Image Courtesy of Zee News
ନୂଆଦିଲ୍ଲୀ: ପ୍ରାଣୀଜ ଦୁଗ୍ଧ ପରିବର୍ତ୍ତେ ଉଦ୍ଭିଦଜାତ ଦୁଗ୍ଧ ଉତ୍ପାଦନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିବା ‘ପିପୁଲ୍ ଫର୍ ଦି ଏଥିକାଲ୍ ଟ୍ରିଟ୍ମେଣ୍ଟ୍ ଅଫ୍ ଆନିମଲ୍ସ୍’କୁ (ପେଟା) ‘ଅମୂଲ’ର ପରିଚାଳନା ନିର୍ଦେଶକ ଆର୍.ଏସ୍. ସୋଢ଼ି କଡ଼ା ଜବାବ ଦେଇ କହିଛନ୍ତି, ୧୦ କୋଟି ଭୂମିହୀନ ଦୁଗ୍ଧଚାଷୀଙ୍କୁ ସେମାନେ କ’ଣ ଜୀବିକା ଯୋଗାଇ ଦେବେ?
‘ପେଟା’ର ପ୍ରସ୍ତାବିତ ଗଣମାଧ୍ୟମ ରିପୋର୍ଟକୁ ସେୟାର୍ କରି ସୋଢ଼ି ଲେଖିଛନ୍ତି, ୧୦ କୋଟି ଦୁଗ୍ଧଚାଷୀଙ୍କୁ (୭୦% ଭୂମୀହୀନ) ସେମାନେ କ’ଣ ଜୀବିକା ଯୋଗାଇ ଦେବେ? ତାଙ୍କ ପିଲାଙ୍କ ସ୍କୁଲ୍ ଫି’ କିଏ ଦେବ? କେତେ ଜଣ ରାସାୟନିକ ପଦାର୍ଥ ଓ କୃତ୍ରିମ ଜୀବନିକାରୁ ପ୍ରସ୍ତୁତ କାରଖାନା ଉତ୍ପାଦିତ ଖାଦ୍ୟ କିଣି ପାରିବେ?
Image Courtesy of Business Lineସେ ଆହୁରି ମଧ୍ୟ କହିଛନ୍ତି, ‘ପେଟା’ ଚାହେଁ ‘ଅମୂଲ’ ୧୦ କୋଟି ଗରିବ ଦୁଗ୍ଧ ଚାଷୀଙ୍କ ଜୀବିକା ଛଡ଼ାଇ ନେଉ। ୭୫ ବର୍ଷ ହେବ କୃଷକମାନଙ୍କ ଅର୍ଥରେ ନିର୍ମିତ ତା’ର ସମସ୍ତ ସମ୍ବଳ ଅତ୍ୟଧିକ ଦରରେ ବିକ୍ରୟ ହେଉଥିବା ସୋୟା ଦୁଗ୍ଧକୁ ସମର୍ପି ଦେଉ। ସୋୟା ଦୁଗ୍ଧ ଯେଉଁ ଅତିରିକ୍ତ ଦରରେ ବିକ୍ରି ହେଉଛି ନିମ୍ନ ମଧ୍ୟବିତ୍ତ ଆୟକାରୀ ବର୍ଗର ଲୋକେ କ’ଣ ଖରିଦ କରି ପାରିବେ?
ସୂଚନାଯୋଗ୍ୟ, ଆମେରିକୀୟ ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ସୋଢ଼ିଙ୍କୁ ପତ୍ର ଲେଖି ଜଣାଇଥିଲା କି, ବୃଦ୍ଧି ପାଉଥିବା ଉଦ୍ଭିଦଜାତ ଖାଦ୍ୟ ଓ ଦୁଗ୍ଧ ବଜାରରୁ ‘ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ ସମବାୟ ସମିତି’ ‘ଅମୂଲ’ ଫାଇଦା ନେଉ।
Follow Us