ହ୍ଵାଟ୍‌ସଆପ୍‌ର ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ଫିଚର୍‌ରେ ଆସିବ ପରିବର୍ତ୍ତନ

Advertisment
ହ୍ଵାଟ୍‌ସଆପ୍‌ର ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ଫିଚର୍‌ରେ ଆସିବ ପରିବର୍ତ୍ତନ

ଗତବର୍ଷ ହ୍ଵାଟ୍‌ସଆପ୍‌ ଏକ ଆକର୍ଷଣୀୟ ଫିଚର୍‌ ବାହାର କରିଥିଲା। ଫିଚର୍‌ଟି ହେଉଛି ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍’। ଏହି ଫିଚର୍‌ ଜରିଆରେ ସେଣ୍ଡର୍‌ ଚାହିଁଲେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପଠାଇଥିବା ମେସେଜ୍‌କୁ ଡିଲିଟ୍‌ କରିପାରୁଥିଲେ। ସେହି ସମୟ ଅବଧି ଶେଷ ହେବା ପରେ କିନ୍ତୁ ଆଉ ଡିଲିଟ୍‌ ହୋଇପାରୁନଥିଲା। ପ୍ରଥମେ ଗ୍ରାହକଙ୍କ ପାଇଁ ଡିଲିଟ୍‌ କରିବାକୁ ୭ ମିନିଟ୍‌ ସମୟ ଦିଆ ଯାଉଥିଲା। ଏବେ ଏହାକୁ ବଢ଼ାଯାଇ ୧ ଘଣ୍ଟା ୮ ମିନିଟ୍‌ ୧୬ ସେକଣ୍ଡେ୍‌ କରି ଦିଆଯାଇଛି। ସେଣ୍ଡର୍‌ ପଠାଇଥିବା ମେସେଜ୍‌ ଡିଲିଟ୍‌ କରିବା ପରେ ରିସିଭର୍‌ଙ୍କ ବକ୍ସରେ ‘ମେସେଜ୍‌ ଇଜ୍‌ ଡିଲିଟେଡ୍‌’ ବୋଲି ଲେଖାଯିବା ସହ ସେଣ୍ଡର୍‌ ବକ୍ସରେ ‘ୟୁ ଡିଲିଟେଡ୍‌ ଦିସ୍‌ ମେସେଜ୍‌’ ଦୃଶ୍ୟମାନ ହେଉଥିଲା।

ଏ ନେଇ ହ୍ଵାଟ୍‌ସଆପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଆଣ୍ଡ୍ରଏଡ୍‌ ସେଟ୍‌ଗୁଡ଼ିକ ସକାଶେ ହ୍ଵାଟ୍‌ସଆପର ଲାଟେଷ୍ଟ ବେଟା ଭର୍ସନକୁ ବଦଳା ଯାଇଛି। ବଦଳା ଯାଇଥିବା ଫିଚର୍‌ ମୁତାବକ ଯଦି ରିସିଭର୍‌ ୧୩ ଘଣ୍ଟା ୮ ମିନିଟ୍‌ ୧୬ ସେକେଣ୍ଡ୍‌ ମଧ୍ୟରେ ସେଣ୍ଡର୍‌ ନିକଟରୁ କୌଣସି ଡିଲିଟ୍‌ ରିକ୍ୟୁଏଷ୍ଟ୍‍ ରିସିଭ୍‌ ନକରନ୍ତି ତେବେ ସେହି ମେସେଜ୍‌ ଆଉ ଡିଲିଟ୍‌ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe