ରୁଷ୍‌ରେ ସବୁ ପ୍ରକଳ୍ପ ବନ୍ଦ କଲା ବିଶ୍ବ ବ୍ୟାଙ୍କ

Advertisment
ଭାରତର ଅଭିବୃଦ୍ଧି ଆକଳନ କମାଇଲେ ବିଶ୍ବବ୍ୟାଙ୍କ, ଏଡିବି

Image Courtesy of Asianet News Bangla

ୱାସିଂଟନ: ୟୁକ୍ରେନ ଉପରେ ଆକ୍ରମଣ ଚଳାଇଥିବା ରୁଷ୍‌ ଏବଂ ଏହାର ଘନିଷ୍ଠ ସହଯୋଗୀ ଦେଶ ବେଲାରୁଷ୍‌କୁ ବିଶ୍ବ ବ୍ୟାଙ୍କ ଏକ ବଡ଼ ଝଟ୍‌କା ଦେଇଛି। ସେହି ଦୁଇ ଦେଶରେ ବିଶ୍ବବ୍ୟାଙ୍କ ଏହାର ସମସ୍ତ ପ୍ରକଳ୍ପକୁ ତୁରନ୍ତ ବନ୍ଦ ଘୋଷଣା କରିଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ୨୦୧୪ ମସିହାରୁ ରୁଷ୍‌କୁ କୌଣସି କୌଣସି ନୂଆ ଋଣ କିମ୍ବା ନିବେଶ ମଞ୍ଜୁର ହୋଇନାହିଁ। ୨୦୧୪ରେ ରୁଷ୍‌ କ୍ରିମିଆକୁ ନିଜ ସହ ମିଶାଇଥିଲା। ଏଥିଯୋଗୁ ବିଶ୍ବବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଥିଲା। ଏଥିସହିତ ୨୦୨୦ ମଧ୍ୟଭାଗରୁ ବିଶ୍ବ ବ୍ୟାଙ୍କ ବେଲାରୁଷ୍‌କୁ କୌଣସି ନୂଆ ଋଣ ମଞ୍ଜୁର କରିନାହିଁ। ବେଲାରୁଷ୍‌ର ରାଷ୍ଟ୍ରପତି ନିର୍ବାଚନ ବିବାଦୀୟ ରହିବା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ଏହି ଦେଶ ବିରୋଧରେ କଟକଣା ଲାଗୁ କରିଥିଲା। ତାହାପରେ ବିଶ୍ବ ବ୍ୟାଙ୍କ ଋଣ ମଞ୍ଜୁର ବନ୍ଦ କରିଛି। ୨୦୨୦ରେ ବେଲାରୁଷ୍‌କୁ ବିଶ୍ବ ବ୍ୟାଙ୍କ ୩୦୮ ନିୟୁତ ଡଲାରର ଋଣ ମଞ୍ଜୁର କରିଥିଲା। ସେଗୁଡ଼ିକ ମଧ୍ୟରେ ଅନେକ ସକ୍ରିୟ ପ୍ରକଳ୍ପ ରହିଛି।

ଅନପକ୍ଷ୍ୟରେ ବିଶ୍ବ ବ୍ୟାଙ୍କ ରୁଷିଆକୁ ୧୯୯୦ ଦଶକରୁ ୧୬ ବିଲିଅନ ଡଲାରରୁ ଅଧିକ ଋଣ ମଞ୍ଜୁର କରିଛି। ୨୦୧୩ ମସିହାରେ ନର୍ଥ କକାସସରେ ଏକ ୟୁଥ ପ୍ରୋଗ୍ରାମ ସମେତ ୨୦୧୦ ମସିହାର ଏକ ସାଂସ୍କୃତିକ ଐତିହ୍ୟା କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣର ପ୍ରଭାବ ଅନ୍ୟ ଦେଶଗୁଡ଼ିକ ଉପରେ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ୟୁକ୍ରେନକୁ ଅଧିକ ଋଣ ଯୋଗାଇ ଦିଆଯିବ ବୋଲି ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଘୋଷଣା କରିଥିଲେ। ଏହାର କିଛିଦିନ ପରେ ବିଶ୍ବ ବ୍ୟାଙ୍କ ରୁଷ ଓ ବେଲାରୁଷ ବିରୋଧରେ ଏଭଳି କଟକଣା ଲଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe