ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ଲିଗ୍‌ ଆରମ୍ଭ, ପର୍ପଲ ଓ ଭାଓଲେଟ୍‌ ବିଜୟୀ

Advertisment
ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ଲିଗ୍‌ ଆରମ୍ଭ, ପର୍ପଲ ଓ ଭାଓଲେଟ୍‌ ବିଜୟୀ

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ ଲିଗ୍‌। ଉଦ୍‌ଘାଟନୀ ମ୍ୟାଚ୍‌କୁ ଓଡ଼ିଶା ପର୍ପଲ ଦଳ ଜିତିନେଇଛି। ଏହି ଦଳ ୫୭ ରନ୍‌ରେ ଓଡ଼ିଶା ରେଡ୍‌କୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ କରିଥିବା ପର୍ପଲ ୪ ଵିକେଟ୍‌ ବିନିମୟରେ ୧୨୨ ରନ୍‌ କରିଥିଲା। ସରିତା ମେହେର (୫୫)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅଧିନାୟିକା ମଧୁସ୍ମିତା ବେହେରା ୪୫ ରନ୍‌ କରିଥିଲେ। ଜବାବରେ ରେଡ୍‌ ନିୟମିତ ଭାବେ ଵିକେଟ୍‌ ହରାଇ ୧୪.୫ ଓଭରରେ ୬୫ ରନ୍‌ କରିପାରିଥିଲା। ଜାନକୀ ରେଡ୍ଡୀ ୩, ଶୁଭ୍ର ନିର୍ଝରିଣୀ ସ୍ବାଇଁ, ବନଲତା ମଲ୍ଲିକ ଦୁଇଟି ଲେଖାଏଁ ଏବ˚ ମଧୁସ୍ମିତା ବେହେରା ଓ ଜିଏମ୍‌ ଅଳକାନନ୍ଦା ୧ ଵିକେଟ ଲେଖାଏଁ ନେଇଥିଲେ। ଅଲରାଉଣ୍ତ ପ୍ରଦର୍ଶନ ପାଇଁ ମଧୁସ୍ମିତାଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ରଶ୍ମିତା ଚିନାରାଙ୍କ ଅର୍ଧଶତକ ସାଙ୍ଗକୁ କଳ୍ପନା ନାୟକଙ୍କ ୩ ୱିକେଟ୍‌ ସଫଳତା ବଳରେ ଓଡ଼ିଶା ଭାଓଲେଟ୍‌ ୫ ରନ୍ (ଡିଏଲ୍‌ଏସ୍‌)ରେ ଓଡ଼ିଶା ଗ୍ରିନ୍‌କୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାଓଲେଟ ୨ ୱିକେଟ୍‌ ହରାଇ ୧୧୯ ରନ୍‌ କରିଥିଲା। ରଶ୍ମିତା ୫୧ ଏବଂ ଅଧିନାୟିକା ଅଞ୍ଜଳି ସିଂହ ୨୩ ରନ୍ କରି ଆଉଟ ହୋଇଥିଲେ। ତେବେ ସ୍ବିଟି ବେଉରା ୧୮* ଓ କୁନି ବଦରା ୧୧* ଅପରାଜିତ ରହି ଦଳୀୟ ସ୍କୋର୍‌କୁ ୧୦୦ ପାର୍‌ କରିଥିଲେ। ରାମେଶ୍ବରୀ ନାଏକ ଓ ସୁଶ୍ରୀ ଏ ସିଂହ ଗୋଟିଏ ଲେଖା‌ଏଁ ୱିକେଟ୍‌ ନେଇଥିଲେ।
ଜବାବରେ ଗ୍ରିନ୍‌ ଦଳର ୪.୧ ଓଭର ବେଳକୁ କିଛି ଫ୍ରଡ୍‌ଲାଇଟ୍‌ ତ୍ରୁଟି ଦେଖାଯିବାରୁ ଖେଳ ସ୍ଥଗିତ ରହିଥିଲା। ଫଳରେ ଗ୍ରିନ୍‌ ସମ୍ମୁଖରେ ଡିଏଲ୍‌ଏସ୍‌ ପ୍ରଣାଳୀ ଅନୁଯାୟୀ ୧୨ ଓଭରରେ ୮୧ ରନ୍‌ର ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଗ୍ରିନ୍‌ ୬ ୱିକେଟ୍‌ ହରାଇ ୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ସଫଳ ବ୍ୟାଟର୍‌ ଭାବେ ରସନରା ପରୱିନ (୧୭, ୧୫ ବଲ୍‌) ଏବଂ ବିଏଲ୍‌ଏସ୍‌ ବୈଷ୍ଣୋବୀ (୧୨, ୧୮ ବଲ୍‌) କେବଳ ଦୁଇ ଅଙ୍କ ଛୁଇଁଥିଲେ। ରଶ୍ମିତାଙ୍କୁ ମ୍ୟାଚ୍‌ ଶ୍ରେଷ୍ଠ ପୁରସ୍କାର ମିଳିଥିଲା।

ପ୍ରଥମ ରାଜ୍ୟ ସଂଘ ଭାବେ ଓଡ଼ିଶା ଏକ ରାଜ୍ୟସ୍ତରୀୟ ମହିଳା ଟି-୨୦ ଆୟୋଜନ କରିଛି। ଏହାର ପ୍ରଥମ ସଂସ୍କରଣରେ ମୋଟ ୫ ଦଳକୁ ନେଇ ୨୨ ମ୍ୟାଚ୍‌ ଖେଳାଯିବ। ସେଥିରେ ୫ ଦିବାରାତ୍ର ମ୍ୟାଚ୍‌ ସାମିଲ ରହିଛି। ମଧୁସ୍ମିତା ବେହେରା ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଭଳି ରାଜ୍ୟର ପ୍ରମୁଖ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିଛି। ଏହି ଲିଗ୍‌ର ଶୁକ୍ରବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଓସିଏ ସିଇଓ ସୁବ୍ରତ କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe