What is Debt/Equity Swap: ଡେଟ୍‌/ ଇକ୍ବିଟି ସ୍ବାପ୍‌ କ’ଣ?

ଡେଟ୍‌ (ଋଣ)/ ଇକ୍ବିଟି ସ୍ବାପ୍‌ ହେଉଛି ଏକ ପ୍ରକାର କାରବାର, ଯେଉଁଥିରେ କୌଣସି କମ୍ପାନି କିମ୍ବା ଜଣେ ବ୍ୟକ୍ତିଙ୍କର ଋଣ କିଛି ମୂଲ୍ୟ ବିନିମୟରେ ଇକ୍ବିଟିକୁ କିଣାଯାଇଥାଏ। ଅର୍ଥାତ୍‌ ଏହା ଏକ ରିଫାଇନାନ୍‌ସ ଡିଲ୍‌ ଯେଉଁଥିରେ ଋଣଧାରକ ଋଣ ବାତିଲ ବଦଳରେ ଏକ ଇକ୍ୱିଟି ପାଇଥାନ୍ତି।

debt equity

debt equity

ଡେଟ୍‌ (ଋଣ)/ ଇକ୍ବିଟି ସ୍ବାପ୍‌ ହେଉଛି ଏକ ପ୍ରକାର କାରବାର, ଯେଉଁଥିରେ କୌଣସି କମ୍ପାନି କିମ୍ବା ଜଣେ ବ୍ୟକ୍ତିଙ୍କର ଋଣ କିଛି ମୂଲ୍ୟ ବିନିମୟରେ ଇକ୍ବିଟିକୁ କିଣାଯାଇଥାଏ। ଅର୍ଥାତ୍‌ ଏହା ଏକ ରିଫାଇନାନ୍‌ସ ଡିଲ୍‌ ଯେଉଁଥିରେ ଋଣଧାରକ ଋଣ ବାତିଲ ବଦଳରେ ଏକ ଇକ୍ୱିଟି ପାଇଥାନ୍ତି। ଏହି ସ୍ବାପ୍‌ ସାଧାରଣତଃ ଏକ ସଂଘର୍ଷ କରୁଥିବା କିମ୍ବା ଦେବାଳିଆ ହୋଇଯାଇଥିବା କମ୍ପାନିକୁ ଚଳାଇବାରେ ସାହାଯ୍ୟ କରିଥାଏ। ଏହା ପଛରେ ଥିବା ତର୍କ ହେଉଛି, ଏକ ଅସମର୍ଥ କମ୍ପାନି ଋଣ ପରିଶୋଧ କରିପାରିବ ନାହିଁ କିମ୍ବା ଏହାର ଇକ୍ୱିଟି ସ୍ଥିତିରେ ଉନ୍ନତି କରିପାରିବ ନାହିଁ। ତଥାପି, ବେଳେବେଳେ ଗୋଟେ କମ୍ପାନି କେବଳ ଅନୁକୂଳ ବଜାର ସ୍ଥିତିର ଲାଭ ଉଠାଇବାକୁ ଚାହିପାରେ। ବଣ୍ଡ୍‌ ଇଣ୍ଡେଞ୍ଚର୍‌ରେ ଥିବା ଚୁକ୍ତିନାମା ବିନା ଅନୁମତିରେ ଏହି ଅଦଳବଦଳକୁ ରୋକିପାରିବ।

   ଦେବାଳିଆ ପରିସ୍ଥିତିରେ ଋଣଧାରୀ ଋଣ/ ଇକ୍ୱିଟି ଅଦଳବଦଳ କରିବାକୁ ଚାହୁଛନ୍ତି କି ନାହିଁ ସେ ବିଷୟରେ କୌଣସି ବିକଳ୍ପ ନାହିଁ। ଅବଶ୍ୟ, ଅନ୍ୟ କ୍ଷେତ୍ରରେ ସେ ଏହି ପ୍ରସଙ୍ଗରେ ବିକଳ୍ପ ବାଛିପାରନ୍ତି। ଲୋକଙ୍କୁ ଡେଟ୍‌/ ଇକ୍ୱିଟି ସ୍ବାପ୍‌ରେ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପ୍ରାୟତଃ ଲାଭଦାୟକ ବାଣିଜ୍ୟ ଅନୁପାତ (ଟ୍ରେଡ୍‌ ରେସିଓ) ପ୍ରଦାନ କରନ୍ତି। ଉଦାହରଣସ୍ୱରୂପ, ଯଦି ବ୍ୟବସାୟ ୧:୧ ସ୍ବାପ୍‌ ଅନୁପାତ ପ୍ରଦାନ କରେ, ତେବେ ବଣ୍ଡ୍‌ହୋଲ୍‌ଡର୍‌ ତାଙ୍କ ବଣ୍ଡ୍‌ ସହିତ ସମାନ ପରିମାଣର ଷ୍ଟକ୍‌ ଗ୍ରହଣ କରନ୍ତି, ଯାହା ଏକ ବିଶେଷ ଲାଭଦାୟକ ବାଣିଜ୍ୟ ନୁହେଁ। ଯଦି କମ୍ପାନି ୧:୨ ଅନୁପାତ ପ୍ରଦାନ କରେ ଏବଂ ବଣ୍ଡ୍‌ ହୋଲ୍‌ଡର୍‌ ତାଙ୍କ ବଣ୍ଡ୍‌ଠାରୁ ଦୁଇଗୁଣ ମୂଲ୍ୟର ଷ୍ଟକ୍‌ ଗ୍ରହଣ କରନ୍ତି, ତେବେ ଏହା ବେଶ୍‌ ଲାଭଦାୟକ ହୋଇଥାଏ।

  • ଋଣ/ଇକ୍ବିଟି ସ୍ବାପ୍‌ ଋଣଦାତାଙ୍କ ଋଣ ବିନିମୟରେ ପାଇବାକୁ ଥିବା ଇକ୍ବିଟି ଲିଖିତ ଆକାରରେ ପ୍ରଦାନ କରିଥାଏ
  • ଏସବୁ କାରବାର ସାଧାରଣତଃ ଦେବାଳିଆ ସମୟରେ କରାଯାଇଥା‌ଏ। ଋଣ ଓ ଇକ୍ବିଟି ସ୍ବାପ୍‌ ଅନୁପାତ ବ୍ୟକ୍ତିଗତ ସ୍ତରରେ ଭିନ୍ନ ହୋଇପାରେ
  • ଦେବାଳିଆ ମାମଲାରେ ଋଣଧାରୀ ଡେଟ୍‌/ଇକ୍ବିଟି ସ୍ବାପ୍‌ କରିବା ଜରୁରି। କିନ୍ତୁ ଅନ୍ୟ କ୍ଷେତ୍ରରେ ଦେଖିଲେ ଋଣଧାରୀ ଯଦି ଆର୍ଥିକ ଦୃଷ୍ଟିରୁ ସୁହାଇଲା ଭଳି ଅଫର୍‌ ପାଆନ୍ତି ତେବେ ସ୍ବାପ୍‌ କରିବାକୁ ଚାହିଁପାରନ୍ତି କିମ୍ବା ନ ଚାହିଁ ବି ପାରନ୍ତି

ଡେଟ୍‌/ ଇକ୍ବିଟି ସ୍ବାପ୍‌ କ‌ାହିଁକି କରିବେ?

ଡେଟ୍‌/ଇକ୍ବିଟି ସ୍ବାପ୍‌ ଋଣଧାରକମାନଙ୍କୁ ଇକ୍ବିଟି ପ୍ରଦାନ କରିପାରିବ। କାରଣ କୌଣସି ବ୍ୟବସାୟ ଏହା ପ୍ରଦାନ କରିଥିବା ବଣ୍ଡ୍‌ର ଫେସ୍‌ଭାଲ୍ୟୁ ଦେବାକୁ ଚାହାନ୍ତି ନା‌ହିଁ କିମ୍ବା ଦେଇପାରନ୍ତି ନାହିଁ। ଋଣ ପରିଶୋଧକୁ ବିଳମ୍ବିତ କରିବାକୁ, ଏହା ବଦଳରେ ଷ୍ଟକ୍‌ ପ୍ରଦାନ କରିଥାଏ। 

ଅନ୍ୟପକ୍ଷରେ, କମ୍ପାନିକୁ କମ୍ପାନି ସେହି ସନ୍ତୁଳନକୁ ବଜାୟ ରଖିବାକୁ କିମ୍ବା ସଜାଡ଼ିବାକୁ ଚାହେ ତେବେ, ବ୍ୟବସାୟଗୁଡ଼ିକ କିଛି ଋଣ/ଇକ୍ୱିଟି ଅନୁପାତକୁ ବଜାୟ ରଖିବାକୁ ପଡ଼ିବ ଏବଂ ଋଣଧାରକମାନଙ୍କୁ ଇକ୍ୱିଟି ଲାଗି ଡେଟ୍‌ ସ୍ବାପ୍‌ କରିବାକୁ ଆମନ୍ତ୍ରଣ ଦେବାକୁ ପଡ଼ିବ। ଏହି ଋଣ/ଇକ୍ୱିଟି ‌େରସିଓ ଋଣଦାତାମାନଙ୍କ ଦ୍ବାରା ଧାର୍ଯ୍ୟ ଆର୍ଥିକ ଆବଶ୍ୟକତାର ଏକ ଅଂଶ। ଅନ୍ୟକ୍ଷେତ୍ରରେ, ବ୍ୟବସାୟୀମାନେ ସେମାନଙ୍କ କମ୍ପାନିର ଦେବାଳିଆ ସ୍ଥିତିକୁ ପୁବଃନିର୍ମାଣର ଏକ ଅଂଶ ଭାବେ ଡେଟ୍‌/ଇକ୍ୱିଟି ସ୍ବାପ୍‌କୁ ବ୍ୟବହାର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe