୁ ଜବତ କରାଯାଇଥିବାରୁ ଏହା ଋଣ ଶୁଝିବାକୁ ନେଇ କୌଣସି ଯୋଜନା ଉପସ୍ଥାପନ କରିପାରୁନାହିଁ। କାରଣ ଏହା କଂପାନିକୁ ପଙ୍ଗୁ କରିଦେଇଛି। ଯେଉଁ ସବୁ ସମ୍ପତ୍ତି ଜବତ କରାଯାଇଛି, ଜାନୁଆରିରେ ସେଗୁଡ଼ିକର ମୂଲ୍ୟ ୧୩ ହଜାର ୪୦୦ କୋଟି ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe