ସାଧାରଣ ଲୋକଙ୍କ ପାଇଁ କ’ଣ ଶସ୍ତା ହେଲା

ଦାନ୍ତଘଷା ପାଉଡର୍‌, ମହମବତୀ, ଟେପ୍, ସବୁ ପ୍ରକାର ଦିଆସିଲି, ଶିଶୁଙ୍କ ପିଇବା ବୋତଲ, ଶିଶୁଙ୍କ ପିଇବା ବୋତଲର ନିପଲ୍‌, କପଡ଼ାରେ ତିଆରି ହାଣ୍ଡ୍‌ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍‌, ଝୋଟରେ ତିଆରି ହାଣ୍ଡ୍‌ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍‌, କାଠରେ ତିଆରି ଟେବୁଲ୍ ଓୟାର ଓ କିଚେନ୍....

toothpest

ନୂଆଦିଲ୍ଲୀ: ଦାନ୍ତଘଷା ପାଉଡର୍‌, ମହମବତୀ, ଟେପ୍, ସବୁ ପ୍ରକାର ଦିଆସିଲି, ଶିଶୁଙ୍କ ପିଇବା ବୋତଲ, ଶିଶୁଙ୍କ ପିଇବା ବୋତଲର ନିପଲ୍‌, କପଡ଼ାରେ ତିଆରି ହାଣ୍ଡ୍‌ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍‌, ଝୋଟରେ ତିଆରି ହାଣ୍ଡ୍‌ବ୍ୟାଗ୍ ଓ ସପିଙ୍ଗ ବ୍ୟାଗ୍‌, କାଠରେ ତିଆରି ଟେବୁଲ୍ ଓୟାର ଓ କିଚେନ୍ ଓୟାର, ଛତା, ସିଲାଇ ଛୁଞ୍ଚି, କିରାସିନି ବର୍ଣ୍ଣର, କିରାସିନି ଷ୍ଟୋଭ୍, କାଠକୁ ଜାଳେଣି ଭାବେ ବ୍ୟବହାର କରାଯାଉଥିବା ଲୁହା କିମ୍ବା ଇସ୍ପାତରେ ତିଆରି‌ ଷ୍ଟୋଭ୍, ଲୁହା ଓ ଇସ୍ପାତରେ ତିଆରି କରାଯାଇଥିବା ଟେବୁଲ, ରୋଷେଇ ଘର ଓ ଘରକରଣା ଜିନିଷ, ବାସନକୁନ, ତମ୍ବାରେ ତିଆରି କରାଯାଇଥିବା ବାସନକୁସନ ଓ ଘରକରଣା ଜିନିଷ, ତମ୍ବାର କିରାସିନି ପ୍ରେସର୍‌ ଷ୍ଟୋଭ୍, ଆଲୁମିନିୟମ୍‌ରେ ତିଆରି ରୋଷେଇ ଘର ଜିନିଷ ଓ ଘରକରଣା ଜିନିଷ, ବାସକନକୁସନ ଉପରୁ ଟିକସ କମ୍ କରାଯାଇଛି।

‌ସେହିପରି, ସିଲାଇ ମେସିନ, ସାଇକଲ୍, ସାଇକଲ୍‌ର ଯନ୍ତ୍ରାଂଶ; ସମ୍ପୂର୍ଣ୍ଣ ବାଉଁଶ ଓ ବାଡ଼ିରେ ତିଆରି ଆସବାବପତ୍ର, ହରିକେନ୍ ଲଣ୍ଠନ, କିରାସିନି ଲ୍ୟାବ୍, ପ୍ରେସର୍‌ ଲ୍ୟାମ୍ପ, କାଚ ଚିମ୍‌ନି, ପାନିଆ, ହେୟାର ପିନ୍, କର୍ଲିଂ ଗ୍ରିପ୍, ଶିଶୁ ବ୍ୟବହାର କରୁଥିବା ନାପ୍‌କିନ୍, ଡାଏପର୍‌ ଓ କ୍ଲିନିକାଲ୍ ଡାଏପର୍‌କୁ ୧୨ ପ୍ରତିଶତ ସ୍ଲାବ୍‌ରୁ ହଟାଇ ୫ ପ୍ରତିଶତରେ ସାମିଲ କରାଯାଇଛି। ସେହିପରି ୧୮ ପ୍ରତିଶତ ସ୍ଲାବ୍‌ରୁ ବାହାର କରି ୫ ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯାଇଥିବା ଜିନିଷଗୁଡ଼ିକ ହେଉଛି ସୁଗନ୍ଧ ପାଉଡର୍‌, ମୁଖରେ ଲଗାଯାଉଥିବା ପାଉଡର୍‌, କେଶ ତୈଳ, ସାମ୍ପୁ, ଦାନ୍ତ ଫ୍ଲସ୍‌, ଟୁଥ୍‌ପେଷ୍ଟ୍‌, ସେଭିଂ କ୍ରିମ୍, ସେଭିଂ ଲୋସନ୍, ସେଭିଂ ପରେ ଲଗାଯାଉଥିବା ଲୋସନ୍, ଶୌଚାଳୟ ସାବୁନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe