ଛୋଟ କାର୍‌ରେ କମ ଏୟାରବ୍ୟାଗ୍‌ କାହିଁକି?

Advertisment

ଅତିକମ୍‌ରେ ୬ଟି ଏୟାରବ୍ୟାଗ୍ ରହିବା ଆବଶ୍ୟକ

ଅତିକମ୍‌ରେ ୬ଟି ଏୟାରବ୍ୟାଗ୍ ରହିବା ଆବଶ୍ୟକ

୬ ଏୟାରବ୍ୟାଗ୍‌ ମହଲତ ବର୍ଷେ ବଢ଼ିଲା: ୨୦୨୩ ଅକ୍ଟୋବର ୧ରୁ ଲାଗୁ‌ ହେବ, କାର୍‌ ଦାମ୍ ୩୦,୦୦୦ ଟଙ୍କା ବଢ଼ିବ

Tech India

ନୂଆଦିଲ୍ଲୀ: ନିମ୍ନ ଓ ମଧ୍ୟମ ଆୟବର୍ଗର ଲୋକମାନେ ଛୋଟ କାର୍‌ କିଣିଥାନ୍ତି। କିନ୍ତୁ ଏଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଏୟାରବ୍ୟାଗ୍ ନଥାଏ। ଧନୀମାନେ କିଣୁଥିବା କାର୍‌ରେ ଅଟୋ କମ୍ପାନି ଗୁଡ଼ିକ ୮ଟି ଏୟାରବ୍ୟାଗ୍ ପ୍ରଦାନ କରୁଥିବାରୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କମ୍‌ ମୂଲ୍ୟର କାର୍‌ରେ ମଧ୍ୟ ଅଧିକ ଏୟାର‌ବ୍ୟାଗ୍ ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ଏବଂ ଦୁର୍ଘଟଣା ସମୟରେ ଲୋକଙ୍କୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ଏହା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ସରକାର ଗାଡ଼ି ଉପରେ ଅଧିକ ଟିକସ ଆଦାୟ କରୁଛନ୍ତି ଏବଂ କଠୋର ପରିବେଶ ନିୟମ ଯୋଗୁ ଉତ୍ପାଦନ ମୂଲ୍ୟ ବଢ଼ିଯାଉଛି ବୋଲି କମ୍ପାନି ଗୁଡ଼ିକ ମତ ଦେଇଆସୁଛନ୍ତି।

ଏଭଳି ସ୍ଥିତିରେ ଗଡ଼କରୀଙ୍କ ମନ୍ତବ୍ୟ କମ୍ପାନିଙ୍କ ଚିନ୍ତା ବଢ଼ାଇ ଦେଇଛି। ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ କମ୍ ମୂଲ୍ୟର କାର କିଣିଥାନ୍ତି। ଯଦି ‌ସେମାନଙ୍କ କାର୍‌ରେ ଏୟାରବ୍ୟାଗ୍ ନଥାଏ ତାହେଲେ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା ରହିଛି। ସବୁ ବର୍ଗର ଗାଡ଼ିରେ ଅତିକମ୍‌ରେ ୬ଟି ଏୟାରବ୍ୟାଗ୍ ଯୋଗାଇ ଦେବାକୁ ଗଡ଼କରୀ କାର୍‌ ନିର୍ମାତାମାନଙ୍କୁ ଆହ୍ବାନ କରିଛନ୍ତି। ଛୋଟ କାର୍‌ରେ ଅତିରିକ୍ତ ଏୟାରବ୍ୟାଗ୍ ଯୋଗାଇ ଦେଲେ ଗାଡ଼ିର ଦାମ୍ ଅତିକମ୍‌ରେ ୩ ହଜାରରୁ ୪ ହଜାର ବଢ଼ିଯିବ। କିନ୍ତୁ ଦେଶରେ ଗରିବମାନେ ସଡ଼କ ଦୁର୍ଘଟଣାରୁ ସୁରକ୍ଷା ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଛନ୍ତି ଧନୀ ଲୋକମାନଙ୍କ ପାଇଁ କମ୍ପାନି ଗୁଡ଼ିକ ୮ଟି ଏୟାରବ୍ୟାଗ୍ ଯୋଗାଇ ଦେଉଛନ୍ତି। କିନ୍ତୁ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ବ୍ୟବହାର କରୁଥିବା ଛୋଟ କାର୍‌ରେ କମ୍ପାନି ଗୁଡ଼ିକ କେବଳ ୨ଟି ଏୟାରବ୍ୟାଗ୍ ପ୍ରଦାନ କରୁଛନ୍ତି। ଏଭଳି କାହିଁକି ବୋଲି ଗଡ଼କରୀ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe