ସମାଲୋଚନା ପରେ ପଛକୁ ହଟିଲା ହ୍ବାଟସ୍‌ଆପ୍‌: ଗୋପନୀୟତା ନୀତି କାର୍ଯ୍ୟକାରିତାକୁ ଘୁଞ୍ଚାଇଲା

ନୀତି ଉପରେ ଅଧିକ ସ୍ପଷ୍ଟୀକରଣ ଲୋଡ଼ିଲେ କମ୍ପାନି

ହ୍ବାଟସ୍‌ଆପ୍‌ ଉପରେ ସରକାରଙ୍କ ନଜର, କଂପାନି ଅଧିକାରୀଙ୍କୁ ଡକାଯିବ

photo--xda developers

ହଷ୍ଟନ: ପ୍ରବଳ ସମାଲୋଚନା ସହିତ ଅନେକ ବ୍ୟବହାରୀ ହ୍ବାଟସ୍‌ଆପ୍‌ ଛାଡ଼ିବା ପରେ ଏହି ଆମେରିକୀୟ କମ୍ପାନି ତାହାର ନୂଆ ଗୋପନୀୟତା ନୀତି (ପ୍ରା‌ଇଭେସି ପଲିସି)କୁ କାର୍ଯ୍ୟକାରୀ କରିବାରେ ସାମୟିକଭାବେ ପଛଘୁଞ୍ଚା ଦେଇଛି। ନୂଆ ନୀତିକୁ ଆସନ୍ତା ଫେବ୍ରୁଆରି ୮ ତାରିଖରୁ କାର୍ଯ୍ୟକାରୀ କରିବ ବୋଲି କମ୍ପାନି ପୂର୍ବରୁ ଘୋଷଣା କରିଥିଲା। କିନ୍ତୁ ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆସିଛି। କମ୍ପାନି ଏହାର କାର୍ଯ୍ୟକାରିତାକୁ ପ୍ରାୟ ୩ ମାସ ଅର୍ଥାତ୍ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହି ଘୋଷଣା ପରେ କମ୍ପାନି ଏହାର ରଣନୀତିରେ ପରିବର୍ତ୍ତନ ଆଣିଥିବା କୁହାଯାଉଛି। ନୂଆ ନୀତିରେ ଗ୍ରାହକଙ୍କ ତଥ୍ୟକୁ ଫେସବୁକ୍‌କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବ୍ୟବହାରକାରୀଙ୍କ ନିକଟକୁ ଏଥିପାଇଁ ଏକ ମେସେଜ୍‌ ମଧ୍ୟ ପଠାଯାଇଥିଲା। ଏହି ମେସେଜ୍‌କୁ ଗ୍ରହଣ ନକରିଲେ ଆସନ୍ତାମାସ ୮ ତାରିଖ ସୁଦ୍ଧା ହ୍ବାଟସ୍‌ଆପ୍‌ କାମ ଦେବନି ବୋଲି କୁହାଯାଇଥିଲା। କିନ୍ତୁ ଏହି ଖବର ଆସିବା ପରେ ବିଶ୍ବର ଅନେକ ବ୍ୟକ୍ତି ହ୍ବାଟସ୍‌ଆପ୍‌ ଛାଡ଼ି ପ୍ରତିଯୋଗୀ ସଂସ୍ଥା ସିଗ୍‌ନାଲ୍ ଓ ଟେଲିଗ୍ରାମ୍‌ ଭଳି ପ୍ଲାଟଫର୍ମକୁ ପଳାଇଥିଲେ। ଏହାପରେ ହ୍ବାଟସ୍‌ଆପ୍‌ ପକ୍ଷରୁ ସଫେଇ ମଧ୍ୟ ଦିଆଯାଇଥିଲା।

ଫେସବୁକ୍ ସହିତ ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳପ କିମ୍ବା ପ୍ରୋଫାଇଲ ସୂଚନା ଦିଆଯିବ ନାହିଁ ବୋଲି କୁହାଯାଇଥିଲା। ଏଥିସହିତ ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଆମେ ସିଧାସଳଖ ଯୋଗାଯୋଗ ଜାରି ରଖିଛୁ। କାହାରି ହ୍ବାଟସ୍‌ଆପ୍ ଆକାଉଣ୍ଟ ଫେବ୍ରୁଆରି ୮ରେ ବନ୍ଦ କିମ୍ବା ଡିଲିଟ୍‌ ହେବନାହିଁ। ଆସନ୍ତା ମେ ପର୍ଯ୍ୟନ୍ତ ଆମେ ଆମର ବ୍ୟବସାୟିକ ଯୋଜନାକୁ ସ୍ଥଗିତ ରଖୁଛି ବୋଲି କମ୍ପାନି କହିଛି। ଗୋପନୀୟତା ଓ ସୁରକ୍ଷା କିଭଳି କାର୍ଯ୍ୟ କରେ ସେ ସଂପର୍କରେ ଲୋକଙ୍କ ମନରେ ରହିଥିବା ଅନେକ ଭୂଲ ସୂଚନାକୁ ମଧ୍ୟ ଆମେ ଦୂର କରିବାକୁ ଉଦ୍ୟମ କରିବୁ ବୋଲି କୁହାଯାଇଛି।

ନୀତି ଉପରେ ଅଧିକ ସ୍ପଷ୍ଟୀକରଣ ଲୋଡ଼ିଲେ କମ୍ପାନି
ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ର ଗୋପନୀୟତା ନୀତି ବଦଳିବ ବୋଲି ଖବର ପ୍ରସାରିତ ହେବା ପରେ କେବଳ ବ୍ୟକ୍ତିଗତ ବ୍ୟବହାରକାରୀମାନେ ନୁହଁନ୍ତି କମ୍ପାନି ଗୁଡ଼ିକ ମଧ୍ୟ ଚିନ୍ତିତ ହୋଇ ପଡ଼ିଛନ୍ତି। ବଡ଼ ବଡ଼ ବ୍ୟାଙ୍କଠାରୁ ଆରମ୍ଭ କରି ଇ-କମର୍ସ ସଂସ୍ଥା, ରିଟେଲ୍‌ କମ୍ପାନି ଆଦି ଯେଉଁମାନେ ହ୍ବାଟସ୍‌ଆପ୍‌ର ବିଜ୍‌ନେସ୍‌ ଏପିଆଇ ସଲ୍ୟୁସନ୍ସ ବ୍ୟବହାର କରି ସେମାନଙ୍କ ଗ୍ରାହକଙ୍କ ସହିତ ଯୋଗାଯୋଗ ସ୍ଥାପନ କରନ୍ତି ସେମାନେ ଏହି ନୀତି ଉପରେ ଅଧିକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe