ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ସ୍ଥାପନ ହେବାକୁ ଯାଉଥିବା ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍ ସ୍କୁଟର୍ କାରଖାନାରେ ପ୍ରତି ୨ ସେକେଣ୍ଡ୍ରେ ଗୋଟିଏ ସ୍କୁଟର ତିଆରି ହେବ ବୋଲି ଆକଳନ କରାଯାଇଛି।
Image Courtesy of NDTVଏହି କମ୍ପାନି ସ୍ଥାପନ କରିବାକୁ ଯାଉଥିବା ‘ଓଲା ଇଲେକ୍ଟ୍ରିକ୍ ମୋବିଲିଟି’ର ପ୍ରତିଷ୍ଠାତା ଭବିଶ ଅଗ୍ରଓ୍ଵାଲ୍ ଏଥିପାଇଁ ବାଙ୍ଗାଲୋର୍ ଉପକଣ୍ଠରେ କିଛି ଘର, ଛୋଟ ଛୋଟ ଦେବାଳୟ ଏବଂ ଆମ୍ବ ତୋଟା ଥିବା ୫୦୦ ଏକରବିଶିଷ୍ଟ ଏକ ଜାଗା ସର୍ବେକ୍ଷଣ କରିଛନ୍ତି। ଆଗାମୀ ୧୨ ସପ୍ତାହ ମଧ୍ୟରେ ଏହି ଫାଙ୍କାଳିଆ ସ୍ଥାନରେ ଆରମ୍ଭ ହେବ ବିଶ୍ୱର ବୃହତ୍ତମ ଇଲେକ୍ଟ୍ରିକ୍ ସ୍କୁଟର୍ କାରଖାନା। ୩୩୦ ନିୟୁତ ଡଲାର ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଏହି କାରଖାନାରୁ ବର୍ଷକୁ ପ୍ରାୟ ୨ ନିୟୁତ ସ୍କୁଟର୍ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି।
Image Courtesy of BloombergQuintସବୁକିଛି ଯୋଜନାମତେ ଚାଲିଲେ, ୨୦୨୨ ଗ୍ରୀଷ୍ମକାଳ ବେଳକୁ ଏହି କାରଖାନାରୁ ବାର୍ଷିକ ୧୦ ନିୟୁତ ଇ-ସ୍କୁଟର୍ ନିର୍ମାଣ ହୋଇପାରିବ। ଏହା ହେଉଛି ବିଶ୍ୱରରେ ଉତ୍ପାଦିତ ହେଉଥିବା ସମୁଦାୟ ଇ-ସ୍କୁଟର୍ର ୧୫%। ପ୍ରକାରାନ୍ତରେ କହିବାକୁ ଗଲେ, ଆସନ୍ତାବର୍ଷକୁ ଏହି କାରଖାନାର ସମ୍ପ୍ରସାରଣ ହେଲେ ପ୍ରତି ଦୁଇ ସେକେଣ୍ଡ୍ରେ ଗୋଟିଏ ସ୍କୁଟର୍ ବାହାରିବ।
Follow Us