ବିଶ୍ୱର ପଞ୍ଚମ ବୃହତ୍‌ ହୀରା ଖଣ୍ଡ ଆବିଷ୍କୃତ

Advertisment
ବିଶ୍ୱର ପଞ୍ଚମ ବୃହତ୍‌ ହୀରା ଖଣ୍ଡ ଆବିଷ୍କୃତ

ମାସେରୁ(ଲିସୋଥୋ): ବିଶ୍ୱରେ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ବୃହତ୍‌ ହୀରା ଖଣ୍ଡ ମଧ୍ୟରେ ୫ମ ବୃହତ୍‌ ହୀରାଖଣ୍ଡ ଲିସୋଥୋର ଏକ ଖଣିରୁ ମିଳିଛି। ବି୍ରଟେନ୍‌ର ଖଣି ଖନନକାରୀ କମ୍ପାନି ଜେମ୍‌ ଡାଇମଣ୍ଡ୍‌ସ ପକ୍ଷରୁ ଏହି ୯୧୦ କ୍ୟାରଟ୍‌ ହୀରା ପଥରକୁ ଖୋଳାଯାଇଛି। ଏହି ମୂଲ୍ୟବାନ ପଥର ଖଣ୍ଡର ଆକାର ଦୁଇଟି ଗଲ୍‌ଫ୍‌ବଲର ଆକାର ସହ ପ୍ରାୟ ସମାନ ହେବ। ଏତଦ୍‌ବ୍ୟତୀତ ଏହି ହୀରାଖଣ୍ଡର ଓଜନ ୬.୪ ଆଉନ୍ସ ରହିଛି, ଯାହାକି ବେସ୍‌ବଲ୍‌ର ଓଜନ (ପ୍ରାୟ ୫ ଆଉନ୍ସ) ଠାରୁ ଅଧିକ। ଲିବେରମ୍‌ କ୍ୟାପିଟାଲ ନାମକ ଏକ କମ୍ପାନିର ଜଣେ ଖଣି ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ହୀରାର ମୂଲ୍ୟ ୪୦ ନିୟୁତ ଡଲାର ବା ପ୍ରାୟ ୩୩ ନିୟୁତ ୟୁରୋ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe