ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ମାମଲା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ ଋଣ ଉପରେ ସୁଧ ଛାଡ଼ କରାଗଲେ ସରକାରଙ୍କ ଉପରେ ୬ ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ତେବେ ଏହି ମାମଲାର ଶୁଣାଣି ଆଜି ଅସମ୍ପୂର୍ଣ୍ଣ ରହିଛି। ଆସନ୍ତାକାଲି ଏହାର ଶୁଣାଣି ପୂନର୍ବାର ହେବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ସ୍ଥିର କରିଛନ୍ତି। ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ସଲିସିଟର ଜେନେରାଲ କହିଥିଲେ ସେ ଏ ନେଇ ପୂର୍ବରୁ ସରକାରଙ୍କ ପକ୍ଷ ଲିଖିତ ଭାବେ ଉପସ୍ଥାପନ କରିସାରିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଆମ ନିର୍ଦ୍ଦେଶରେ ଜାରି ହୋଇଥିଲା। ଏଥିସହିତ କରୋନା ମହାମାରୀ ସମୟରେ ଲୋକଙ୍କ କଷ୍ଟକୁ ସର୍ବନିମ୍ନ ସ୍ତରରେ ରଖିବା ଲାଗି ଚେଷ୍ଟା କରାଯାଇଥିଲା। ତେବେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) କିଛି କରିନାହିଁ ବୋଲି କହିବା ଭୁଲ୍ ହେବ। ମହାମାରୀ ସମୟରେ ଜନସ୍ବାସ୍ଥ୍ୟକୁ ଆମେ ଅଣଦେଖା କରିପାରିବୁ ନାହିଁ ବୋଲି ମେହେଟ୍ଟା କହିଥିଲେ।
ସବୁ ସୁଧ ଛାଡ଼ କଲେ ୬ ଲକ୍ଷ କୋଟିର ବୋଝ ପଡ଼ିବ
Advertisment
Follow Us