ବିଏସ୍‌- ୬ କାର୍‌ କ’ଣ?

Advertisment
ପୂଜା ବଜାର: ଲକ୍ଷେ ଟଙ୍କା ଶସ୍ତା ହେଲା ମାରୁତି ବାଲେନୋ, କାର୍‌ରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

‌ବିଏସ୍‌ ମାନଦଣ୍ଡ
ଗାଡ଼ି ଚାଲିବା ବେଳେ ତଦ୍‌ଜନିତ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଭାରତ ଷ୍ଟେଜ (ବିଏସ୍‌) ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ୨୦୦୦ ମସିହାରୁ ଏଭଳି ମାନଦଣ୍ଡର ପ୍ରଚଳନ ଆରମ୍ଭ ହୋଇଛି। ଗାଡ଼ିର ଇଞ୍ଜିନରେ ଇନ୍ଧନ ଦହନ ହେଲେ ନାଇଟ୍ରୋଜେନ ଅକ୍ସାଇଡ, କାର୍ବନ ମନୋକ୍ସାଇଡ, ହାଇଡ୍ରୋକାର୍ବନ, ପାର୍ଟିକୁଲେଟ ମ୍ୟାଟର ଏବଂ ସଲଫର ଅକ୍ସାଇଡ ଆଦି ନିର୍ଗମନ ହୋଇ ବାୟୁମଣ୍ଡଳରେ ମିଶିଥାଏ। ଏହା ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ। ପର୍ଯ୍ୟାୟକ୍ରମେ ଭାରତରେ ଭାରତ ଷ୍ଟେଜର କଠୋର ମାନଦଣ୍ଡ କାର୍ଯ୍ୟକାରୀ କରାଯାଇ ଆସୁଛି। ଗତବର୍ଷଠାରୁ ଦେଶରେ ଭାରତ ଷ୍ଟେଜ ମାନଦଣ୍ଡର ଗାଡ଼ି ବିକ୍ରି ହେଉଛି। ତେବେ ୨୦୨୦ ଏପ୍ରିଲରୁ ଏକାଥରେ ଭାରତ ଷ୍ଟେଜ-୬ ମାନଦଣ୍ଡ କାର୍ଯ୍ୟକାରୀ ହେବ।

ଷ୍ଟେଜ୍‌ ୪ ଓ ୬ ମଧ୍ୟରେ ପାର୍ଥକ୍ୟ
ଗାଡ଼ିର ଇଞ୍ଜିନରୁ ନିର୍ଗମନ ହେଉଥିବା ସଲଫରର ମାତ୍ରା ଷ୍ଟେଜ ୪ ତୁଳନାରେ ଷ୍ଟେଜ ୬ ଇଞ୍ଜିନରେ କମ୍ ରହିଥାଏ। ଷ୍ଟେଜ ୪ ଇଞ୍ଜିନରୁ ୫୦ ପିପିଏମ୍( ପାର୍ଟସ ପର୍ ମିଲିଅନ୍) ସଲଫର ନିର୍ଗମ ହେଉଥିବା ବେଳେ ଷ୍ଟେଜ ୬ରୁ ୧୦ ପିପିଏମ ସଲଫର ବାହାରିଥାଏ। ଷ୍ଟେଜ ୬ ଯୋଗୁ ଡିଜେଲ କାରରେ ପାର୍ଟିକୁଲେଟ ମ୍ୟାଟର ୮୦ ପ୍ରତିଶତ ହ୍ରାସ ପାଇଥାଏ। ନୂଆ ମାନଦଣ୍ଡ ଯୋଗୁ ନାଇଟ୍ରୋଜେନ ଅକ୍ସାଇଡ ମାତ୍ରା ଡିଜେଲ କାରରୁ ୭୦ ପ୍ରତିଶତ ଏବଂ ଡିଜେଲ କାରରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥାଏ। ଏତଦବ୍ୟତୀତ ‌େ‌ଷ୍ଟଜ ୬ରେ ଅନ-ବୋର୍ଡ ଡାଇଗ୍ନୋଷ୍ଟିକ (ଓବିଡି) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ବାରା ଗାଡ଼ି ମାଲିକ ବା ମରାମତି କରୁଥିବା ମେକାନିକ ଗାଡ଼ିର ଇଞ୍ଜିନ କେତେ ଠିକ୍ ରହିଛି ତାହା ଜାଣିପାରିବେ।

ଗ୍ରାହକ ଓ କମ୍ପାନି କେମିତି ପ୍ରଭାବିତ ହେବେ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗତକାଲି ଆସନ୍ତା ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ଭାରତ ଷ୍ଟେଜ୍-୪ ଯାନ ବିକ୍ରିକୁ ନିଷିଦ୍ଧ କରିବା ପାଇଁ ରାୟ ଦେଇଛନ୍ତି। କେନ୍ଦ୍ର ସରକାର ପୂର୍ବରୁ ଭାରତ ଷ୍ଟେଜ ୬ ମାନଦଣ୍ଡର ଗାଡ଼ି ବ୍ୟବହାର ପାଇଁ ଚୂନାନ୍ତ ତାରିଖ ଭାବେ ଧାର୍ଯ୍ୟ କରି ସାରିଛନ୍ତି। ତେବେ ପୂର୍ବରୁ ଉତ୍ପାଦିତ ହୋଇ ରହିଥିବା ଭାରତ ଷ୍ଟେଜ ୪ ଗାଡ଼ିକୁ ଏହି ତାରିଖ ପରେ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଉଭୟ ଗ୍ରାହକ ଓ ଗାଡ଼ି ନିର୍ମାତାଙ୍କୁ ପ୍ରଭାବିତ କରିବ। କିଏ କେମିତି ପ୍ରଭାବିତ ହେବେ ଏବଂ ଭାରତ ଷ୍ଟେଜ୍‌ ମାନଦଣ୍ଡ କ’ଣ ତାହା ଏଠାରେ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe