Since independence
ନୂଆଦିଲ୍ଲୀ : ବିଶ୍ବର ଅଗ୍ରଣୀ ମୋବାଇଲ୍ ମେସେଜିଂ ଆପ୍ ହ୍ୱାଟସ୍ଆପ୍ ଏହାର ବ୍ୟବହାରକାରୀଙ୍କୁ ଖୁବ୍ଶୀଘ୍ର ‘ଡାର୍କ ମୋଡ୍’ ସୁବିଧା ପ୍ରଦାନ କରିବ। ଏହାର ପରୀକ୍ଷଣ ଚାଲିଛି। ଡାର୍କ ମୋଡ୍କୁ ଏବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ବ୍ୟବହାରକାରୀଙ୍କ ଲାଗି ବିକଶିତ କରାଯାଉଛି। ଏହା ଦ୍ବାରା ଫୋନ୍ର ବ୍ୟାଟେରି ଶକ୍ତି ସଞ୍ଚୟ ହେବ ଏବଂ ଆଖି ଉପରେ ରହୁଥିବା ଚାପ ହ୍ରାସ ପାଇବ। ଅନେକ ଆପ୍ ତରଫରୁ ଡାର୍କ ମୋଡ୍ ସୁବିଧା ପ୍ରଦାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହା ହ୍ବାଟସ୍ଆପ୍ରେ ଉପଲବ୍ଧ ହୋଇପାରିନାହିଁ।
ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍ଆପ୍ ପକ୍ଷରୁ ‘ଲୋ ଡାଟା ମୋଡ୍’ ଉପରେ ମଧ୍ୟ କାର୍ଯ୍ୟ ଜାରି ରଖାଯାଇଥିବା ଜଣାପଡ଼ିଛି। ଏହି ସୁବିଧା ଏବେ କେବଳ ହ୍ବାଟସ୍ଆପ୍ କଲ୍ ପାଇଁ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ଆପ୍ର ସମସ୍ତ କାର୍ଯ୍ୟ ଲାଗି ତାହା ଉପଲବ୍ଧ ହେବାକୁ ଯାଉଛି। ଲୋ ଡାଟା ମୋଡ୍ କାର୍ଯ୍ୟକାରୀ ହେଲେ ଲୋକମାନେ ଦୁର୍ବଳ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ଥାନରେ ହ୍ବାଟସ୍ଆପ୍କୁ ବ୍ୟବହାର କରିପାରିବେ। ‘ସେଲ୍ଫ ଡେଷ୍ଟ୍ରକ୍ଟିଂ ମେସେଜ୍’(ସ୍ବୟଂଚାଳିତ ଭାବେ ମେସେଜ୍ ଉଭେଇ ଯିବ) ବ୍ୟବସ୍ଥା ଉପରେ ମଧ୍ୟ ହ୍ବାଟସ୍ଆପ୍ କାର୍ଯ୍ୟ କରୁଛି। ଏହି ସୁବିଧାରେ ବ୍ୟବହାରକାରୀମାନେ ପଠାଉଥିବା ମେସେଜ୍ର ସମୟ ସୀମା ଧାର୍ଯ୍ୟ କରିପାରିବେ। ସେହି ସମୟ ଶେଷ ହେବା ପରେ ମେସେଜ୍ଟି ଆପେ୍ ଉଭାନ୍ ହୋଇଯିବ। ବର୍ତ୍ତମାନ ଏହି ସୁବିଧା ସ୍ନାପ୍ଚାଟ୍ରେ ମିଳୁଛି।
Follow Us