କେଉଁ ଖବର ମିଥ୍ୟା ଜଣାଇଦେବ ହ୍ଵାଟସ୍‌ଆପ୍‌

Advertisment
କେଉଁ ଖବର ମିଥ୍ୟା ଜଣାଇଦେବ ହ୍ଵାଟସ୍‌ଆପ୍‌

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌ ଜରିଆରେ ମିଥ୍ୟା ଖବର ପ୍ରଚାର କରିବା ଆଉ ସହଜ ହେବନାହିଁ। କଂପାନି ଏଭଳି ଏକ ବ୍ୟବସ୍ଥା ବିକଶିତ କରିଛି ଯାହା ବ୍ୟବହାରକାରୀଙ୍କୁ ମିଥ୍ୟା ଖବର ବିଷୟରେ ସୂଚନା ପ୍ରଦାନ କରିବ। ହ୍ଵାଟସ୍‌ଆପ୍‌ ଏହାର ବ୍ୟବହାରକାରୀଙ୍କୁ ଜଣାଇ ଦେବ ଯେ କେଉଁ ମେସେଜ୍‌ଗୁଡ଼ିକ ସନ୍ଦେହଜନକ ବା ମିଥ୍ୟା ଖବର ହୋଇଥାଇପାରେ। ଏହି ବ୍ୟବସ୍ଥାର ନାମ ହେଉଛି ‘ସସ୍‌ପିସିଅସ୍‌ ଲିଙ୍କ୍‌ ଡିଟେକ୍ସନ (ସନ୍ଦେହଜନକ ଲିଙ୍କ୍‌ ଚିହ୍ନଟ)। ଏହା ଉପରେ କଂପାନି ପରୀକ୍ଷା ନିରୀକ୍ଷା ଜାରି ରଖିଛି। ଏହା କେବଳ ହ୍ଵାଟସ୍‌ଆପ୍‌ର ବିଟା ଭର୍ସନ୍‌ରେ ଉପଲବ୍ଧ ହେଉଛି। ଖୁବ୍‌ଶୀଘ୍ର ସବୁ ପ୍ରକାର ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ମିଥ୍ୟା ଖବର ପ୍ରଚାରକାରୀମାନେ ହ୍ଵାଟସ୍‌ଆପ୍‌କୁ ଏକ ବଡ଼ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ଏହି ସବୁ ମିଥ୍ୟା ଖବର ଯୋଗୁଁ ଦେଶରେ ଅନେକ ଅପ୍ରୀତିକର ଘଟଣା ଘଟିଛି। ମିଥ୍ୟା ଖବରକୁ ଅଟକାଇବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ସରକାର ହ୍ଵାଟସ୍‌ଆପ୍‌କୁ କିଛି ଦିନ ତଳେ ତାଗିଦ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe