ହ୍ବାଟ୍‌ସଆପ୍‌ ଜିଦ୍‌ରେ ଅଟଳ, ନୂଆ ନୀତି ଲାଗୁ କରିବ

Advertisment
କମ୍ପ୍ୟୁଟରରେ ହ୍ବାଟ୍‌ସଆପ୍‌ର ଭଏସ୍‌, ଭିଡିଓ କଲ୍ ସୁବିଧା

dw.com

ନୂଆଦିଲ୍ଲୀ : ହ୍ବାଟ୍‌ସଆପ୍‌ର ନୂଆ ଗୋପନୀୟତା ନୀତିକୁ ନେଇ ଭାରତରେ ତୀବ୍ର ବିରୋଧ କରାଯାଉଛି। ଏହାକୁ ନେଇ ସୁପ୍ରିମ କୋର୍ଟରେ ମାମଲା ମଧ୍ୟ ହୋଇଛି। ଏହା ସତ୍ତ୍ବେ କମ୍ପାନି ଏହାର ନୂଆ ଗୋପନୀୟତା ନୀତିକୁ କାର୍ଯ୍ୟକାରୀ କରିବା ଜିଦ୍‌ରେ ଅଟଳ ରହିଛି। କମ୍ପାନି ଏହି ବିବାଦୀୟ ନୀତି ସଂପର୍କରେ ଏହାର ବ୍ୟବହାରକାରୀମାନଙ୍କୁ ବାର୍ତ୍ତା ପଠାଇବ ଏବଂ ସେମାନଙ୍କୁ ଏହା ଗ୍ରହଣ କରିବା ପାଇଁ କହିବ। ପୂର୍ବରୁ ଫେବ୍ରୁଆରି ୮ ତାରିଖ ସୁଦ୍ଧା ଏହି ନୂଆ ନୀତିକୁ ବ୍ୟବହାରକାରୀମାନେ ଗ୍ରହଣ ନକରିଲେ ସେମାନଙ୍କୁ ନେଟୱାର୍କକୁ ବାଦ୍ ଦିଆଯିବ ବୋଲି କମ୍ପାନି କହିଥିଲା। କିନ୍ତୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଫଳରେ କମ୍ପାନି ଏହାକୁ କାର୍ଯ୍ୟକାରୀ କରିବା ତାରିଖ ମେ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।

ତେବେ ଉକ୍ତ ଆପ୍‌ର ନୂଆ ନୀତିକୁ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଓ ଭୁଲ ସୂଚନାକୁ ଦୂର କରିବା ପାଇଁ ହ୍ବାଟ୍‌ସଆପ୍‌ ତତ୍ପରତା ପ୍ରକାଶ କରିଛି। ଆଗାମୀ ଦିନରେ କମ୍ପାନି ଆପ୍‌ରେ ଏକ ଡିସ୍‌ପ୍ଲେ ବ୍ୟାନର୍‌ ଆରମ୍ଭ କରିବ। ଏଥିରେ ଯେଉଁ ସୂଚନା ପ୍ରଦାନ କରାଯିବ ତାହାକୁ ବ୍ୟବହାରକାରୀମାନେ ସେମାନଙ୍କ ସୁବିଧା ଅନୁସାରେ ପଢ଼ିପାରିବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜାନୁଆରିରେ ହ୍ବାଟ୍‌ସଆପ୍‌ ଏହାର ବ୍ୟବହାରକାରୀଙ୍କୁ ସୂଚନା ଦେଇଥିଲା। ସେହି ସୂଚନାରେ କୁହାଯାଇଥିଲା କମ୍ପାନି ଏକ ନୂଆ ଗୋପନୀୟତା ନୀତି ପ୍ରସ୍ତୁତ କରୁଛି। ଉକ୍ତ ନୀତିରେ କମ୍ପାନି ହ୍ବାଟ୍‌ସଆପ୍‌ର ବ୍ୟବହାରକାରୀଙ୍କ ତଥ୍ୟକୁ କେତେକ କ୍ଷେତ୍ରରେ ଗ୍ରୁପ୍ କମ୍ପାନି ଫେସ୍‌ବୁକ୍ ଓ ଅନ୍ୟମାନଙ୍କ ସହ ସେୟାର କରାଯାଇ ପାରେ। ଏହି ବାର୍ତ୍ତା ବ୍ୟବହାରକାରୀ ପାଇବା ମାତ୍ରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ରୋଷ ଦେଖାଯାଇଥିଲା। ଏପରିକି ବ୍ୟବହାରକାରୀମାନେ ହ୍ବାଟ୍‌ସଆପ୍‌ର ପ୍ରତିଯୋଗୀ ଆପ୍‌ ଟେଲିଗ୍ରାମ୍ ଓ ସିଗ୍‌ନାଲ ଆଦିକୁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ଏହି ତଥ୍ୟ କେବଳ ବ୍ୟବସାୟ ଉଦ୍ଦେଶ୍ୟରେ ଫେସବୁକ୍‌କୁ ପ୍ରଦାନ କରାଯିବ। ବ୍ୟବହାରକାରୀଙ୍କ ମଧ୍ୟରେ ହେଉଥିବା ବ୍ୟକ୍ତିଗତ କଥାବାର୍ତ୍ତାକୁ କାହାରିକୁ ଦିଆଯିବ ନାହିଁ ବୋଲି କମ୍ପାନି ସଫେଇ ଦେଇଥିଲା। ଆଇଟି ମନ୍ତ୍ରାଳୟ କମ୍ପାନିକୁ ଏହି ମର୍ମରେ କଡ଼ା ଚେତାବନୀ ଦେବା ସହିତ ସଂସଦୀୟ କମିଟି ମଧ୍ୟ ଫେସବୁକ୍‌ ଅଧିକାରୀଙ୍କୁ ଉକ୍ତ ନୀତି ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ପ୍ରଶ୍ନ ପଚାରିଥିଲେ। ତେବେ ହ୍ବାଟ୍‌ସଆପ୍ ଏହାର ନୂଆ ବ୍ଲଗରେ ବ୍ୟବହାରକାରଙ୍କୁ ଏ ନେଇ ମନ‌େ ପକାଇ ଦେବ ବୋଲି କହିଛି। ହ୍ବାଟ୍‌ସଆପ୍‌ରେ ରହିବାକୁ ହେଲେ ଅପଡେଟ୍‌କୁ ସମୀକ୍ଷା କରିବା ସହିତ ଗ୍ରହଣ କରିବା ପାଇଁ କହିବ। ଯେଉଁସବୁ ପ୍ରଶ୍ନ ଉଠୁଛି ତାହାକୁ ଦୂର କରିବା ପାଇଁ କମ୍ପାନି ଅଧିକ ସୂଚନା ଦେବ ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe