ନୂଆ ହ୍ୟାକିଂ‌ ଶୈଳୀ: ଏପଟେ ଚାର୍ଜ ହେଉଥିବ ଫୋନ୍‌, ସେପଟେ ଫାଙ୍କା ହୋଇ ଚାଲିଥିବ ବ୍ୟାଙ୍କ୍‌ ଆକାଉଣ୍ଟ୍‌

Advertisment
ନୂଆ ହ୍ୟାକିଂ‌ ଶୈଳୀ: ଏପଟେ ଚାର୍ଜ ହେଉଥିବ ଫୋନ୍‌, ସେପଟେ ଫାଙ୍କା ହୋଇ ଚାଲିଥିବ ବ୍ୟାଙ୍କ୍‌ ଆକାଉଣ୍ଟ୍‌

News24 Hindi

ନୂଆଦିଲ୍ଳୀ: ସାଇବର୍‌ ଠକେଇ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କଠାରୁ ଟଙ୍କା ଲୁଟିବା ଆରମ୍ଭ କରିଛନ୍ତି। ମେସେଜ୍‌, କଲ୍‌ରୁ ନେଇ ଓଟିପି ଆଦି ସାହାଯ୍ୟରେ ଲୋକଙ୍କୁ ଭୂଆଁ ବୁଲେଇ ଟଙ୍କା ଲୁଟିନେବା ଠକମାନଙ୍କ ନିତିଦିିନିଆ କାମ ପାଲଟିଲାଣି। ତେବେ ଠକମାନେ ଏବେ ଠକିବା ପାଇଁ ଏକ ନୂଆ ଉପାୟ ଚିନ୍ତା କରି ସାରିଲେଣି।

ଆଜି ଆମେ ଏପରି ହିଁ ଏକ ନିଆରା ତରିକା ବିଷୟରେ କହିବାକୁ ଯାଉଛୁ। ଯେଉଁ ଉପାୟରେ ଆଖି ପିଛୁଳାକେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖାଲି ହୋଇଯିବ। ଏହି ନୂଆ ଠକିବା ଉପାୟର ନାମ ହେଉଛି ‘ଜୁସ୍‌ ଜାକିଂ’। ଏହାକୁ ବ୍ୟବହାର କରି ହ୍ୟାକର୍ସମାନେ ଜଣେ ବ୍ୟକ୍ତିର ଜୀବନ ସାରାର ଆୟକୁ ଲୁଟି ନେଇପାରନ୍ତି। ଏଥିରେ ନା ଆପଣଙ୍କୁ କଲ୍‌ ଆସିବ, ନା କ‌େହି ଓଟିପି ପଚାରିବ। ହେଲେ ବି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖାଲି ହୋଇଯିବ।

ଜାଣିବାକୁ ମିଳିଛି ଯେ ହ୍ୟାକର୍ସମାନେ କିଛି ସ୍ଥାନରେ ନକଲି ଚାର୍ଜିଂ ଷ୍ଟେସନ୍‌ର ସେଟ୍‌ଅପ୍‌ କରୁଛନ୍ତି। ସେହି ଚାର୍ଜିଂ ପଏଣ୍ଟ୍‌ରେ ନିଜ ମୋବାଇଲ୍‌କୁ ଚାର୍ଜରେ ବସାଉଥିବା ଲୋକଙ୍କର ପୂରା ତଥ୍ୟ ହ୍ୟାକର୍ସଙ୍କ ନିକଟକୁ ଚାଲିଯିବ। ଫଳରେ ଟଙ୍କା ଲୁଟିବା ସେମାନଙ୍କ ପାଇଁ ଖୁବ୍ ସହଜ ହେବ।

ମୋବାଇଲ୍‌ ଥରେ ଚାର୍ଜରେ ଲଗାଇବା ମାତ୍ରରେ ଅନ୍‌ଲାଇନ୍‌ ଠକ ବା ହାକର୍ସମାନେ ବ୍ୟବହାରକାରୀଙ୍କ ଫୋନ୍‌ରୁ ସେମାନଙ୍କ ଇଣ୍ଟରନେଟ୍‌ ବ୍ୟାକିଂର ବି ସମସ୍ତ ତଥ୍ୟ ଚୋରଇେ ନେଇପାରିବେ। ଯାହାଫଳରେ ପୂରା ଟଙ୍କା ଖାଲି କରିବା ଆଉ କିଛି ବଡ଼ କଥା ହୋଇ ରହିବ ନାହିଁ। ସେଥିପାଇଁ ସର୍ବସାଧ‌ାରଣ ସ୍ଥାନରେ ଫୋନ୍‌ ଚାର୍ଜିଂରେ ଲଗାଇଲେ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe