ହ୍ବାଟସ୍‌ଆପ୍‌ରେ ମିଳିବ ଅନ୍‌ଲାଇନ୍‌ ଷ୍ଟାଟସ୍‌ ଲୁଚାଇବା ସୁବିଧା

Advertisment
୧୯ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ୍‌କୁ ବନ୍ଦ କଲା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌

Dignited

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ବ୍ୟବହାର ହେଉଥିବା ମୋବାଇଲ୍‌ ମେସେଜିଂ ଆପ୍ ହ୍ବାଟସ୍‌ଆପ୍ ଅନଲାଇନ୍ ଷ୍ଟାଟସ୍‌ ଲୁଚାଇବା ସୁବିଧା ପ୍ରଦାନ କରିବାକୁ ଯାଉଛି। ଏହି ସୁବିଧା ଆପ୍‌ରେ ଉପଲବ୍ଧ ହେବା ପରେ ବ୍ୟବହାରକାରୀମାନେ ଅତି ସହଜରେ ନିଜର ଷ୍ଟାଟସ୍‌ ଲୁଚାଇପାରିବେ। ଯେଉଁମାନେ ସେମାନଙ୍କ କଣ୍ଟାକ୍ଟ ତାଲିକାରେ ନାହାନ୍ତି ସେମାନେ ବ୍ୟକ୍ତି ଜଣକ ଅନ୍‌ଲାଇନ୍ ଅଛନ୍ତି ନା ନାହିଁ ତାହା ଜାଣିପାରିବେ ନାହିଁ। ବର୍ତ୍ତମାନ ହ୍ବାଟସ୍‌ଆପ୍‌ର ବିଟା ଭର୍ସନରେ ଏହି ସୁବିଧାର ପରୀକ୍ଷଣ କରାଯାଉଛି। କେଉଁମାନେ ନିଜର ଷ୍ଟାଟସ୍‌ ଦେଖିପାରିବେ ତାହା ବ୍ୟବହାରକାରୀମାନେ ଚୟନ କରିବାର ସୁବିଧା ପାଇବେ। ସେଥିପାଇଁ ‘ଏଭ୍ରିୱାନ୍’ ଓ ‘ସେମ୍ ଆଜ୍ ଲାଷ୍ଟ୍‌ ସିନ୍‌’ ଭଳି ଦୁଇଟି ବିକଳ୍ପ ଉପଲବ୍ଧ ହେବ। ମାଇଁ କଣ୍ଟାକ୍ଟରେ ବ୍ୟବହାରକାରୀମାନେ ପ୍ରବେଶ କରି ‘ଲାଷ୍ଟ୍‌ ସିନ୍’ ଓ ‘ସେମ୍ ଆଜ୍‌ ଲାଷ୍ଟ୍‌ ସିନ୍‌’ ଭିତରୁ ନିଜ ପସନ୍ଦର ବିକଳ୍ପ ଚୟନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe