ଏଣିକି ହ୍ବାଟ୍‌ସଆପ୍‌ରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ ଉପଲବ୍ଧ ହେବ

Advertisment
ଏଣିକି ହ୍ବାଟ୍‌ସଆପ୍‌ରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ ଉପଲବ୍ଧ ହେବ

zeenews.india.com

ମୁମ୍ବାଇ: ହ୍ବାଟ୍‌ସଆପ୍‌କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍‌ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫିଚର୍‌ ଜରିଆରେ ଗ୍ରୁପ୍‌ ଚାଟ୍‌ ପାଇଁ ମ୍ୟୁଟ୍‌ ସର୍ଟକର୍ଟ ଅପ୍‌ସନ୍‌ ମିଳିବ। ଏହାଫଳରେ ବ୍ୟବହାରକାରୀଙ୍କୁ ଗ୍ରୁପ୍‌ରୁ ମିଳୁଥିବା ନୋଟିଫିକେସନ୍‌ରୁ ମୁକ୍ତି ମିଳିପାରେ।

ଏବେ ହ୍ବାଟ୍‌ସଆପ୍‌ର ବେଟା ଭର୍ସନରେ ଏହା ଲଞ୍ଚ ହୋଇଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହାକୁ ଆଗାମୀ ଦିନରେ ହ୍ବାଟ୍‌ସଆପ୍‌‌ ଡେସ୍‌ଟପ୍‌ ବ୍ୟବହାରକାରୀଙ୍କ ସକାଶେ ବି ଉପଲବ୍ଧ କରାଯିବାର ଯୋଜନା ରହିିଛି।

ମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିଛି। ଏହି ଫିଚର୍ ନାଁ ହେଉଛି ହ୍ବାଟ୍‌ସ୍‌ଆପ୍‌ର ‌ଷ୍ଟାଟସ୍‌ ଫିଚର୍‌। ଏହି ଫିଚର ଜରିଆରେ ବ୍ୟବହାରୀ ହ୍ବାଟ୍‌ସ୍‌ଆପ୍‌ ଷ୍ଟାଟସ୍‌ରେ ଏଣିକି ଫଟୋ, ଭିଡିଓ କିମ୍ବା କ୍ୟାପ୍‌ସନ ନୁହେଁ, ବରଂ ଭଏସ୍‌ ନୋଟ୍‌ ନୋଟ୍‌ ଓ ଆଇଡିଆ ବି ସେୟାର କରିପାରିବେ।

ଏବେ ହ୍ବାଟ୍‌ସଆପ୍‌ର ବେଟା ଭର୍ସନରେ ଏହା ଲଞ୍ଚ ହୋଇଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର ଜରିଆରେ ବ୍ୟବହାରକାରୀ ଷ୍ଟାଟସ୍‌ରେ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅଡିଓ ବି ସେୟାର କରିପାରିବେ। ସେଠାରେ ଆପଣଙ୍କୁ ମାଇକ୍‌ ପରି ଏକ ଆଇକନ୍‌ ନଜର ଆସିବ। ଯାହାକୁ କ୍ଲିକ୍‌ କରି ଆପଣ ୩୦ ସକେଣ୍ଡ୍‌ ପର୍ଯ୍ୟନ୍ତ ନିଜର ଆଇଡିଆ ସେୟାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe