ଡିସେମ୍ବର ୩୧ପରଠାରୁ ଏହି ସବୁ ଫୋନରେ ବନ୍ଦ ହୋଇଯିବ ହ୍ବାଟସଆପ୍

Advertisment
ଡିସେମ୍ବର ୩୧ପରଠାରୁ ଏହି ସବୁ ଫୋନରେ ବନ୍ଦ ହୋଇଯିବ ହ୍ବାଟସଆପ୍

aajtak.intoday.in

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ଭାବେ ଜଣାଶୁଣା ହ୍ବାଟସଆପ୍ ଆସନ୍ତା ମାସଠାରୁ ଲକ୍ଷ ଲକ୍ଷ ସ୍ମାର୍ଟଫୋନରେ ଚାଲିବା ବନ୍ଦ ହୋଇଯିବ। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ନିଜର ପେଜ୍ ଜରିଆରେ ହ୍ବାଟସଆପ୍ ଏଭଳି ଘୋଷଣା କରିଥିବା ବେଳେ ଡିସେମ୍ବର ୩୧ପରଠାରୁ ଅନେକ ସ୍ମାର୍ଟଫୋନରେ ହ୍ବାଟସଆପ୍ କାମ କରିବା ବନ୍ଦ କରିଦେବ। ଉଇଣ୍ଡୋଜ୍ ମୋବାଇଲ୍ ସହ କିଛି ଆଇଫୋନ ବ୍ୟବହାରକାରୀ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବେ ।

अगले महीने से लाखों स्मार्टफोन्स में बंद हो जाएगा WhatsApp aajtak.intoday.in

ଯଦି ଆପଣଙ୍କ ଆଇଫୋନରେ ଆଇଓଏସ୍ ୮ଠାରୁ ପୁରୁଣା ସପ୍ଟୱେର ରହିଛି, ତେବେ ସେଥିରେ ହ୍ବାଟସଆପ୍ କାମ କରିବା ବନ୍ଦ କରିଦେବ ବୋଲି ଜଣାପଡ଼ିଛି। ଏହା ପାଇଁ ସମୟସୀମା ଫେବୃଆରି ୧, ୨୦୨୦ ପର୍ଯ୍ୟନ୍ତ ରଖାଯାଇଛି। ଆଇଫୋନରେ ହ୍ବାଟସଆପ୍ ଚଲାଇବା ପାଇଁ ଆଇଓଏସ୍ ୯ ବା ତା’ଠାରୁ ଉପର ଭର୍ସନ୍ ରହିବା ଆବଶ୍ୟକ। ତେବେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ କଥା କହିବାକୁ ଗଲେ ଯେଉଁମାନଙ୍କ ପାଖରେ ଆଣ୍ଡ୍ରୋଏଡ୍ ୨.୩.୭ ରହିଛି, ସେମାନେ ହ୍ବାଟ୍ସଆପର ବ୍ୟବହାର କରି ପାରିବେ ନାହିଁ। ଏ ନେଇ କମ୍ପାନି ସବୁ ଆଣ୍ଡ୍ରୋଏଡ ଓ ଆଇଫୋନ ବ୍ୟବହାରକାରୀଙ୍କୁ ନିଜ ନିଜର ଫୋନ ଅପଡେଟ୍ କରିବା ପାଇଁ ଉପଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe