ଗହମ ଫସଲକୁ ବିପଦ ତାତି: ଅମଳ କମିବା ଆଶଙ୍କା

Advertisment

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏଥର ଚାଷ ଜମିରେ ଦେଖିବାକୁ ମିଳିବ। ତାତି ବଢ଼ିବା ସହ ଗହମ ଫସଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥର ଅମଳ କମ୍ ହେବାର ଆଶଙ୍କା ଦେଖାଦେଇଛି। ଯଦି ଉତ୍ପାଦନ କମିବ, ତେବେ ଗହମ ଦାମ୍‌ ଉଚ୍ଚା ରହିବ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏଥର ଚାଷ ଜମିରେ ଦେଖିବାକୁ ମିଳିବ। ତାତି ବଢ଼ିବା ସହ ଗହମ ଫସଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥର ଅମଳ କମ୍ ହେବାର ଆଶଙ୍କା ଦେଖାଦେଇଛି। ଯଦି ଉତ୍ପାଦନ କମିବ, ତେବେ ଗହମ ଦାମ୍‌ ଉଚ୍ଚା ରହିବ।

୪ ଲକ୍ଷ ଗରିବ ପରିବାରକୁ ମିଳିନି ୫ ମାସର ଗହମ: ମୁଖ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏଥର ଚାଷ ଜମିରେ ଦେଖିବାକୁ ମିଳିବ। ତାତି ବଢ଼ିବା ସହ ଗହମ ଫସଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥର ଅମଳ କମ୍ ହେବାର ଆଶଙ୍କା ଦେଖାଦେଇଛି। ଯଦି ଉତ୍ପାଦନ କମିବ, ତେବେ ଗହମ ଦାମ୍‌ ଉଚ୍ଚା ରହିବ। ଗତ ଚାରି ବର୍ଷ ଧରି ତାତି ପ୍ରଭାବରେ ଅମଳ କମ୍ ହେଉଛି, ଯେଉଁଥିପାଇଁ ଗହମ ଦାମ୍ ଅଧିକ ରହୁଛି। ଚଳିତ ବର୍ଷ ମାର୍ଚ୍ଚରେ ତାତି ସାମାନ୍ୟଠାରୁ ଅଧିକ ରହିବା ଆକଳନ କରାଯାଇଥିବାରୁ ଗହମ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଚଳିତ ବର୍ଷ ଫେବ୍ରୁଆରିର ତାପମାତ୍ରା ଗତ ୧୨୫ ବର୍ଷ ମଧ୍ୟରେ ସର୍ବାଧିକ ଥିଲା। ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି ଯେ ମାର୍ଚ୍ଚ ଓ ଏପ୍ରିଲରେ ତାତି ଅଧିକ ରହିବା ସହ ଗରମ ପବନ ବହିବ। ଗହମ ଦାନା ପ୍ରସ୍ତୁତ ହେବା ପ୍ରକ୍ରିୟାକୁ ତାହା ପ୍ରଭାବିତ କରିବା ଆଶଙ୍କା ରହିଛି। ମାର୍ଚ୍ଚରେ କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ଅଧିକ ଗରମ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। 

ଗହମ ହେଉଛି ଏକ ଶୀତକାଳୀନ ଫସଲ ଯାହା ବର୍ଷକୁ ଥରେ ଚାଷ କରାଯାଏ। ଅତ୍ୟଧିକ ଗରମକୁ ତାହା ସମ୍ଭାଳିପାରିବ ନାହିଁ। ଗହମ ଉତ୍ପାଦନ ପ୍ରସାର ସୋସାଇଟିର ଅଧ୍ୟକ୍ଷ ଅଜୟ ଗୋୟଲ କହିଛନ୍ତି ଯେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ଗରମ ପ୍ରଭାବ ଅଧିକ ରହିବା ଆକଳନ କରାଯାଇଛି। ଏହି ସମୟରେ ଗହମର ଦାନା ପ୍ରସ୍ତୁତ ହେବା ସହ ତାହା ମିଲ୍କିଂ ସ୍ତରକୁ ଯାଇଥାଏ। ସେଗୁଡ଼ିକର ଆକାର ବଢ଼ିଥାଏ। ତାତି ଅଧିକ ରହିଲେ ସେହି ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଦାନା ଛୋଟ ହୋଇଯିବ। ଫଳରେ ଫସଲ ଉତ୍ପାଦନ କମିଯିବ। ୨୦୨୧ରେ ଦେଶର ଗହମ ଉତ୍ପାଦନ ୧୦୯.୫୯ ନିୟୁତ ଟନ୍ ଥିଲା। ୨୦୨୨ରେ ୧୦୬.୮୪ ନିୟୁତ ଟନ୍, ୨୦୨୩ରେ ୧୧୨ ନିୟୁତ ଟନ୍ ଓ ୨୦୨୪ରେ ୧୦୭ ନିୟୁତ ଟନ୍ ଗହମ ଉତ୍ପାଦନ ହୋଇଥିଲା। ଉତ୍ପାଦନ କମ୍ ‌ରହୁଥିବାରୁ କେନ୍ଦ୍ର ସରକାରଙ୍କ ଭଣ୍ଡାରରେ ଗଚ୍ଛିତ ରହୁଥିବା ଗହମ ପରିମାଣ ମଧ୍ୟ କମିଛି, ଯାହା ବଜାର ହସ୍ତକ୍ଷେପ ଯୋଜନାକୁ ପ୍ରଭାବିତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe