୫ଜିକୁ ନେଇ କ’ଣ କୁହନ୍ତି ସେବା ପ୍ରଦାନକାରୀ

Advertisment
୫ଜିକୁ ନେଇ କ’ଣ କୁହନ୍ତି ସେବା ପ୍ରଦାନକାରୀ

ଅନେକ ପ୍ରଯୁକ୍ତିର ଭିତ୍ତିଭୂମି ହେବ ୫ଜି: ମୁକେଶ
ଏକବିଂଶ ଶତାବ୍ଦୀରେ ଅନେକ ନୂଆ ନୂଆ ପ୍ରଯୁକ୍ତି ଯଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍‌ ଥିଙ୍ଗ୍‌ସ, ରୋବୋଟିକ୍ସ, ବ୍ଲକଚେନ୍ ଏବଂ ମେଟାଭର୍ସ ଆଦିର ଭିତ୍ତିଭୂମି ୫ଜି ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନି କହିଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଜିଓର ୫ଜି ସେବା ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକରେ ପହଞ୍ଚିବ ବୋଲି ସେ କହିଛନ୍ତି।

୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶବ୍ୟାପୀ ସେବା : ମିତ୍ତଲ
ଭାରତୀ ଏୟାରଟେଲ ପକ୍ଷରୁ ଆଜି ଦେଶର ୮ଟି ସହରରେ ୫ଜି ଟେଲିକମ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ୪ଟି ମହାନଗର ରହିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଦେଶର ଅଧିକାଂଶ ସ୍ଥାନରେ ଏବଂ ୨୦୨୪ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ଉକ୍ତ ସେବାକୁ ଉପଲବ୍ଧ କରାଇବ ବୋଲି ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ କହିଛନ୍ତି। ଲୋକଙ୍କ ପାଇଁ ୫ଜି ନୂଆ ସୁଯୋଗ ଆଣିବ ବୋଲି ସେ କହିଛନ୍ତି।

୩ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଅର୍ଥନୀତିରେ ପରିଣତ କରିବ: ବିର୍ଲା
ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ୫ଜି ସେବା ଉନ୍ମୋଚନ ଉତ୍ସବରେ ଯୋଗଦେଇ କହିଛନ୍ତି, ଆସନ୍ତା ୩ ବର୍ଷ ମଧ୍ୟରେ ଭାରତକୁ ୫ ଟ୍ରିଲିଅନ ଡଲାର ବା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାରେ ଏହା ସହାୟକ ହେବ। ୧୩୦ କୋଟି ଭାରତୀୟ ଏବଂ ହଜାର ହଜାର ଉଦ୍ୟୋଗୀଙ୍କ ଡିଜିଟାଲ ସ୍ବପ୍ନକୁ ଏହା ଆହୁରି ଉଜ୍ଜୀବିତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe