ହ୍ଵାଟସ୍‌ଆପ୍‌ ସେବାରେ ତ୍ରୁଟି, ବ୍ୟବହାରକାରୀ ଟୁଇଟରରେ ଜଣାଇଲେ ଅସୁବିଧା

Advertisment
ହ୍ଵାଟସ୍‌ଆପ୍‌ ସେବାରେ ତ୍ରୁଟି, ବ୍ୟବହାରକାରୀ ଟୁଇଟରରେ ଜଣାଇଲେ ଅସୁବିଧା

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଲୋକପ୍ରିୟ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ଦୁନିଆରେ ପାଖାପାଖି ୧୦୦କୋଟି ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ ୧୮୦ଟି ଦେଶରେ ରହିଛନ୍ତି। ତେବେ ଶୁକ୍ରବାର ଏହି ମେସେଜିଂ ଆପ୍‌ର ସେବାରେ ତ୍ରୁଟି ହେବାରୁ କିଛି ସମୟ ପାଇଁ ଏହା ନିଷ୍କ୍ରିୟ ହୋଇଯାଇଥିଲା। କୋଟିକୋଟି ବ୍ୟବହାରକାରୀ ହ୍ଵାଟସ୍‌ଆପ୍‌ ସେବା ବନ୍ଦ ହେବା ଦ୍ୱାରା ପ୍ରଭାବିତ ହୋଇଥିବା କଥା ଟୁଇଟର ଜରିଆରେ ଜଣାଇଥିଲେ। ଫଳରେ ଟୁଇଟରରେ ସକ୍ରିୟ ହୋଇଉଠିଥିଲେ ହ୍ଵାଟସଆପ୍‌ ବ୍ୟବହାରକାରୀ।

ସୂଚନାଯୋଗ୍ୟ, ଆକସ୍ମିକ ଭାବେ ଶୁକ୍ରବାର ଅପରାହ୍ନ ୧.୩୦ ପରେ ହ୍ଵାଟସ୍‌ ଆପ୍‌ ସେବାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୧.୩୦ରୁ ୩ଟା ଯାଏ ହ୍ଵାଟସ୍‌ ଆପ୍‌ ବ୍ୟବହାରକାରୀ ମେସଜ ଆଦାନ-ପ୍ରଦାନ କରିପାରୁ ନଥିଲେ। ଏହି ଅସୁବିଧା ଦ୍ୱାରା କୋଟିକୋଟି ଲୋକ ପ୍ରଭାବିତ ହୋଇଥିଲେ। ମାଇକ୍ରୋ-ବ୍ଲଗିଙ୍ଗ େଓ୍ଵବସାଇଟ ଟୁଇଟର ଜରିଆରେ ହ୍ଵାଟସ୍‌ ଆପ୍‌ ବ୍ୟବହାରକାରୀଙ୍କୁ ହ୍ଵାଟସ୍‌ ଆପ୍‌ର ଏହି ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲା।

publive-image

ଆମର ସେବାରେ କିଛି ସମସ୍ୟା ଅସୁବିଧା ହୋଇଛି। ଏହା ଉପରେ କାମ କରାଯାଉଛି, ଆମର ଆଶା ଖୁବ୍‌ ଶୀଘ୍ର ଏଥିରେ ସୁଧାର ଆସିବ। ଏହି ଅସୁବିଧା ପାଇଁ ଆମେ ଦୁଃଖୀତ ବୋଲି ହ୍ଵାଟସ୍‌ ଆପ୍‌ କର୍ତ୍ତୃପକ୍ଷ କହିଛନ୍ତି।

downtector.comନାମକ େଓ୍ଵବସାଇଟ ଅନ୍ୟ େଓ୍ଵବସାଇଟକୁକୁ ଟ୍ରାକ୍‌ କରି ସେଥିରେ ହ୍ଵାଟସ୍‌ଆପ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବା କଥା ଜଣାଇଥିଲେ। ଏହି େଓ୍ଵବସାଇଟ ମୁତାବିକ ଏହି ତ୍ରୁଟି ପ୍ରଥମେ ପଶ୍ଚିମ ୟୁରୋପ ଓ ଏସିଆ ଦେଶରେ ହୋଇଥିଲା। ଫେସ୍‌ବୁକ୍‌ ଓ ଟୁଇଟର ପେଜରେ କେତେକ ଆମେରିକା ଓ ଆଫ୍ରିକା ନାଗରିକ ହ୍ଵାଟସ ଆପ୍‌ କିଛି ସମୟ ପାଇଁ ଅଚଳ ହେବା କଥା ଜଣାଇଥିଲେ।

publive-image

ଏହି ତ୍ରୁଟି ସମ୍ପର୍କରେ ଜଣେ ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ କହିଛନ୍ତି, ଆଜି ମୁଁ ହ୍ଵାଟସ୍‌ଆପ୍‌ରୁ ମେସେଜ ପଠାଇଲା ବେଳେ କୌଣସି ମେସେଜ ଯାଇ ନ ଥିଲା। କି କାହରି ମେସେଜ ଆସି ନଥିଲା। ଏଭଳି ଅସୁବିଧା ମଇ ମାସରେ ବି ହୋଇଥିଲା। ମଲେସିଆ, ସ୍ପେନ୍‌, ଜର୍ମାନ, ନେଦରଲ୍ୟାଣ୍ଡ,ବେଲଜିୟମ ଓ ୟୁରୋପର କେତେକ ଦେଶରେ ହ୍ଵାଟସ୍‌ ଆପ୍‌ ସେବା ବନ୍ଦ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe