ହ୍ବାଟ୍‌ସଆପ୍‌ ଡିସାପିୟରିଂ ମେସେଜ୍‌ କାର୍ଯ୍ୟକାରୀ କରିବାକୁ ଚାହୁଥିଲେ...

Advertisment
ହ୍ବାଟ୍‌ସଆପ୍‌ ଡିସାପିୟରିଂ ମେସେଜ୍‌ କାର୍ଯ୍ୟକାରୀ କରିବାକୁ ଚାହୁଥିଲେ...

ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତୀକ୍ଷା ପରେ ‌ଫେସବୁକ୍‌ ପକ୍ଷରୁ ହ୍ବାଟ୍‌ସଆପ୍‌ରେ ଡିସାପିୟରିଂ ସେବା ଆରମ୍ଭ କରାଯାଇଛି। ଆଣ୍ଡ୍ରଏଡ, ଆଇଓଏସ୍‌, ୱେବ୍ ଏବଂ ଡେସ୍କଟପ୍ ପ୍ଲାଟଫର୍ମରେ ଏସବୁ ସୁବିଧା ଉପଲବ୍ଧ ହୋଇଛି। ଏହି ସୁବିଧା ଦ୍ବାରା କୌଣସି ମେସେଜ୍ ୭ ଦିନ ପରେ ଆପେ ଡିଲିଟ୍‌ ହୋଇଯିବ। ଉଭୟ ବ୍ୟକ୍ତିଗତ ଏବଂ ଗ୍ରୁପ୍ ଚାର୍ଟ ‌କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି। ତେବେ ବ୍ୟକ୍ତିଗତ ବା ୱାନ୍‌-ଟୁ-ୱାନ୍‌ ଚାର୍ଟରେ ଯେ କେହି ଏହି ସୁବିଧା ନେଇ ପାରିବାକୁ ଥିବାବେଳେ ଗ୍ରୁପ୍‌ ଚାର୍ଟ କ୍ଷେତ୍ରରେ କେବଳ ଗ୍ରୁପ୍ ଆଡମିନ୍‌ ଏହି ସୁବିଧାର ଉପଯୋଗ କରିପାରିବେ। ଆଣ୍ଡ୍ରଏଡ୍‌, ଆଇଓଏସ୍‌ ଏବଂ ୱେବ ପ୍ଲାଟଫର୍ମରେ ଏହି ସେବାର ସୁବିଧା ନେବା ପାଇଁ ବ୍ୟବହାରକାରୀଙ୍କୁ କେତୋଟି ପଦକ୍ଷେପ ନେବାକୁ ହେବ। ପ୍ରଥମଟି ହେଲା ହ୍ବାଟ୍‌ଆପ୍‌କୁ ଖୋଲି ଚାର୍ଟ ୱିଣ୍ଡୋକୁ ଯିବାକୁ ହେବ। ଏହାପରେ କଣ୍ଟାକ୍ଟ ତାଲିକାରେ ଥିବା ବ୍ୟକ୍ତିଙ୍କ ଉପରେ କ୍ଲିକ୍‌ କରିବାକୁ ହେବ। ଏହାପରେ ଡିସାପିୟରିଂ ମେସେଜ୍ ସମେତ ଅନ୍ୟାନ୍ୟ ବିକଳ୍ପ ଗୁଡ଼ିକ ଆସିବ।

‌ସେସବୁ ଆସିବା ପରେ ଡିସାପିୟରିଂ ମେସେଜ୍ସ ଉପରେ କ୍ଲିକ କରିବାକୁ ହେବ। ଏହାପରେ କଣ୍ଟିନ୍ୟୁ ଆସିବ। ତାହା ଉପରେ କ୍ଲିକ କରି ଅନ୍ କିମ୍ବା ଅଫ୍ ବିକଳ୍ପ ଚୟନ କରିବାକୁ ହେବ। ଅନ୍‌ ଉପରେ କ୍ଲିକ୍ କରିଲେ ୭ ଦିନ ପରେ ଆପଣଙ୍କ ମେସେଜଗୁଡ଼ିକ ଡିଲିଟ ହୋଇଯିବ। ସେହିଭଳି ଅଫ୍‌ ଚୟନ କରିଲେ ମେସେଜ୍‌ ଡିଲିଟ ହେବନାହିଁ। ସେହିଭଳି ଜି‌ଓଫୋନରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେଉଛି। ଏଥିପାଇଁ ପ୍ରଥମେ ଜିଓଫୋନରେ ହ୍ବାଟ୍‌ସଆପ୍‌ ଚାର୍ଟକୁ ଖୋଲିବାକୁ ହେବ। ଏହାପରେ ଅପ୍ସନ୍ସ-ଭିୟୁ କଣ୍ଟାକ୍ଟ-ଓକେ କ୍ଲିକ କରିବାକୁ ହେବ। ତାହା ପରେ ଡିସାପିୟରିଂ ମେସେଜ ଚୟନ କରି ଏଡିଟ ଅପ୍ସନକୁ ଯିବାକୁ ହେବ। ତାହା ପରେ ନେକ୍ସଟ ପ୍ରେସ କରିବାକୁ ପଡ଼ିବ। ତା‌ହାପରେ ଅନ୍ ଚୟନ କରି ଓକେ ବଟନ ପ୍ରେସ୍‌ କରିବାକୁ ହେବ। ମେସେଜ୍‌କୁ ୭ ଦିନ ପରେ ଆପେ ଡିଲିଟ ହେବାକୁ ନଚାହିଲେ ଅଫ ଚୟନ କରି ଓକେ ବଟନ ପ୍ରେସ୍‌ କରିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe