ଭାରତରେ କେବେ ବଢ଼ିବ ତୈଳ ଦର? ଉତ୍ତର ଦେଲେ ହରଦୀପ ସିଂହ ପୁରୀ

ଭାରତରେ କେବେ ବଢ଼ିବ ତୈଳ ଦର? ଉତ୍ତର ଦେଲେ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: କେବେ ବଢ଼ିବ ତୈଳ ଦର? ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ତୈଳ ଦର ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କେବେ ତୈଳ ଦର ବଢ଼ିବ ସେ ପ୍ରଶ୍ନ ‌ଏବେ ସମସ୍ତଙ୍କ ମନରେ। ବିଧାନସଭା ନିର୍ବାଚନ ଶେଷ ହେବା ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଢ଼ିବ ବୋଲି ବିରୋଧୀ ଦାବି କରୁଥିବା ବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୪୦ଡଲାରକୁ ବୃଦ୍ଧି ପାଇଲାଣି। ଜୁଲାଇ ୨୦୦୮ପରଠାରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହୋଇନଥିବା ବେଳେ ଏବେ ତୈଳ ଦର ବୃଦ୍ଧି ହେବା ଖବର ମଧ୍ୟବିତ୍ତଙ୍କ ପାଇଁ  ଚିନ୍ତାର କାରଣ ପାଲଟିଛି।

Petrol diesel price Hike: Petroleum Minister Hardeep Singh Puri on Oil prices abplive

ତେବେ ତୈଳ ଦର ବୃଦ୍ଧ ନେଇ ଅନେକ ଲୋକ ଅନେକ କଥା କହୁଥିବା ବେଳେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସେ କହିଛନ୍ତି ଯେ, ଆମେ ତେଲର ଅଭାବ ହେବାକୁ ଦେବୁ ନାହିଁ। ଦୁନିଆର ଅବସ୍ଥା କ’ଣ? ‌ତାହା ଉପରେ ବି ନଜର ରଖିବାକୁ ହେବ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ଯୁଦ୍ଧ ଚାଲିଛି। ତୈଳର ମୂଲ୍ୟ ଆନ୍ତର୍ଜାତୀୟ ପରିସ୍ଥିତି ଉପରେ ନିର୍ଭର କରେ। ହେଲେ ବି ଆମ ନାଗରିକଙ୍କ ସ୍ୱାର୍ଥରେ ସର୍ବୋତ୍ତମ ନିଷ୍ପତ୍ତି ଗ୍ରହଣ କରିବୁ। ନିର୍ବାଚନ ହେତୁ ଆମେ ମୂଲ୍ୟ ବୃଦ୍ଧି କରିନାହୁଁ ଏବଂ ଆଗକୁ କରିବୁ, ଏହା କହିବା ଭୁଲ୍ ହେବ। କମ୍ପାନିଗୁଡିକ ତୈଳ ମୂଲ୍ୟ ବିଷୟରେ ନିଷ୍ପତ୍ତି ନେବେ। କାରଣ ସେମାନଙ୍କୁ ମଧ୍ୟ ବଜାରରେ ରହିବାର ଅଛି। ଅନ୍ତର୍ଜାତୀୟ ବଜାର ଅନୁଯାୟୀ ତୈଳ ମୂଲ୍ୟ ନିର୍ଣ୍ଣୟ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe