୨୦୧୯ରୁ ନୂଆ ମୋବାଇଲ୍‌ରୁ ଉଭେଇ ଯିବ ଏହି ସବୁ ଅଂଶ

Advertisment
୨୦୧୯ରୁ ନୂଆ ମୋବାଇଲ୍‌ରୁ ଉଭେଇ ଯିବ ଏହି ସବୁ ଅଂଶ

ନୂଆଦିଲ୍ଲୀ: ପାଖାପାଖି ସମସ୍ତ ମୋବାଇଲ ଫୋନରେ ୩.୫ଏମଏମର ହେଡଫୋନ ଜ୍ୟାକ୍‌ ରହିଥାଏ । ଆଉ ଏହା ମାଧ୍ୟମରେ ଆପଣ ଆପଣଙ୍କ ଫୋନରେ କୌଣସି ବି ସାଧାରଣ ହେଡଫୋନ୍‌ କନେକ୍ଟ କରିପାରନ୍ତି । ଏହି ଫିଚର ସେହିମାନଙ୍କ ପାଇଁ ଅଧିକ ଫାଇଦା ବୋଲି କୁହାଯାଇଥାଏ, ଯେଉଁମାନେ ଗୋଟିଏ ହେଡ୍‌ ଫୋନକୁ ଅଲଗା ଅଲଗା ସ୍ମାର୍ଟଫୋନରେ ବ୍ୟବହାର କରିଥାନ୍ତି କିମ୍ବା କରିବାକୁ ଚାହାନ୍ତି । କିନ୍ତୁ ଏବେ ଅନେକ କମ୍ପାନିଗୁଡିକୁ ଏକମତ ହେବାର ଦେଖାଯାଉଛି କି, ମହଙ୍ଗା ଫୋନ କିଣୁଥିବା ଗ୍ରାହକମାନଙ୍କୁ ହେଡଫୋନ୍‌ ଜ୍ୟାକର ଆବଶ୍ୟକତା ରହୁନାହିଁ । ଏପରିକି ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ କିଛି ଦାମୀ ମୋବାଇଲ ଫୋନରୁ ହେଡଫୋନ୍‌ ଜ୍ୟାକ୍‌ ଗାୟବ କରାଯାଇଥିଲା ।

publive-image

ତେବେ ଆଗାମୀ ସମୟରେ ହେଡଫୋନ୍‌ ଜ୍ୟାକ୍‌ କେବଳ ଏଣ୍ଟ୍ରି ଲେବଲ୍‌ ଫୋନ ଗୁଡିକରେ ହିଁ ଦେଖାଯିବ। ତେବେ କୁହାଯାଉଛି ଯେ, ହେଡଫୋନ ଜ୍ୟାକ୍‌ ନରଖିବା ଫଳରେ କମ୍ପାନିଗୁଡିକୁ ମଧ୍ୟ ଅନେକ ଫାଇଦା ମିଳିବ। ଏହା ଦ୍ୱାରା ଅନେକ ମୋବାଇଲ ଫୋନ ଦାମରେ ହ୍ରାସ ଘଟିବା ସହ ମୋବାଇଲ୍‌ଗୁଡିକୁ ସ୍ଲିମ୍‌ କରିବା ପାଇଁ ମଧ୍ୟ ଆଉ ଅସୁବିଧା ହେବା ନାହିଁ । ହେଡଫୋନ୍‌ ଜ୍ୟାକ୍‌ ପାଇଁ ଫୋନଗୁଡିକୁ ସ୍ଲିମ୍‌ କରାଯାଇପାରି ନଥାଏ । ଅନେକ ସ୍ମାର୍ଟଫୋନରେ ୩.୫ ଏମଏମର ହେଡଫୋନ୍‌ ଜ୍ୟାକ୍‌ ଆଉ ରହୁନାହିଁ ।

publive-image

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଦାମୀ ମୋବାଇଲ ଫୋନଗୁଡିକରେ ହେଡଫୋନ୍‌ ଜ୍ୟାକ୍‌ ହଟାଇବା ନେଇ ଚର୍ଚ୍ଚା ହେଉଛି । ଶସ୍ତା ମୋବାଇଲ କିଣୁଥିବା ଉପଭୋକ୍ତାମାନଙ୍କୁ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯେପର୍ଯ୍ୟନ୍ତ ବ୍ଲୁଟ୍ୟୁଥ ହେଡଫୋନର ଦାମରେ ହ୍ରାସ ନଘଟିଛି, ସେପର୍ଯ୍ୟନ୍ତ ଛୋଟ ଫୋନଗୁଡିକରୁ ହେଡଫୋନ୍‌ ଜ୍ୟାକ୍‌ ହଟାଯିବ ନାହିଁ । କାହିଁକି ନା କମ୍ପାନିମାନଙ୍କୁ ଜଣାଅଛି ଯେ, ଆଜି ବି ମାର୍କେଟରେ ଅନେକ ଫୋନର ଦାମ୍‌ ବ୍ଲୁଟୁଥ୍‌ ହେଡଫୋନ୍‌ ଠାରୁ କମ୍‌ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe