ହ୍ବାଟ୍‌ସଆପ୍‌ ବଦଳୁଛି, ଆଉ ଚଳିବନି ମନ୍‌ମାନି; ବ୍ୟବହାରକାରୀଙ୍କ ନିୟନ୍ତ୍ରଣରେ ରହିବ ଅନେକ କିଛି

ହ୍ବାଟ୍‌ସଆପ୍‌ ବଦଳୁଛି, ଆଉ ଚଳିବନି ମନ୍‌ମାନି; ବ୍ୟବହାରକାରୀଙ୍କ ନିୟନ୍ତ୍ରଣରେ ରହିବ ଅନେକ କିଛି

www.aajtak.in

ମୁମ୍ବାଇ: ୨୦୨୧ ମସିହାରେ ନିଜର ପ୍ରାଇଭେସି ପଲିସି ନେଇ ଚର୍ଚ୍ଚାରେ ରହିିଥିଲା ହ୍ବାଟ୍‌ସଆପ୍‌। ଆପ୍‌ର ପ୍ରାଇଭେସି ପଲିସିକୁ ନେଇ ବହୁ ବିବାଦ ଉପୁଜିଥିଲା। ୨୦୨୨ରେ କମ୍ପାନି ଯଦିଓ ପ୍ରାଇଭେସି ପଲିସିକୁ ନେଇ କିଛି କରିନାହିଁ, ମାତ୍ର ପ୍ରାଇଭେସି ଫିଚର୍‌ଗୁଡ଼ାଏ ଦେଖିବାକୁ ମିଳିଛି। ଏହି ଲୋକପ୍ରିୟ ମେସେଜିଂ ଆପ୍‌ ପାଇଁ ଭାରତ ହେଉଛି ସବୁଠାରୁ ବଡ଼ ମାର୍କେଟ୍‌।

ଆପଣ ଜାଣିଥିବେ ନିଶ୍ଚୟ ଯେ କେବଳ ଭାରତରେ ୪୦ କୋଟିରୁ ଅଧିକ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ ଅଛନ୍ତି। ଲୋକଙ୍କ ପ୍ରାଇଭେସିକୁ ନେଇ ଆପ୍‌ ଲଗାତର ନୂଆ ନୂଆ ଫିଚର୍‌ ନେଇ ଆସୁଥିବା ଦେଖିବାକୁ ମିଳିଛି।

ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ହ୍ବାଟସ୍‌ଆପ୍‌ରେ ଏବେ ନୂଆ କରି ‘ଲିଭ୍ ଗ୍ରୁପ୍‌ ସାଇଲେଣ୍ଟ୍‌ଲି’ ଫିଚର୍‌ ଯୋଡ଼ି ହୋଇଛି। ଏହା ଦ୍ବାରା ଆପଣ କେଉଁ ଗ୍ରୁପ୍‌ରୁ ଗୁପ୍ତ ଭାବେ ବାହାରି ପାରିବେ। ଗ୍ରୁପ୍‌ର ଅନ୍ୟ ସଦସ୍ୟମାନଙ୍କୁ ଲିଭ୍‌ ଗ୍ରୁପ୍‌ ମେସେଜ୍‌ ବି ଯିବ ନାହିଁ।

ପୂର୍ବରୁ ଆପଣ ଲାଷ୍ଟ୍‌ ସିନ୍‌ ଓ ଡିପି ହାଇଡ୍‌(ଲୁଚାଇବା) ଫିଚର୍‌ ବିଷୟରେ ଜାଣିଛନ୍ତି। ଏବେ ଆପଣ ଅନ୍‌ଲାଇନ୍‌ ଷ୍ଟାଟସ୍‌କୁ ବି ହାଇଡ୍‌ କରିପାରିବେ। ଅର୍ଥାତ, ଆପଣ ଅନ୍‌ଲାଇନ୍‌ ଅଛନ୍ତି କି ନାହିଁ ତାହାର ସୂଚନା ଅନ୍ୟ କାହାକୁ ମିଳିବ ନାହିଁ।

ନିକଟରେ ଲୋକପ୍ରିୟ ମେସେଜିଂ ଆପ୍‌ ମଧ୍ୟରେ ହ୍ବାଟ୍‌ସଆପ୍‌ର ୧୦ ଲକ୍ଷ ଭାରତୀୟ ଆକାଉଣ୍ଟ୍‌କୁ ବ୍ୟାନ୍‌ କରାଯାଇଛି। ଏହି ଆପ୍‌ ପ୍ରତି ମାସ ଆଇଟି ନିୟମ ଅନୁଯାୟୀ ରିପୋର୍ଟ ରିଲିଜ୍‌ କରି ଆକାଉଣ୍ଟ୍‌ ସଂପର୍କିତ ତଥ୍ୟ ପ୍ରଦାନ କରିଥାଏ। ଆପ୍‌ ପକ୍ଷରୁ ମେ ମାସର ରିପୋର୍ଟରେ ଏହି ଲକ୍ଷ ଲକ୍ଷ ଭାରତୀୟ ଆକାଉଣ୍ଟ୍‌ ବ୍ୟାନ୍‌ ହେବା ସୂଚନା ଦିଆଯାଇଛି। ହ୍ବାଟ୍‌ସଆପ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କାରଣରୁ ଏହି ଆକାଉଣ୍ଟ୍‌ଗୁଡ଼ିକ ବନ୍ଦ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe