ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ, ମୂଲ୍ୟ ୧୩୨ କୋଟି ଟଙ୍କା

Advertisment
ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ, ମୂଲ୍ୟ ୧୩୨ କୋଟି ଟଙ୍କା

ଲଣ୍ଡନ: ବ୍ରିଟେନ୍‌ରେ ‘ଏଫ୍‌ ୧’ ନମ୍ବର ଥିବା କାର ନମ୍ବର ପ୍ଲେଟର ମୂଲ୍ୟ ୧୩୨ କୋଟି ଟଙ୍କା ରହିଛି। ଏହି ନମ୍ବର ପ୍ଲେଟକୁ ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଳେଟ ବୋଲି କୁହାଯାଇଛି।

‘ଏଫ୍‌ ୧’ ନମ୍ବର ଥିବା ଏହି ନମ୍ବର ପ୍ଲେଟ ୧୦ବର୍ଷ ହେବ ବ୍ରିଟେନ୍‌ରେ ବହୁ ଚର୍ଚ୍ଚାରେ ରହିଛି। ଏହାକୁ ବିଭିନ୍ନ ମହଙ୍ଗା କାର୍‌ରେ ଦେଖିବାକୁ ମିଳିଛି। ଏହି ନମ୍ବର ପ୍ଲେଟକୁ ବିକ୍ରି କରିବାର ବିଜ୍ଞାପନ ଅଫଜଲ ଖାନ୍‌ ଦେଇଥିଲେ। ଖାନ୍‌ କିଛିଦିନ ପୂର୍ବରୁ ଏହି ନମ୍ବର ପ୍ଲେଟକୁ ୪କୋଟି ଟଙ୍କାରେ କ୍ରୟ କରିଥିଲେ। ଖାନ୍‌ ବ୍ରିଟେନ୍‌ରେ କଷ୍ଟମାଇଜ ଭେଇକିଲ ନିର୍ମାଣ କରି ବିକ୍ରି କରି ଥାଆନ୍ତି।

ଏହା ପୂର୍ବରୁ ବି ଲୋକମାନେ ଦୁବାଇ ଓ ଅନ୍ୟ ସହରମାନଙ୍କରେ ମହଙ୍ଗା ନମ୍ବର ପ୍ଲେଟ କିଣିଛନ୍ତି। ତେବେ ବ୍ରିଟେନ୍‌ର ‘ଏଫ୍‌ ୧’ ନମ୍ବର ଥିବା ଏହି ପ୍ଲେଟ ବହୁ ଚର୍ଚ୍ଚାରେ ରହିଛି। ଏହା ଯଦି ବିକ୍ରି ହୋଇଯାଏ ତେବେ ସବୁଠାରୁ ମହଙ୍ଗା ନମ୍ବର ପ୍ଳେଟ ହେବ। ଭାରତରେ ବି ଆପଣ ସ୍ପେଶାଲ ନମ୍ବର ପ୍ଲେଟ ନେଇ ପାରିବେ। କିନ୍ତୁ ଏହି ନମ୍ବର ପ୍ଲେଟ ପ୍ରଥମତଃ କଷ୍ଟମାଇଜ ହୋଇପାରିବ ନାହିଁ ଓ ଦ୍ୱିତୀୟ କଥା ଆପଣ ଏହାକୁ ୨ରୁ ୪ଲକ୍ଷ ଟଙ୍କାରେ କିଣି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe