ଏଣିକି ହ୍ବାଟ୍ସଆପ ବ୍ୟବହାରକାରୀ ୭ଦିନ ଭିତରେ କରିପାରି‌ବେ ପଠାଇଥିବା ମସେଜ ଡିଲିଟ

Advertisment
ଏଣିକି ହ୍ବାଟ୍ସଆପ ବ୍ୟବହାରକାରୀ ୭ଦିନ ଭିତରେ କରିପାରି‌ବେ ପଠାଇଥିବା ମସେଜ ଡିଲିଟ

ନୂଆଦିଲ୍ଳୀ : ହ୍ବାଟ୍ସଆପର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଗ୍ରାହକଙ୍କ ରୁଚିଙ୍କୁ ଦୃଷ୍ଟିରେ ରଖି ହ୍ବାଟସ ଆପ ଫିଚରରେ କିଛି ନା କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଥାଏ।

ଏଣିକି ହ୍ବାଟସ ଆପ ତାର ଆଉ ଗୋଟେ ଫିଚରରେ ଖୁବ ଶୀଘ୍ର ପରିବର୍ତ୍ତନ ଆଣୁଛି। ହ୍ବାଟସ ଆପ ଉପ‌ଭୋକ୍ତା କାହାରିକୁ ମେସେଜ କଲେ ମାତ୍ର ଏକ ଘଣ୍ଟା, ଆଠ ମିନିଟ୍ ଏବଂ ଷୋହଳ ସେକେଣ୍ଡ ମଧ୍ୟରେ ତାହାକୁ ଡିଲିଟି କରିବାକୁ ହୋଇଥାଏ। ନହେଲେ  ପଠାଇଥିବା ଲୋକଙ୍କ ହ୍ବାଟସଆପ ଚାଟରୁ ମେସେଜ ଆଉ ଡିଲିଟ ହୋଇ ନଥାଏ । ଏଣିକି ହ୍ବାଟସ ଆପ ୟୁଜର୍ସମାନେ ୭ଦିନ  ମଧ୍ୟରେ ପଠାଯାଇଥିବା ମେସେଜ୍‌କୁ ଡିଲିଟ୍‌ କରିବାର ଅପସନ୍ ପାଇ ପାରିବେ।

ହ୍ବାଟ୍ସଆପ୍ ଟ୍ରାକର ଏହି ଫିଚର ବିଷୟରେ କଥା ହୋଇ କହିଛନ୍ତି, ଏହି ସୁବିଧା ଏବେ ବି ଅଣ୍ଡର ଡେଭଲପମେଣ୍ଟରେ ରହିଛି। ତେଣୁ ଏହାକୁ ଅନେକ ଥର ପରିବର୍ତ୍ତନ କରାଯାଉଛି। ତେଣୁ ଆମକୁ ଫିଚରର ପୂରା ଡେଭଲପମେଣ୍ଟ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ଅନ୍ୟପଟେ ହ୍ବାଟ୍ସଆପ୍‌ ଆପ୍ ଭାରତୀୟ ୟୁଜର୍ସମାନଙ୍କ ପାଇଁ ଦୁଇଟି ନୂତନ ସୁରକ୍ଷା ଫିଚର୍ସ ଫ୍ଲେଶ୍ କଲ୍ ଏବଂ ମେସେଜ୍ ଲେଭଲ୍ ରିପୋର୍ଟିଂ ଜାରି କରିଛି । ଏହି ନୂଆ ଫିଚର୍ସ ୟୁଜର୍ସଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ନିୟନ୍ତ୍ରଣ ସୁବିଧା ଦେବ। ଏଥିସହିତ ହ୍ବାଟ୍ସଆପ୍‌ ବିଟା ଚ୍ୟାନେଲ ମଧ୍ୟ ଏହି ଅପଡେଟକୁ ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe