ବାର୍ଷିକ ରାଜସ୍ୱ ବଢ଼ିବା ପରେ ୧୭,୦୦୦ନୂତନ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଲା ୱିପ୍ରୋ

Advertisment
ବାର୍ଷିକ ରାଜସ୍ୱ ବଢ଼ିବା ପରେ ୧୭,୦୦୦ନୂତନ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଲା ୱିପ୍ରୋ

ନୂଆଦିଲ୍ଲୀ: ୧୦ବିଲିୟନ ଡଲାରର ମାଇଲଖୁଣ୍ଟ ଅତିକ୍ରମ କଲା ୱିପ୍ରୋର ବାର୍ଷିକ ରାଜସ୍ୱ ହାର । ଗତ ୧୨ମାସରେ ୨.୪ବିଲିୟନ ଡଲାର ବଢ଼ିବା ପରେ ୱିପ୍ରୋର ବାର୍ଷିକ ରାଜସ୍ୱ ହାର ୧୦ବିଲିୟନ ଡଲାର ହୋଇଛି। ୧୦ବିଲିୟନ ଡଲାର ସହ ଏବେ ଏଚସିଏଲ ଟେକ୍ନୋଲୋଜିକୁ କଡା ଟକ୍କର ଦେବା ଆରମ୍ଭ କରିଛି ୱିପ୍ରୋ। ରାଜସ୍ବ ବଢ଼ିବା ପରେ ଏବେ ୱିପ୍ରୋ ନୂତନ ନିଯୁକ୍ତିକୁ ମଧ୍ୟ ବଢ଼ାଇବାକୁ ଚିନ୍ତା କରୁଥିବା କହିଛନ୍ତି କମ୍ପାନିର ମୁଖ୍ୟ ଆର୍ଥିକ ଅଧିକାରୀ(ସିଏଫଓ) ଜତିନ ଦଲାଲ।

ପୂର୍ବରୁ ୧୨,୦୦୦ ନୂତନ ନିଯୁକ୍ତି ଦେଉଥିବା ୱିପ୍ରୋ ରାଜସ୍ୱ ବଢ଼ିବା ପରେ ଆଗାମୀ ଦିନ‌ରେ ୧୬,୦୦୦-୧୭,୦୦୦ ନୂତନ ନିଯୁକ୍ତି ଦେବ ବୋଲି କହିଛନ୍ତି ସିଏଫଓ ଜତିନ ଦଲାଲ। ବେଙ୍ଗାଲୁରୁ ଭିତ୍ତିକ ଆଇଟି କମ୍ପାନି ଖୁବ ଶୀଘ୍ର ଏଚସିଏଲ ଟେକକୁ(ବାର୍ଷିକ ରାଜସ୍ୱ ୧୦.୨ବିଲିୟନ ଡ଼ଲାର) ପଛରେ ପକାଇ ଭାରତର ତୃତୀୟ ବୃହତ୍ତମ ଆଇଟି ସେବା କମ୍ପାନି ହେବ କି ବୋଲି ପ୍ରଶ୍ନ କରାଯିବା ପରେ ୱିପ୍ରୋର ସିଇଓ ଥିୟରି ଡେଲାପୋର୍ଟ କହିଥିଲେ ଯେ, ଏହା କେବେ ଘଟିବ ସେ ଦିନକୁ ମୁଁ ଚାହିଁ ବସିଛି। କିନ୍ତୁ ମୁଁ ଭାବୁଛି ଆମେ ଏବେ ପାଖାପାଖି ସମାନ ଧାଡିରେ ଅଗ୍ରଗତି କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe