ଓ୍ଵିଫି ଇଣ୍ଟରନେଟ୍‌କୁ ୯ ବର୍ଷ ପୂରିଲା

Advertisment
ଓ୍ଵିଫି ଇଣ୍ଟରନେଟ୍‌କୁ ୯ ବର୍ଷ ପୂରିଲା

ଭୁବନେଶ୍ୱର: ଓ୍ଵିଫି ଇଣ୍ଟରନେଟ୍‌କୁ ୯ ବର୍ଷ ପୂରଣ ହୋଇଛି। ୨୦୦୯ ଜୁଲାଇ ୧୫ରେ କମ୍ପାନି ଏହାର ସେବା ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଅଳ୍ପ ସଂଖ୍ୟକ ଗ୍ରାହକଙ୍କୁ ନେଇ ଆରମ୍ଭ କରିଥିଲା। ଏବେ କମ୍ପାନି ଭୁବନେଶ୍ୱର ସମେତ ଖୋର୍ଧା, କଟକ ଏବଂ ବ୍ରହ୍ମପୁରରେ ଏହାର ସେବା ପ୍ରଦାନ କରୁଛି। ଆରମ୍ଭରୁ କମ୍ପାନି ଘରୋଇ ଏବଂ କର୍ପୋରେଟ ସଂସ୍ଥା ଗୁଡ଼ିକୁ ଏହାର ସେବା ସୁଲଭ ମୂଲ୍ୟରେ ଯୋଗାଇ ଆସୁଛି। ଆଗାମୀ ଦିନରେ କମ୍ପାନି ସମଗ୍ର ରାଜ୍ୟରେ ଏହାର ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ପ୍ରଥମେ ଓୟାରଲେସ୍‌ ଇଣ୍ଟରନେଟ ସେବା ଯୋଗାଉଥିବାବେଳେ ଏବେ କମ୍ପାନି ହାଇ ସ୍ପିଡ୍‌ ଅପ୍ଟିକାଲ ଫାଇବର ମାଧ୍ୟମରେ ସେବା ପ୍ରଦାନ କରୁଛି। କମ୍ପାନିର ଉତ୍ତମମାନର ସେବାକୁ ଗ୍ରାହକମାନେ ପସନ୍ଦ କରିବା କାରଣରୁ କମ୍ପାନି ଆଗକୁ ବଢ଼ିପାରିଛି ବୋଲି ଓ୍ଵିଫି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe