News18.com
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇ ବଡ଼ ସତର୍କତା ଅବଲମ୍ବନ କରିଛି। ଏଣିକି ଟ୍ରେନ୍ରେ ଯାତ୍ରୀଙ୍କୁ କୋଚ ଆଟେଣ୍ଡେଣ୍ଟ ଆଉ କମ୍ବଳ ଯୋଗାଇ ଦେବେ ନାହିଁ।
କରୋନାଭାଇରସ୍ର ଦ୍ରୁତଗତିରେ ସଂକ୍ରମଣ ପରିସ୍ଥିକୁ ଦୃଷ୍ଟିରେ ରଖି ପଶ୍ଚିମ ରେଳବାଇର ପିଆରଓ ସଚେତନତାମୂଳକ ପଦକ୍ଷେପ ନେଇ କହିଛନ୍ତି, ଏଣିକି ଏସି କୋଚରେ ଯାତ୍ରା କରିବାକୁ ଥିବା ଯାତ୍ରୀ ଆଗାମୀ ଯାତ୍ରା ସମୟରେ ସାଥୀରେ କମ୍ବଳ ନେଇ ଯାତ୍ରା କରନ୍ତୁ। କାରଣ ପ୍ରତିଟି ଯାତ୍ରା ପରେ କମ୍ବଳ ଧୋଇବା ସମ୍ଭବପର ନୁହେଁ। ଏତଦ୍ ଦ୍ୱାରା ମହାମାରୀ ବ୍ୟାପିବାର ଅନେକ ସମ୍ଭବାନା ରହୁଛି। ତେଣୁ ଏସି କୋଚରେ ଯାତ୍ରା କରିବାକୁ ଥିବା କୌଣସି ଯାତ୍ରୀଙ୍କୁ ଟ୍ରେନ୍ରେ କମ୍ବଳ ଯୋଗାଇ ଦିଆଯିବ ନାହିଁ। ଏଥିସହିତ ଟ୍ରେନ୍ର ସିଟ୍ ଓ ଝରକା ପାଖରେ ଲାଗିଥିବା ପରଦାକୁ ମଧ୍ୟ ହଟାଇ ଦିଆଯିବ।
https://aajtak.intoday.in/ଏହା ପୂର୍ବରୁ ମାରାତ୍ମକ କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ରେଳବାଇର ପିଆରଓ ଜେପି ମିଶ୍ରା ଏସି ଟାୟର ୧,୨ ଓ ୩ ଟ୍ରେନ୍ର ବଗିରେ କୌଣସି ଯାତ୍ରୀଙ୍କୁ କମ୍ବଳ ଯୋଗାଇ ନଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
କେବଳ ଏତିକି ନୁହେଁ, କରୋନାଭାଇରସ୍ ସଂକ୍ରମଣର ସତର୍କତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ରେଳଷ୍ଟେସନ୍ରେ ଯାତ୍ରୀଙ୍କୁ ପୋଷ୍ଟର ଓ ଡିଜିଟାଲ ସ୍କ୍ରିନ୍ ଜରିଆରେ ବାର୍ତ୍ତା ଦିଆଯାଇ ସଚେତନ କରାଯାଉଛି। ଏଥିସହିତ ପରିସ୍କାର ଓ ପରିଚ୍ଛନ୍ନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସ୍ଥାନେସ୍ଥାନେ ସାନିଟାଇଜର ରଖାଯିବା ସହିତ ଷ୍ଟାଫ୍ଙ୍କୁ ମାସ୍କ ଦିଆଯାଇଛି। ସଂକ୍ରମିତ ରୋଗୀଙ୍କ ପାଇଁ ଆଇସୋଲେସନ୍ ଓ୍ଵାର୍ଡର ବି ବନ୍ଦୋବସ୍ତ କରାଯାଇଛି।
Follow Us