ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ହ୍ବାଟସ ଆପ ନୂଆବର୍ଷ ପହିଲାରୁ କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଉ କାମ କରିବନି । 

Advertisment

ଅଧିକପଢ଼ନ୍ତୁ:କରଣ-ବିପାଶାଙ୍କୁ ନେଇ ବଡ଼ ଭୁଲ କରିଦେଲି: ମିକା ସିଂହ

୨୦୨୫ ଜାନୁଆରୀ ୧ ତାରିଖଠାରୁ ପ୍ରାୟ ୨୦ଟି ସ୍ମାର୍ଟଫୋନରେ ଏହି ଆପ୍  ଆଉ ଚାଲିବ ନାହିଁ । ଏଥିରେ ଲୋକପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନ ସାମସଙ୍ଗର ଗାଲାକ୍ସି ଏସ୩, ଗାଲାକ୍ସି ନୋଟ ୨, ଗାଲାକ୍ସି ଏସିଇ ୩, ଗାଲାକ୍ସି ଏସ୪ମିନି ରହିଛି।

ସେହିପରି ମୋଟୋରୋଲାର ମୋଟୋ ଜି, ରାଜର ଏଚଡି, ମୋଟୋ ଇ ୨୦୨୪, ଏଚଟିସି, ୱାନ ଏକ୍ସ , ୱାନ ଏକ୍ସ ପ୍ଲସ, ଡିଜାୟାର ୫୦୦ ଓ ଡିଜାୟାର ୬୦୧ ରହିଛି। ଏହି କ୍ରମରେ ଦେଖିବାକୁ ଗଲେ ଏଲଜିର ଅପ୍ଟିମସ୍‌ ଜି, ନେକ୍ସସ ୪, ଜି୨ ମିନି ଓ ଏଲ ୯୦ରେ ଆଉ ହ୍ବାଟସ ଆପ କାମ କରିବ ନାହିଁ।

ଏଥିସହିତ ସୋନିର (ଏକ୍ସପେରିଆ ଜେଡ-୧, ଏସପି, ଟି ଓ ଭି)ରେ ଜାନୁଆରି ପହିଲାରୁ ହ୍ବାଟସ ଆପ କାମ କରିବ ନାହିଁ।

ଅଧିକପଢ଼ନ୍ତୁ:ଝରକାରେ ମୁହଁ ଦେଖାଇପାରିବେ ନାହିଁ ମହିଳା : ତାଲିବାନ

ହ୍ବାଟ୍ସଆପ୍‌ ପ୍ଲାଟଫର୍ମରେ ନୂଆ ଅପଡେଟ ଆଣିବା ଲାଗି ଲଗାତାର ଭାବରେ କାମ କରୁଛି । ଯାହାଦ୍ବାରା ୟୁଜର ଅଧିକ ଭଲ ସେବା ପାଇବା ସହିତ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ ।