ଏଣିକି ହ୍ଵାଟସ୍‌ ଆପ୍‌ରୁ ଡାଉନ୍‌ଲୋଡ କରି ପାରିବେ ନାହିଁ ଅନ୍ୟଙ୍କ ପ୍ରୋଫାଇଲ ଫଟୋ

Advertisment
ହ୍ବାଟ୍‌ସଆପ୍ ବ୍ୟବହାରକାରୀଙ୍କୁ କେନ୍ଦ୍ରର ଚେତାବନୀ: ଭିଡିଓ କଲ୍ ମାଧ୍ୟମରେ ହ୍ୟାକର୍ ଆକ୍ରମଣ କରିପାରେ

Firstpost

ନୂଆଦିଲ୍ଲୀ: ପପୁଲାର ମେସେଜିଂ ପ୍ଲାଟଫର୍ମ ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀଙ୍କୁ ଗୁଣବତ୍ତାର ଅନୁଭବ ଦେବା ପାଇଁ ବାରମ୍ବାର ସେଥିରେ ପରିବର୍ତ୍ତନ କରି ନୂଆ ଫିଚର୍ସ ଆଣୁଛି। ଏବେ ହ୍ଵାଟସ ଆପ୍‌ ଆଲବମ୍ ଲେ-ଆଉଟ ଓ ଭିଡିଓ ଫରମାଟରେ ପରିବର୍ତ୍ତନ ଭଳି ଫିଚର୍ସ ଆପ୍‌ ଆଣିବାକୁ ଯାଉଛି। ଏଥିସହିତ ହ୍ଵାଟର୍ସ ଆପ୍‌ ଏବେ ସେହି ଫିଚରକୁ ବନ୍ଦ କରି ପାରିବ। ଯାହା ଜରିଆରେ ବ୍ୟବହାରକାରୀ ଅନ୍ୟର ପ୍ରୋଫାଇଲ ଫଟୋ ନିଜ ଡିଭାଇସ୍‌ରେ ସେଭ କରି ପାରୁଥିଲେ। ଏବେ ବ୍ୟବହାରକାରୀ ନିଜ କଣ୍ଟାକ୍ଟଙ୍କ ହ୍ଵାଟସ୍‌ଆପ୍‌ ପ୍ରୋଫାଇଲ ଫଟୋ ଓପନ କରିବା ଦ୍ୱାରା ସେୟାର ଅପସନ୍‌ ମିଳିଥାଏ ଓ ଏହା ଉପରେ ଟେପ୍‌ କରି ପ୍ରୋଫାଇଲ ଫଟୋକୁ ସେଭ୍‌ କରାଯାଇଥାଏ।

publive-image Forbes India

WABetaInfoଙ୍କ ରିପୋର୍ଟ ମୁତାବକ, ଆପେଲ ଟେଷ୍ଟଫ୍ଲାଇଟ ଭିଟା ପ୍ରୋଗ୍ରାମରୁ ଟେଷ୍ଟର୍ସକୁ ଲେଟେଷ୍ଟ ହ୍ଵାଟସ ଆପ୍‌ ଭିଟା ଅପଡେଟ ଆଇଠଏସ୍‌ ପାଇଁ ଭି୨.୧୯.୬୦.୨୬ ଦିଆଯାଇଛି। ସମ୍ପ୍ରତି ଏହି ଫିଚର୍ସର ଟେଷ୍ଟ କରାଯାଉଛି ଏବଂ ଆଗାମୀ ଆଇଓଏସ୍‌ ଅପଡେଟରେ ଏହି ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଅଫିସିଆଲ ରୋଲ ଆଉଟ କରାଯିବ। ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କୁ ଏହି ଅପଡେଟ କେବେ ମିଳିବ, ଏହାକୁ ନେଇ କୌଣସି ଖବର ସାମ୍ନାକୁ ଆସିନାହିଁ। ହ୍ଵାଟସ ଆପ୍‌ରେ ଏଯାବତ ବ୍ୟବହାରକାରୀଙ୍କୁ ମିଳୁଥିବା ଫୋଟ ଡାଉନ୍‌ଲୋଡ କରିବା ଅପସନ୍‌ ବି ଖୁବଶୀଘ୍ର ହଟାଇ ଦିଆଯିବ। ଏହାପରେ ବ୍ୟବହାରକାରୀ ଅନ୍ୟଜଣଙ୍କ ପ୍ରୋଫାଇଲ ଫଟୋକୁ ଡାଉନ୍‌ଲୋଡ କରି ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe