ଏହି ସବୁ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଫୋନ୍‌ରୁ ଆଉ ୨ ଦିନ ଭିତରେ ବନ୍ଦ ହୋଇଯିବ ହ୍ବାଟ୍‌ସଆପ୍‌

Advertisment
ହ୍ବାଟସ୍ଆପ୍‌ରେ ମିଳିବ ଆଇସିଆଇସିଆଇ ବ୍ୟାଙ୍କର ସେବା

(Photo Credits: IANS)

ନୂଆଦିଲ୍ଳୀ: ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଖୁବ୍ କମ୍‌ ବର୍ଷ ଭିତରେ ଅନେକ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ସବୁଠାରୁ ଲୋକପ୍ରିୟ ଏହି ମେସେଜିଂ ଆପ୍‌ ଆସନ୍ତା ମାସଠାରୁ କେତେକ ଫୋନ୍‌ରେ ଆଉ କାମ କରିବ ନାହିଁ। ଏହି ଜାନୁଆରି ମାସ ପରେ ନିର୍ଦ୍ଦିଷ୍ଟ କେତୋଟି ଆଇଫୋନ୍‌ ଓ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଆଉ ହ୍ବାଟ୍‌ସଆପ୍‌ କାମ କରିବ ନାହିଁ ବୋଲି ସୂଚନା ରହିଛି।

ପୁରୁଣା ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ଫୋନ୍‌ରୁ ଜାନୁଆରି ୩୧ ତରିଖ ପରେ ଆଉ ହ୍ବାଟ୍‌ସଆପ୍‌ କାମ କରିବନି ବୋଲି ସୂଚନା ରହିଛି। ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟତୀତ ୱିଣ୍ଡୋଜ୍‌ ଫୋନ୍‌ରୁ ମଧ୍ୟ ଫେବ୍ରୁଆରି ପହିଲାରୁ ହ୍ବାଟ୍‌ସଆପ୍‌ ବନ୍ଦ ହୋଇଯିବ।

publive-image www.cio.com

ନୂଆବର୍ଷଠାରୁ ପୁରୁଣା ଭର୍ସନର ଫୋନ୍‌ଗୁଡ଼ିକରେ ହ୍ବାଟ୍‌ସଆପ୍‌ ବନ୍ଦ କରିଦିଆଯିବ ବୋଲି କମ୍ପାନି ପୂର୍ବରୁ ଘୋଷଣା କରିଥିଲା। ୨.୩.୭ କିମ୍ବା ତାଠାରୁ ପୁରୁଣା ଫୋନ୍‌ଗୁଡ଼ିକରେ ଏହି ସେବା ବନ୍ଦ କରାଯିବ ବୋଲି ସୂଚନା ରହିଛି। ସେହିପରି ଆଇଓଏସ୍‌ ୮ କିମ୍ବା ତାଠାରୁ ପୁରୁଣା ଭର୍ସନ ଆଇଫୋନ୍‌‌ରେ ବି ଆଉ ମାତ୍ର ୨ ଦିନ ଭିତରେ ହ୍ବାଟ୍‌ସଆପ୍‌ ବନ୍ଦ ହୋଇଯିବ।

କମ୍ପାନି ପୂର୍ବରୁ ଘୋଷଣା କରିଥିଲା ଯେ ପୁରୁଣା ଓଏସ୍‌ ଭର୍ସନରୁ ହ୍ବାଟ୍‌ସଆପ୍‌ ବନ୍ଦ କରିଦେବା ଏକ କଷ୍ଟକର ନିଷ୍ପତ୍ତି। ମାତ୍ର ବ୍ୟବହାରକାରୀମାନଙ୍କୁ ଉତ୍ତମ ସେବା ଦେବା ସକାଶେ ଏପରି ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ କମ୍ପାନି ନୋକିଆର ସିମ୍ବିଆନ୍‌ ଏସ୍‌୬୦, ନୋକିଆ ସିରିଜ୍‌୪୦ ଓଏସ୍‌, ବ୍ଲାକ୍‌ବେରି ୧୦, ଆଣ୍ଡ୍ରଏଡ୍‌ ୨.୧, ବ୍ଲାକ୍‌ବେରି ଓଏସ୍‌, ଆଣ୍ଡ୍ରଏଡ୍‌ ୨.୨, ୱିଣ୍ଡୋଜ୍‌ ୭, ଆଇଓଏସ୍‌ ୬ ଇତ୍ୟାଦିରୁ ହ୍ବାଟ୍‌ସଆପ୍‌ ବନ୍ଦ କରି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe