ଆସୁଛି ପୂଜା: ଉତ୍ସବ ସମୟରେ ନୂଆ ପୋଷାକ ମନରେ ସକାରାତ୍ମକ ଭାବନା ଆଣେ

ଷ୍ଟାଇଲ୍‌ ବଜାରରେ ନୂଆ ଉତ୍ପାଦ ସମ୍ଭାର

ଆସୁଛି ପୂଜା: ଉତ୍ସବ ସମୟରେ ନୂଆ ପୋଷାକ ମନରେ ସକାରାତ୍ମକ ଭାବନା ଆଣେ

କରୋନା ମହାମାରୀ ଲୋକମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଏହି ସଙ୍କଟ ଧୀରେ ଧୀରେ ଦୂର ହେଉଥିବା ବେଳେ ଉତ୍ସବ ଋତୁର ଆଗମନ ହୋଇଛି। ଲୋକମାନଙ୍କ ପସନ୍ଦ ଅନୁସାରେ ନୂଆ ପୋଷାକ ଯୋଗାଇ ଆମେ ସେମାନଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବାକୁ ଚାହୁଛୁ ବୋଲି ‘ଷ୍ଟାଇଲ୍‌ ବଜାର’ର ନିର୍ଦେଶକ ଶ୍ରେୟାଂଶ ସୁରାନା କହିଛନ୍ତି। ଏହି ସଂସ୍ଥା ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ୯୩ଟି ଷ୍ଟୋର୍‌ ଖୋଲି ଲୋକମାନଙ୍କୁ ପୋଷାକ‌, ଆକ୍‌ସେସୋରିଜ୍ ଓ ଇଲେକ୍ଟ୍ରୋନିକ୍ସ ଆଦି ସାମଗ୍ରୀ ବିକ୍ରି କରୁଛି। ଏହାର ଷ୍ଟୋର୍‌ଗୁଡ଼ିକ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯାଇଛି। ବର୍ତ୍ତମାନ ଷ୍ଟାଇଲ୍‌ ବଜାରର ଷ୍ଟୋର୍‌ଗୁଡ଼ିକ ଓଡ଼ିଶା ସମେତ ଆସାମ, ପଶ୍ଚିମବଙ୍ଗ, ତ୍ରିପୁରା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ବିହାରରେ ରହିଛି।

ପୂଜା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ଶ୍ରୀ ସୁରାନା କହିଛନ୍ତି ଯେ ଏଥର ପୂଜାରେ ଆମେ ଗ୍ରାହକଙ୍କ ସହ ଖୁସି ବାଣ୍ଟିବାକୁ ଚାହୁଛୁ। ଆମେ ଆମର କୌଣସି ସାମଗ୍ରୀର ଦାମ୍ ବଢ଼ାଇନାହୁଁ। ଏହା ସହିତ ନୂତନ ସମ୍ଭାର ଆଣିଛୁ ଯାହକୁ ଆମ ଗ୍ରାହକମାନେ ବହୁତ ପସନ୍ଦ କରିବେ। ଆମ ଷ୍ଟୋର୍‌କୁ ଯେଉଁମାନେ ଆସିବେ ସେମାନେ ଖୁସିରେ ଉତ୍ସବକୁ ଉପଭୋଗ କରନ୍ତୁ ବୋଲି ଆମେ ଚାହୁଛୁ। ଓଡ଼ିଶାର ଗ୍ରାହକଙ୍କୁ ‌ଆମେ ସପିଙ୍ଗ୍‌ ଉପରେ ବିଭିନ୍ନ ଉପହାର ଦେବାର ବ୍ୟବସ୍ଥା କରିଛୁ। ତିନି ହଜାର ଟଙ୍କାର ସପିଙ୍ଗ୍‌ରେ ଟ୍ରଲି ବ୍ୟାଗ୍‌, ୫୦୦୦ ହଜାର ଟଙ୍କା କିଣାକିଣି ଉପରେ କାସେରୋଲ୍ ସେଟ୍ ଓ ୮୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସପିଙ୍ଗ୍‌ ଉପରେ ଆମେ ଗ୍ରାହକଙ୍କୁ ଲଗେଜ୍ ବ୍ୟାଗ୍‌ ଉପହାର ଦେବୁ।

ଷ୍ଟାଇଲ୍‌ ବଜାରରେ ଗ୍ରାହକମାନେ ୯୯ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତର ସାମଗ୍ରୀ ପାଇପାରିବେ। ଏହା ବ୍ୟତୀତ ସେମାନେ ୩୫୦୦ ଟଙ୍କା ଭଳି ମୂଲ୍ୟର ବ୍ରାଣ୍ଡେଡ୍‌ ଜିନ୍ସ ମଧ୍ୟ କିଣିପାରିବେ। କଂପାନିର ଗ୍ରାହକ ବର୍ଗ ବିଷୟରେ ଶ୍ରୀ ସୁରାନା କହିଛନ୍ତି ଯେ ମାସିକ ୫ ହଜାର ଟଙ୍କାରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ‌ଲୋକମାନେ ‌ହେଉଛନ୍ତି ଆମର ପ୍ରମୁଖ ଗ୍ରାହକ। ଏହା ବ୍ୟତୀତ ବ୍ରାଣ୍ଡେଡ୍‌ ପୋଷାକ କିଣିବା ଲାଗି ମଧ୍ୟ ଅନେକ ଗ୍ରାହକଙ୍କ ଭିତରେ ଆଗ୍ରହ ‌ଥିବା ଆମେ ଦେଖୁଛୁ। ସେଥିପାଇଁ ପ୍ରିମିୟମ୍ ଉତ୍ପାଦର ଏକ ବର୍ଗମାଳା ‌ଷ୍ଟୋର୍‌ରେ ରହୁଛି। ଷ୍ଟାଇଲ୍‌ ବଜାର ଅଧିକରୁ ଅଧିକ ଗ୍ରାହକଙ୍କ ନିକ‌ଟରେ ପହଞ୍ଚିବାକୁ ଯୋଜନା ରଖିଛି। ସେଥିପାଇଁ ଏହା ୧-୨ ବର୍ଷ ଭିତରେ ଏହାର ଷ୍ଟୋର୍‌ ସଂଖ୍ୟାକୁ ୧୦୦ରେ ପହଞ୍ଚାଇବାକୁ ଚାହୁଛି। କଂପାନିର ନୂଆ ଷ୍ଟୋର୍‌ଗୁଡ଼ିକ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମରେ ଖୋଲାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe