ବିଶ୍ବ ବ୍ୟାଙ୍କର ନୂଆ ଆକଳନ : କରୋନା ପାଇଁ ବିଶ୍ବରେ ଗରିବ ହୋଇଯିବେ ୧୨.୪ କୋଟି

Advertisment
୨୦୨୩ରେ ଶକ୍ତି ମୂଲ୍ୟ ୧୧% କମିବ: ବିଶ୍ବବ୍ୟାଙ୍କ

Vanguard

ନୂଆଦିଲ୍ଲୀ : କରୋନା କେବଳ ଲୋକଙ୍କ ଜୀବନ ନେଉନାହିଁ; ବଞ୍ଚିଥିବା ଲୋକମାନଙ୍କୁ ଗରିବ ମଧ୍ୟ କରିଦେଉଛି। ଲୋକଙ୍କ ଚାକିରି ଚାଲିଯିବା ସହିତ ରୋଜଗାର କମିଯାଉଛି। ଏଥିପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ବିଶ୍ବ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ନୂଆ ଆକଳନରେ ଏହା କୁହାଯାଇଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବରରେ କରାଯାଇଥିବା ସଂଖ୍ୟା ଠାରୁ ଏହା ଅଧିକ।

ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ୍‌ର ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ଉପରେ ଏକ ଆକଳନ କରିଥିଲା। ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ କହିଥିଲା। କିନ୍ତୁ ଚଳିତମାସରେ ବିଶ୍ବବ୍ୟାଙ୍କ ଏହାର ସଦ୍ୟତମ ଆକଳନ ପ୍ରକାଶ କରିଛି। ଏଥିରେ କରୋନା ପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି। ୨୦୨୦ ମସିହାରେ ବିଶ୍ବରେ ଦେଖାଦେଇଥିବା ଦାରିଦ୍ର୍ୟ ବୃଦ୍ଧି ସତରେ ଅପ୍ରତ୍ୟାଶିତ ବୋଲି ବିଶ୍ବ ବ୍ୟାଙ୍କ ଟିପ୍ପଣୀ କରିଛି। କରୋନା ହୋଇ ନଥିଲେ ବିଶ୍ବରେ କେତେ ଲୋକ ଗରିବ ହୋଇଥା‌ନ୍ତେ ଏବଂ କରୋନା ହେବା କାରଣରୁ କେତେ ଲୋକ ଗରିବ ହୋଇଛନ୍ତି ତାହାର ପ୍ରାର୍ଥକ୍ୟକୁ କରୋନା ପାଇଁ ନୂଆ ଗରିବ ବୋଲି ହିସାବ କରାଯାଇଛି।

ଗତ ୨୦ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହ୍ରାସ ଦିଗରେ ହୋଇଥିବା ଅଗ୍ରଗତି ପ୍ରତି କରୋନା କ୍ଷତି ପହଞ୍ଚାଇବ। ଏଥିସହିତ ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗରିବ ଲୋକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବିଶ୍ବ ବ୍ୟାଙ୍କ କହିଛି। ୧୯୯୯ ମସିହାରୁ ଆରମ୍ଭ କରି ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବରେ ଚରମ ଦାରିଦ୍ର୍ୟ ଭିତରେ ବାସ କରୁଥିବା ଲୋକଙ୍କ ସଂଖ୍ୟାରେ ୧୦୦ କୋଟି ହ୍ରାସ ଦେଖାଦେଇଥିଲା। କିନ୍ତୁ ଏହି ସଫଳତାର କିଛି ଅଂଶ ଉପରେ କରୋନା ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବିଶ୍ବବ୍ୟାଙ୍କ ସ୍ପଷ୍ଟ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe