ସାମ୍‌ସଙ୍ଗ୍‌ ଭାରତରେ ନିର୍ମାଣ କଲା ପୃଥିବୀର ସର୍ବବୃହତ୍‌ ମୋବାଇଲ୍‌ କାରଖାନା; ଖୁବ୍‌ ଶୀଘ୍ର ହେବ ଉତ୍ପାଦନ

ସାମ୍‌ସଙ୍ଗ୍‌ ଭାରତରେ ନିର୍ମାଣ କଲା ପୃଥିବୀର ସର୍ବବୃହତ୍‌ ମୋବାଇଲ୍‌ କାରଖାନା; ଖୁବ୍‌ ଶୀଘ୍ର ହେବ ଉତ୍ପାଦନ

ନୂଆଦିଲ୍ଲୀ:  ସୋମବାର ଉତ୍ତରପ୍ରଦେଶର ନୋଏଡ଼ାଠାରେ ବିଶ୍ୱର ବୃହତ୍‌ ମୋବାଇଲ୍‌ ନିର୍ମାଣକାରୀ କାରଖାନା ‘ସାମ୍‌ସଙ୍ଗ୍‌ ଇଲକ୍‌ଟ୍ରୋନିକ୍ସ’ ଉଦ୍‌ଘାଟନ ହେବ ବୋଲି ଜଣାପଡ଼ିଛି।

ଦକ୍ଷିଣ କୋରିଆର  ବୃହତ୍‌ ଟେକ୍ କମ୍ପାନି  ଏଯାବତ୍  ଭାରତରେ ୬୭ ମିଲିୟନ୍‌ ସ୍ମାର୍ଟଫୋନ୍‌ ନିର୍ମାଣ କରିଛି।  ଏହି ନୂଆ କାରଖାନରେ ଆଉ ୧୨୦ ମିଲିୟନ୍‌ ମୋବାଇଲ୍‌ ଫୋନ୍‌ ନିର୍ମାଣର ଆଶା ରହିଛି।

ଏବେ ସୁଦ୍ଧା ଭାରତ ଦ୍ୱିତୀୟ ବୃହତ୍‌ ମୋବାଇଲ୍‌ ବଜାର ହୋଇଥିବାରୁ ସାମ୍‌ସଙ୍ଗ୍‌ ଏହାର ଲାଭ ଉଠାଇବା ପାଇଁ ଚିନ୍ତା କରିଛି। କେବଳ ଦ୍ୱିତୀୟ ବୃହତ୍‌ ମୋବାଇଲ୍‌ ବଜାର ନୁହେଁ ବରଂ ପୂରା ବିଶ୍ୱରେ କେବଳ ଭାରତରେ ୧୦ ପ୍ରତିଶତ ମୋବାଇଲ୍‌ ବିକ୍ରି ହୋଇଥାଏ ବୋଲି ରିପୋର୍ଟ ରହିଛି।

publive-image

ସର୍ଭେରୁ ଜାଣିବାକୁ ମିଳିଛି ଯେ ୨୦୧୭ ମସିହାରେ ଭାରତରେ ମୋବାଇଲ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୨୯୯ ମିଲିୟନ୍‌ ଥିବା ବେଳେ ବର୍ଷ ଶେଷ ବେଳକୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ୩୪୦ ମିଲିୟନ୍‌ରେ ପହଞ୍ଚିଥିଲା।

୨୦୧୧ ସୁଦ୍ଧା ଭାରତରେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୪୨ ମିଲିୟନ୍‌ରେ ପହଞ୍ଚିଥିବ ବୋଲି ଆକଳନ କରାଯାଇଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ କେବଳ ଭାରତରେ ନୁହେଁ, ସାମସଙ୍ଗ୍‌ ଭାରତ ସମେତ ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା ଆଦିରେ ମଧ୍ୟ ନିଜର ମୋବାଇଲ୍‌ କାରବାର ବୃଦ୍ଧି କରାଇବାର ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe