ବିମାନରେ ମିଳିବ ଓ୍ଵାଇ-ଫାଇ

Advertisment
ବିମାନରେ ମିଳିବ ଓ୍ଵାଇ-ଫାଇ

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରୀମାନଙ୍କୁ ଆଗାମୀ ଦିନରେ ବିମାନ ଭିତରେ ଇଣ୍ଟରନେଟ୍‌ ଓ ମୋବାଇଲ ଟେଲିଫୋନ ସେବା ମିଳିବ। ଭାରତୀୟ ଦୂର ସଂଚାର ନିୟାମକ ଟ୍ରାଇ ପକ୍ଷରୁ ବିମାନରେ ଯୋଗାଯୋଗ ବା ଇନ୍‌-ଫ୍ଲାଇଟ୍‌ ସଂଯୋଗ (ଆଇଏଫ୍‌ସି) ସଂପର୍କରେ ଏହାର ସୁପାରିସ ଜାରି କରି ଏଥିପାଇଁ ସବୁଜ ସଙ୍କେତ ପ୍ରଦାନ କରିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏଥିପାଇଁ କେତେକ କଟକଣା ସହିତ ଉକ୍ତ ଅନୁମତି ପ୍ରଦାନ କରାଯାଇଛି। ଯଦିଓ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ପରେ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ କିନ୍ତୁ ଭୂପୃଷ୍ଠରୁ ୩୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିମାନ ପହଞ୍ଚିବା ସମୟରେ ଯାତ୍ରୀମାନଙ୍କୁ ସେମାନଙ୍କ ମୋବାଇଲ ଫୋନ୍‌ ଏବଂ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ଉପକରଣ ଗୁଡ଼ିକୁ ଫ୍ଲାଇଟ୍‌ ମୋଡ୍‌ରେ ରଖିବାକୁ ପଡ଼ିବ। ଅର୍ଥାତ୍‌ ଏହି ସମୟ ଭିତରେ ଯାତ୍ରୀମାନେ ଇଣ୍ଟରନେଟ୍‌ ସୁବିଧା ହାସଲ କରିପାରିବେ ନାହିଁ। ନିହାତି ଆବଶ୍ୟକ ହେଉଥିବା କେତେକ ନିୟମ ପାଳନ କରି ବିମାନସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ଇଣ୍ଟରନେଟ୍‌ ସେବା ଯୋଗାଇ ଦେଇପାରିବେ। କେଉଁ ଧରଣର ସେବା କେତେବେଳେ ପ୍ରଦାନ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ବୋଲି ଟ୍ରାଇ ସ୍ପଷ୍ଟ କରିଦେଇଛି। ଅନେକ ବିଶ୍ୱସ୍ତରୀୟ ବିମାନସେବା ପ୍ରଦାନକାରୀ କମ୍ପାନି ବିମାନରେ ଓ୍ଵାଇ-ଫାଇ ସେବା ଉପଲବ୍ଧ କରାଉଛନ୍ତି। ବିମାନ ଭିତରେ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ବର୍ଗର କମ୍ପାନି ସୃଷ୍ଟି କରିବାକୁ ଟ୍ରାଇ ପ୍ରସ୍ତାବ ଦେଇଛି। ସେମାନଙ୍କୁ ଟେଲିକମ୍‌ ବିଭାଗରେ ପଞ୍ଜୀକୃତ ହେବାକୁ ପଡ଼ିବ। ଅଣ ଭାରତୀୟ କମ୍ପାନି ମଧ୍ୟ ଏହି ସେବା ଯୋଗାଇ ଦେଇପାରିବେ। ଏହି କମ୍ପାନି ଗୁଡ଼ିକ ଭାରତୀୟ ଉପଗ୍ରହ କିମ୍ବା ବିଦେଶୀ ଉପଗ୍ରହ ଗୁଡ଼ିକୁ ବ୍ୟବହାର କରିବାର ଅନୁମତି ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe