ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍‌ର କର୍ମଚାରୀ ଉନ୍ନୟନ କାର୍ଯ୍ୟକ୍ରମ

Advertisment
ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍‌ର କର୍ମଚାରୀ ଉନ୍ନୟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: ବେଦାନ୍ତ ଲିମିଟେଡର ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ୨ ଦିନ ବ୍ୟାପୀ ଗୋଷ୍ଠୀ ଏବଂ କର୍ମଚାରୀଙ୍କ ପାଇଁ ଅବସର ବି‌‌ନୋଦନ ତଥା ଉନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ଲାଣ୍ଟରେ ନିୟୋଜିତ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇଥିଲେ। ପ୍ଲାଣ୍ଟରେ କାର୍ଯ୍ୟରତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ବେଦାନ୍ତ ଲିମିଟେଡ ଆଲୁମିନା ବିଜନେସ୍ ସିଇଓ ରାହୁଲ ଶର୍ମା କହିଥିଲେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଗତ ୧୪ ବର୍ଷ ଭିତରେ କଳାହାଣ୍ଡିରେ ବେଦାନ୍ତ ଦ୍ବାରା ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଆଗାମୀ ଦିନରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଜାରି ରହିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe