ଚୌଦ୍ବାରରେ ହେବ ବିଶ୍ବସ୍ତରୀୟ ଟେକ୍ସଟାଇଲ୍‌ ପାର୍କ: ଓଟିଏମ୍, ପେପ୍‌ସୀ, ବଲାରପୁର କାଗଜକଳ ଉପରେ ମନ୍ତ୍ରୀଙ୍କ ସମୀକ୍ଷା

Advertisment
ଓଡ଼ିଶା ହସ୍ତତନ୍ତ, ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ ପୁନର୍ଗଠିତ

travelsintextiles.com

ଭୁବନେଶ୍ବର: ଉଚ୍ଚ ନ୍ୟାୟାଳୟରେ ବିଚାର ପାଇଁ ଥିବା ଚୌଦ୍ବାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍ ମିଲ୍‌ (ଓଟିଏମ୍‌) ମାମଲାର ତୁରନ୍ତ ଫଇସଲା କରିବା ସହିତ ସେଠାରେ ଏକ ବିଶ୍ବସ୍ତରୀୟ ଟେକ୍ସଟାଇଲ ପାର୍କ ସ୍ଥାପନ ଉପରେ ଆଜି ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗୁରୁତ୍ବାରୋପ କରିଛନ୍ତି। ମାମଲା ଗୁଡ଼ିକର ତୁରନ୍ତ ଫଇସଲା ପରେ ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ ବ୍ୟାପକ ପୁଞ୍ଜିନିବେଶ ଆହ୍ବାନ କରାଯିବା ସହିତ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ମାମଲା ଫଇସଲା ହେବା ପରେ ଇଡ୍‌କୋ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଓଟିଏମ୍‌ ଚୌଦ୍ବାରକୁ ଏକ ବିଶ୍ବସ୍ତୀୟ ଟେକ୍ସଟାଇଲ ପାର୍କରେ ପରିଣତ କରିବା ପାଇଁ ମନ୍ତ୍ରୀ ବୈଠକରେ ଗୁରୁତ୍ବରୋପ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ବଲାରପୁର କାଗଜ କଳର ପୁନଃକାର୍ଯ୍ୟକ୍ଷମ ସକାଶେ ମ୍ୟାନେଜମେଣ୍ଟ ସହିତ ଆଲୋଚନା ଓ ରାଜସ୍ବ ବିଭାଗ ସହ ଜମିଜମା ସଂକ୍ରାନ୍ତ ମାମଲାର ସମାଧାନ କରି ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବେ ଜଗତପୁରସ୍ଥିତ ପେପ୍‌ସୀ ୟୁନିଟ୍ ଦ୍ବାରା କରାଯାଇଥିବା ଆବଣ୍ଟିତ ଜମିରେ ଅନିୟମିତତାକୁ ବିଧିପୂର୍ବକ ସମାଧାନ କରିବାକୁ କଟକ ଜିଲ୍ଲାପାଳଙ୍କୁ କହିଛନ୍ତି। ଏହି ଭର୍ଚୁଆଲ ବୈଠକରେ ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମଡି ସଂଜୟ କୁମାର ସିଂହ, ଆଇନ ବିଭାଗର ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ‌‌ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe