ଶୌଚାଳୟ ଭାବି ବିମାନର ଜରୁରିକାଳୀନ ଦ୍ୱାରକୁ ଖୋଲି ପକାଇଲେ ମହିଳା ଯାତ୍ରୀ

Advertisment
ପାକିସ୍ତାନର ପ୍ରତି ୩ ଜଣରେ ଜଣେ ପାଇଲଟଙ୍କ ଲାଇସେନ୍ସ ଜାଲ

Photo Credit: BCCL

ଇସ୍‌ଲାମବାଦ: ପାକିସ୍ତାନ ଇଣ୍ଟରନେସନାଲ୍‌ ଏୟାର୍‌ଲାଇନ୍‌(ପିଆଇଏ) ବିମାନରେ ଯାତ୍ରା କରୁଥିବା ଜଣେ ମହିଳା ଭୁଲ୍‌ବଶତଃ ବିମାନରେ ଥିବା ଜରୁରିକାଳୀନ ଦ୍ୱାରକୁ ଶୌଚାଳୟ ଦ୍ୱାର ଭାବି ଖୋଲି ପକାଇବା ପରେ ବିମାନ ଉଡ଼ଣାରେ ବିଳମ୍ବ ହୋଇଛି। ବିମାନ ଉଡ଼ାଣ ବିଳମ୍ବ ହେବାରୁ ଅନ୍ୟ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ଯାତ୍ରୀଙ୍କର ସାମାନ୍ୟ ଭୁଲ୍‌ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ହେତୁ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିମାନଟି ମଞ୍ଚେଷ୍ଟେର ବିମାନ ବନ୍ଦରରୁ ବାହାରିବା ପରେ ବିମାନରେ ଥିବା ଜଣେ ମହିଳା ଯାତ୍ରୀ ଶୌଚାଳୟ ଯିବା ଉଦେଶ୍ୟରେ ଏକ ବଟନକୁ ଦବାଇଥିଲେ। ସେହି ବଟନଟିକୁ ଦବାଇବା ପରେ ବିମାନ ଭିତରେ ଭୟ ଓ ଦ୍ୱନ୍ଦ୍ୱ ଉପୁଜିଥିଲା। ହଠାତ ବିମାନର ଜରୁରିକାଳୀନ ଦ୍ୱାର ଖୋଲିଯିବାରୁ ବିମନଟିକୁ କିଛି ସମୟ ଧରି ରନ୍‌େଓ୍ଵରେ ଛିଡ଼ା କରି ଦିଆଯାଇ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe