ଆସୁଛି ପୂଜା: ସବୁ ବର୍ଗର ଲୋକଙ୍କ ପାଇଁ ଅଜନ୍ତା ଆଣୁଛି ଜୋତା

Advertisment

ଇମ୍ପାକ୍ଟୋ ଦେଇଛି ବିପୁଳ ସଫଳତା

ଇମ୍ପାକ୍ଟୋ ଦେଇଛି ବିପୁଳ ସଫଳତା

ଆସୁଛି ପୂଜା: ସବୁ ବର୍ଗର ଲୋକଙ୍କ ପାଇଁ ଅଜନ୍ତା ଆଣୁଛି ଜୋତା

ଭୁବନେଶ୍ବର: କରୋନା ମହାମାରୀ ଆରମ୍ଭରେ ଲକ୍‌ଡାଉନ୍ ଯୋଗୁ କାରଖାନା ଏବଂ ସୋ’ରୁମ୍ ବନ୍ଦ ରହିଥିଲା। ଏଥିଯୋଗୁ ଆମେ ନୂଆ ନୂଆ ବ୍ୟବସାୟିକ ଯୋଜନା କାର୍ଯ୍ୟକାରୀ ପାଇଁ ଅନେକ ସୁଯୋଗ ପାଇଥିଲୁ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିତିରେ ସୁଧାର ଆସିଛି। ଗତବର୍ଷ ଅ‌ଗଷ୍ଟରୁ ଆମେ ଭଲ ବ୍ୟବସାୟ କରୁଛୁ। ବାର୍ଷିକ ୩୦ ପ୍ରତିଶତ ହାରରେ ଆଗକୁ ବଢ଼ୁଛୁ ବୋଲି ଅଜନ୍ତା ସୁଜ୍‌ର ଏମ୍‌ଡି ସାଗ୍‌ନିକ୍‌ ବଣିକ୍‌ କହିଛନ୍ତି।

‘ସମ୍ବାଦ’ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଅଜନ୍ତା ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ସମେତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଦୀର୍ଘଦିନ ହେଲା ବ୍ୟବସାୟ କରିଆସୁଛି। ନିକଟରେ ପଞ୍ଜାବ ବଜାରରେ ପ୍ରବେଶ କରିଛି। ଏଥିସହିତ ବାହାରିନ, ଦୁବାଇ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ କମ୍ପାନି ମଧ୍ୟ ରପ୍ତାନି କରୁଛି। ୧୯୫୬ ମସିହାରେ ରବର ପ୍ରୋସେସିଂ ୟୁନିଟରୁ ଅଜନ୍ତା ବ୍ରାଣ୍ଡ୍‌ ଆରମ୍ଭ ହୋଇଥିଲା। ସେହି ସମୟରେ ଆମର ଚିନ୍ତାଧାରା ଥିଲା ଭଲ ଜୋତା ତିଆରି କରି ଗ୍ରାହକଙ୍କୁ ଯୋଗାଇବା। ଜୋତା ନିର୍ମାଣରେ ବ୍ୟବହୃତ ଏଭଳି କୌଣସି ସାମଗ୍ରୀ ନାହିଁ ଯାହା ଅଜନ୍ତା ପ୍ରସ୍ତୁତ କରି ନଥାଏ। ଅଜନ୍ତା ନୈତିକ ମୂଲ୍ୟବୋଧକୁ ଆଧାର କରି ବ୍ୟବସାୟ କରିଥାଏ। ଜୋତା ନିର୍ମାଣ ପାଇଁ ସାମାଜିକ ଏବଂ ପରିବେଶ ମୂଲ୍ୟ ଯାହା ରହିଥାଏ ତାହାଠାରୁ ଅଧିକ ଆମେ ଗ୍ରାହକଙ୍କ ଠାରୁ ନେଇ ନଥାଉ। ପ୍ରଦୂଷଣ ନିୟନ୍ତ୍ରଣକୁ କମ୍ପାନି ସର୍ବାଧିକ ଗୁରୁତ୍ବ ଦେଇଥାଏ। ବର୍ଜ୍ୟବସ୍ତୁର ପୁନଃଚକ୍ରୀକରଣ ଏବଂ କମ୍ ଅଙ୍ଗାରକ ନିର୍ଗମନ କରି ଜୋତା ପ୍ରସ୍ତୁତ କରିଥାଏ। ସୌର ଶକ୍ତି ପ୍ରକଳ୍ପରେ କାରଖାନା ଚଳାଇଥାଏ। କମ୍ପାନିର ବର୍ତ୍ତମାନ ୪ଟି କାରଖାନା ରହିଛି। ଏଥିରୁ ୩ଟି କୋଲକାତାରେ ଓ ଗୋଟିଏ ହାଓଡ଼ାରେ ରହିଛି।

ତିନି ବର୍ଷ ତଳେ ଆମେ ଇମ୍ପାକ୍ଟୋ ବ୍ରାଣ୍ଡ୍‌ ଆରମ୍ଭ କରିଛୁ। ନିକଟରେ ଭୁବନେଶ୍ବରରେ ଏହାର ଏକ ଫ୍ଲାଗସିପ୍ ଷ୍ଟୋର ଖୋଲାଯାଇଛି। ଗ୍ରାହକଙ୍କ ଆଦୃତି ଭଲ ରହିଛି। ଆମେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶିଷ୍ଟ ଅନ୍ତର୍ଜାତୀୟ ମାନର ଜୋତା ସୁଲଭ ମୂଲ୍ୟରେ ଏହି ବ୍ରାଣ୍ଡ୍‌ରେ ବିକ୍ରି କରୁଛୁ। ୩ ବର୍ଷ ଭିତରେ ଆମେ ଇମ୍ପାକ୍ଟୋ ବ୍ରାଣ୍ଡ୍‌ରେ ୪୦ କୋଟିର ବ୍ୟବସାୟ କରିସାରିଛୁ। ଅଜନ୍ତା ଗ୍ରୁପର କାରବାର ୪୦୦ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛୁ।

ନିକଟରେ ଆମେ ୯୯୯ ଟଙ୍କା ରେଞ୍ଜର ଜୋତା ଇମ୍ପାକ୍ଟୋରେ ବିକ୍ରି କରୁଛୁ। ଏହି ଜୋତା ଅନ୍ୟ କମ୍ପାନିଙ୍କର ୯୯୯୯ ଟଙ୍କା ମୂଲ୍ୟର ଜୋତାକୁ ମାତ୍ ଦେଇପାରୁଛି। ଆମ ଜୋତାରେ ଗ୍ରାହକମାନେ ଅଧିକ ଆରାମ ଏବଂ ସୁରକ୍ଷା ପାଇପାରୁଛନ୍ତି। ୬୦ ବର୍ଷର କମ୍ପାନି ହୋଇଥିବାରୁ ଆମେ ଭାରତୀୟମାନଙ୍କ ପାଦ ସଂପର୍କରେ ଅଧିକ ଅଭିଜ୍ଞତା ହାସଲ କରିଛୁ। ଅତୀତରେ ଆମେ ଏକ ରବର କମ୍ପାନିରୁ ଜୋତା କମ୍ପାନିରେ କମ୍ପାନିରେ ପରିଣ ହୋଇଛୁ। ଆସନ୍ତା ୫ ବର୍ଷ ଭିତରେ ଆମେ ଏକ ଜୋତା କମ୍ପାନିରୁ ଉଚ୍ଚ ଜ୍ଞ‌ାନକୌଶଳଯୁକ୍ତ କମ୍ପାନିରେ ପରିଣତ ହେବାର ଲକ୍ଷ୍ୟ ରଖିଛୁ। ପଶ୍ଚିମବଙ୍ଗରେ ଆମେ ସ୍ପୋର୍ଟ ଜୋତାରେ ୧ ନମ୍ବର ରହିଛୁ। ବିହାର ଏବଂ ଝାଡ଼ଖଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମଧ୍ୟ ଆମେ ଖୁବଶୀଘ୍ର ୧ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଛୁ। ଓଡ଼ିଶା ବଜାରରେ ବି ଆମେ ଭଲ ପ୍ରଦର୍ଶନ ଜାରି କରିଛୁ। ଭୁବନେଶ୍ବରରେ ଇମ୍ପାକ୍ଟୋ ଷ୍ଟୋର ଖୋଲିବାର ପ୍ରଥମ ଦିନରେ ୫ ଘଣ୍ଟାରେ ଆମେ ୧ ଲକ୍ଷ ଟଙ୍କା ମୂଲ୍ୟର ୯୯୯ ଟଙ୍କିଆ ‌ଇ‌ମ୍ପାକ୍ଟୋ ଜୋତା ବିକ୍ରି କରି ସଫଳତା ହାସଲ କରିଛୁ। ନିକଟ ଭବିଷ୍ୟତରେ କମ୍ପାନି କଟକରେ ଏକ ଷ୍ଟୋର ଖୋଲିବା ଯୋଜନା ରଖିଛି ବୋଲି ସାଗନିକ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe