କାହାର କ’ଣ ମତ

Advertisment
କାହାର କ’ଣ ମତ

8ବିମୁଦ୍ରାକରଣ ଯଦିଓ ଜରୁରୀ ଥିଲା କିନ୍ତୁ ସରକାର ଆବଶ୍ୟକ ମାତ୍ରାର ପ୍ରାକ୍‌ ପ୍ରସ୍ତୁତି କରି ନଥିଲେ। ଅଣସଂଗଠିତ କ୍ଷେତ୍ରରେ ନୋଟ୍‌ର ଅଭାବ ଯୋଗୁଁ ଲୋକେ ଦୀର୍ଘଦିନ ଧରି କାମଧନ୍ଦା ପାଇଲେ ନାହିଁ। ନିଯୁକ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ବିମୁଦ୍ରାକରଣର ବଡ଼ଧରଣ ପ୍ରତିକୂଳ ପ୍ରଭାବ ପଡ଼ିଲା।
ସାମ୍‌ସନ୍‌ ମହାରଣା, ଅବସରପ୍ରାପ୍ତ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ
8ଯେଉଁ ଲକ୍ଷ୍ୟ ନେଇ ବିମୁଦ୍ରାକରଣ କରାଯାଇଥିଲା ତାହା ସାଧିତ ହୋଇନାହିଁ। କଳାଟଙ୍କା ଠାବ ହୋଇପାରିଲାନି। ନକଲି ନୋଟ୍‌ ମଧ୍ୟ ସେତେଟା ମିଳିଲାନି। କିନ୍ତୁ ବିମୁଦ୍ରାକରଣ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଗଲା। ଲୋକମାନେ ବିମୁଦ୍ରାକରଣ ସମୟରେ ମାତ୍ରାଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ବିଧୁଭୂଷଣ ନାୟକ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌, ଭୁବନେଶ୍ୱର
8ବିମୁଦ୍ରାକରଣ ଯୋଗୁଁ ପେଟ୍ରୋଲ ପମ୍ପଗୁଡ଼ିକରେ ଡିଜିଟାଲ କାରବାର ବଢ଼ିଛି। ବିମୁଦ୍ରାକରଣ ପୂର୍ବରୁ ପ୍ରାୟ ୧୫% ବ୍ୟବସାୟ ଡିଜିଟାଲ ମାଧ୍ୟମରେ ହେଉଥିବାବେଳେ ବିମୁଦ୍ରାକରଣର ଠିକ୍‌ ପରେ ପରେ ଏହା ୫୦%କୁ ବୃଦ୍ଧି ପାଇଥିଲା। ତେବେ ସବୁ ପ୍ରକାର ଡିଜିଟାଲ କାରବାର ଶୁଳ୍କମୁକ୍ତ ହେବା ଉଚିତ।
ସଂଜୟ ଲାଠ୍‌, ସାଧାରଣ ସମ୍ପାଦକ, ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌, ଭୁବନେଶ୍ୱର
8ନୋଟ୍‌ ଅଚଳ ପରେ ନଗଦ ଅର୍ଥରେ ବ୍ୟାବସାୟିକ କାରବାର କମିଗଲା। ଖୁଚୁରା ବ୍ୟବସାୟୀଙ୍କ ବିକ୍ରି ୧୦% ହ୍ରାସ ଘଟିଲା। ଲୋକେ ନିଯକ୍ତି ହରାଇଲେ। ବିମୁଦାକରଣ ଯୋଗୁଁ ଅର୍ଥନୀତିରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିଲା ନାହିଁ।
ସୁଧାକର ପଣ୍ଡା, ସାଧାରଣ ସମ୍ପାଦକ, ଓଡ଼ିଶା ବ୍ୟବସାୟୀ ମହାସଂଘ
8ବିମୁଦ୍ରାକରଣ ଏକ ଐତିହାସିକ ଓ ବଡ଼ ସାହସିକ ପଦକ୍ଷେପ ଥିଲା। ଏଥିଯୋଗୁଁ ଭାରତ ଡିଜିଟାଲ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି। ରାଜେନ ପାଢ଼ୀ, ମହାନିର୍ଦେଶକ, ୟୁସିସିଆଇ
8ବିମୁଦ୍ରାକରଣ ପରେ ନଗଦ ଅର୍ଥର ଅଭାବ ଯୋଗୁଁ ରିଅଲ ଇଷ୍ଟେଟ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ଅର୍ଥ ଅଭାବରୁ ବଜାରରେ ଘର ପାଇଁ ଚାହିଦା କମିଯାଇଥିଲା। କମ୍ପାନି ଗୁଡ଼ିକ ମଧ୍ୟ ପ୍ରକଳ୍ପ ନିର୍ମାଣ ବନ୍ଦ କରିଦେଇଥିଲେ। ତେବେ ଆଗାମୀ କିଛିଦିନରେ ଏଥିରେ ସୁଧାର ଆସିବ ବୋଲି ଆଶା ରହିଛି।
ଡି. ଏସ୍‌. ତ୍ରିପାଠୀ, ଅଧ୍ୟକ୍ଷ, କ୍ରେଡାଇ ଓଡ଼ିଶା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe