ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ଆୟ ତଥା ଋଣ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ନିହାତି ଜରୁରୀ। ଋଣରୁ ଆୟ ଅନୁପାତ (ଡେବ୍ଟ୍-ଟୁ-ଇନ୍କମ୍ ରେସିଓ) ହେଉଛି ବ୍ୟକ୍ତିଗତ ମାସିକ ଋଣ ଦେୟ ବିଭକ୍ତ ମୋଟ୍ ମାସିକ ଆୟ। ଅର୍ଥାତ୍ ଡିଟିଆଇ ଆପଣଙ୍କର ଋଣ ଦେୟକୁ ଆପଣଙ୍କର ମୋଟ୍ ମାସିକ ଆୟ ସହିତ ତୁଳନା କରେ। ଆପଣ କିପରି ଆପଣଙ୍କ ଋଣ ଟଙ୍କା ପରିଶୋଧ କରିବେ ଏହା ଏକ ସୂଚକ ଭାବେ କାମ କରେ। ଯାହାକି ଆପଣଙ୍କ ମାସିକ ଋଣ ଦେୟ ତଥା କ୍ଷମତାକୁ ପରିଚାଳନା କରିବାର ଏକ ମାପକାଠି।
ଡିଟିଆଇରେ କ’ଣ ଅନ୍ତର୍ଭୁକ୍ତ: ସାଧାରଣତଃ ଏଥିରେ କ୍ରେଡିଟ୍ କାର୍ଡ ବିଲ୍, ଲୋନ୍ର ଇଏମ୍ଆଇ ଏବଂ ଅନ୍ୟାନ୍ୟ ଋଣ ଦେୟ ଅନ୍ତର୍ଭୁକ୍ତ, କିନ୍ତୁ ଆପଣଙ୍କର ଦୈନନ୍ଦିନ ଖର୍ଚ୍ଚ ଏଥିରେ ମିଶେ ନାହିଁ।
ଆର୍ଥିକ ସନ୍ତୁଳନରେ ଡିଟିଆଇର ମହତ୍ତ୍ବ: କମ୍ ଡିଟିଆଇ ଅନୁପାତ ଋଣ ଓ ଆୟ ଭିତରେ ଏକ ଉତ୍ତମ ସନ୍ତୁଳନ ରଖିଥାଏ, ଯାହାକି ଆପଣଙ୍କୁ ଋଣଦାତାଙ୍କ ପାଖରେ ଖୁବ୍ ଆକର୍ଷିତ କରିଥାଏ।
ଭବିଷ୍ୟତ ଋଣ ଉପରେ ପ୍ରଭାବ: ଏକ ପ୍ରଭାବଶାଳୀ ଡିଟିଆଇ ଅନୁପାତ କେବଳ ଆପଣଙ୍କ ସାମ୍ପ୍ରତିକ ଆର୍ଥିକ ସ୍ଥିରତାକୁ ପ୍ରତିଫଳିତ କରେନାହିଁ ବରଂ ଭବିଷ୍ୟତରେ ଆପଣଙ୍କ ଋଣଗୁଡ଼ିକୁ ସୁରକ୍ଷିତ କରିବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଭବିଷ୍ୟତର ଆର୍ଥିକ ଯୋଜନା ଓ ଋଣ ପାଇଁ ଏକ ସ୍ବଳ୍ପ ଡିଟିଆଇ ଅନୁପାତ ଅାଧାରରେ ଋଣଦାତାମାନେ ଏହାକୁ ଏକ ସୀମା ମାନଦଣ୍ଡ ଭାବେ ବ୍ୟବହାର କରନ୍ତି।
ଡିଟିଆଇ ହିସାବ କରିବେ କେମିତି?
ଏକ ସରଳ ସୂତ୍ର ବ୍ୟବହାର କରି ଡିଟିଆଇ ହିସାବ କରାଯାଏ
ଋଣରୁ-ଆୟ ଅନୁପାତ = (ମାସିକ ଋଣ ଦେୟ ÷ ମୋଟ ମାସିକ ଆୟ) × ୧୦୦
ଋଣ ଯୋଗ୍ୟତା ପାଇଁ ଡିଟିଆଇ କିପରି ଆକଳନ କରାଯିବ?
ଯେତେବେଳେ ଆପଣ ଏକ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରନ୍ତି, ଋଣଦାତାମାନେ ଆପଣଙ୍କର ଡିଟିଆଇ ଅନୁପାତକୁ ଯାଞ୍ଚ କରିବେ ଯାହା ଆପଣଙ୍କର ଋଣ ପରିଶୋଧ କ୍ଷମତାକୁ ଆକଳନ କରିବ। ଅଧିକ ଡିଟିଆଇ ଅନୁପାତ ଆର୍ଥିକ ଚାପ ସୃଷ୍ଟି କରେ ଏବଂ କମ୍ ଅନୁପାତ ଏକ ସୁସ୍ଥ କ୍ରେଡିଟ୍ ପ୍ରୋଫାଇଲ୍ ତିଆରି କରେ।
ବ୍ୟକ୍ତିଗତ ଋଣ ଯୋଗ୍ୟତା: ଋଣଦାତାମାନେ ୪୦% କିମ୍ବା ତା’ଠାରୁ କମ୍ ଡିଟିଆଇ ଅନୁପାତକୁ ପସନ୍ଦ କରନ୍ତି। କାରଣ ଏହା ଏକ ସନ୍ତୁଳିତ ଡିଟିଆଇ ସ୍ତରକୁ ସୂଚାଇଥାଏ।
ବ୍ୟକ୍ତିଗତ ଋଣ ଇଏମ୍ଆଇ କାଲକୁଲେଟର୍ ବ୍ୟବହାର: ଏହି ଉପକରଣ ଆପଣଙ୍କୁ ବୁଝିିବାରେ ସାହାଯ୍ୟ କରେ ଯେ, ବ୍ୟକ୍ତିଗତ ଋଣ କିସ୍ତି ଆପଣଙ୍କ ଡିଟିଆଇ ଅନୁପାତକୁ କିପରି ପ୍ରଭାବିତ କରିବ ଏବଂ ଋଣ ନିଷ୍ପତ୍ତି ନେବାରେ ସାହାଯ୍ୟ ମଧ୍ୟ କରିବ।
ଆହୁରି ପଢନ୍ତୁ- Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭଲ ଡିଟିଆଇ ରେସିଓ କ’ଣ?
ଏକ ନୂତନ ଋଣ ପରିଶୋଧ କରିବାରେ ଆପଣ କେତେ ସକ୍ଷମ ତାହା ନିର୍ଣ୍ଣୟ କରିବାକୁ ବ୍ୟାଙ୍କ ଓ ଅନ୍ୟ ଋଣଦାତାମାନେ ଆପଣଙ୍କର ଡିଟିଆଇ ଅନୁପାତକୁ ଦେଖନ୍ତି। ଏକ ସାଧାରଣ ନିୟମ ଅନୁଯାୟୀ, ଆପଣଙ୍କର ଡିଟିଅାଇ ଅନୁପାତ ଯେତେ ଅଧିକ ହେବ, ଏକ ନୂତନ ଋଣ ପରିଶୋଧ କରିବା ଆପଣଙ୍କ ପାଇଁ କଷ୍ଟକର ହେବ। ଏହାର କାରଣ, ଆପଣଙ୍କ ଆୟର ଏକ ବିରାଟ ଅଂଶ ଋଣ ଫେରସ୍ତରେ ଯିବ।
ରିପୋର୍ଟ- ପ୍ରଜ୍ଞା ନିବେଦିତା ନାୟକ
ଆହୁରି ପଢନ୍ତୁ- Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/13/dti-2025-11-13-19-40-42.jpg)