ଆସୁଛି ପୂଜା: ପ୍ରତି ଗ୍ରାହକଙ୍କ ମୁହଁରେ ଆମେ ଖୁସି ଦେଖିବାକୁ ଚାହୁଛୁ

Advertisment

ଏମ୍‌ ବଜାରରେ ସପିଙ୍ଗ୍‌ କଲେ ମିଳିବ ନିଶ୍ଚିତ ଉପହାର

ଏମ୍‌ ବଜାରରେ ସପିଙ୍ଗ୍‌ କଲେ ମିଳିବ ନିଶ୍ଚିତ ଉପହାର

ଆସୁଛି ପୂଜା: ପ୍ରତି ଗ୍ରାହକଙ୍କ ମୁହଁରେ ଆମେ ଖୁସି ଦେଖିବାକୁ ଚାହୁଛୁ

ଭୁବନେଶ୍ବର: ‌ସୁଲଭ ମୂଲ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସାମଗ୍ରୀ ଗ୍ରାହକମାନଙ୍କୁ ଯୋଗାଇବା ଲାଗି ‘ଏମ୍‌ବଜାର’ ପ୍ରତିବଦ୍ଧ ରହିଛି ବୋଲି କଂପାନିର ନିର୍ଦେଶକ-ମାର୍କେଟିଂ ଆଲୋକ ଚୌରସିଆ କହିଛନ୍ତି। ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ କଂପାନି ୬୦୦୦-୭୦୦୦ ବର୍ଗଫୁଟର ଷ୍ଟୋର୍‌ ସ୍ଥାପନ କରି ପୋଷାକ ଓ ଆକ୍‌ସେସୋରି ଆଦି ବିକ୍ରି କରୁଛି। ଯେଉଁ ସବୁ ସ୍ଥାନରେ ‌ଷ୍ଟୋର୍‌ ରହିଛି ସବୁଠାରେ ଗ୍ରାହକମାନେ ମେଟ୍ରୋ ବଜାର ଉତ୍ପାଦକୁ ବେଶ ପସନ୍ଦ କରୁଛନ୍ତି। ସେଥିପାଇଁ ଷ୍ଟୋର୍‌‌ରେ ଗ୍ରାହକଙ୍କ ଭିଡ଼ ସଦାସର୍ବଦା ଲାଗି ରହୁଛି। ଗ୍ରାହକଙ୍କ ଆଶାକୁ ପୂରଣ କରିବା ଏବଂ ସେମାନେ ଚାହୁଥିବା ସାମଗ୍ରୀ ଯୋଗାଇ ଦେବା ଲାଗି କଂପାନି ସଦାସର୍ବଦା ନୂଆ ସମ୍ଭାର ଆଣିବା ଲାଗି ଉଦ୍ୟମ କରିଥାଏ। ସାରା ଦେଶର ବିଭିନ୍ନ ସ୍ଥାନରୁ ଏମ୍‌ବଜାର ପୋଷାକ ସଂଗ୍ରହ କରିଥାଏ। ଏହାର କୋଲକାତାରେ ଏକ ସ୍ବତନ୍ତ୍ର ହବ୍‌ ରହିଛି। ସେଠାରେ ସାମଗ୍ରୀଗୁଡ଼ିକ ପହଞ୍ଚିବା ପରେ ବିଭିନ୍ନ ଷ୍ଟୋର୍‌କୁ ପଠାଯାଏ।

ଚଳିତ ବର୍ଷ ପୂଜା ବଜାରକୁ ନେଇ ଏମ୍‌ବଜାର ବେଶ ଆଶାବାଦୀ ଥିବା ବେଳେ ନୂଆ ସମ୍ଭାରକୁ ନେଇ ମଧ୍ୟ ଉତ୍ସାହିତ ରହିଛି। ଏ ସମ୍ପର୍କରେ ଶ୍ରୀ ଚୌରସିଆ କହିଛନ୍ତି ଯେ ଆମେ ପୋଷାକରେ ନୂଆ ଡିଜାଇନ୍ ଆଣିଛୁ। ମୋଦୀ କୋଟ୍‌ ଲୋକମାନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆମେ ଭାବୁଛୁ। ପୁରୁଷ ପୋଷାକ ବର୍ଗରେ ମଧ୍ୟ ବହୁତ ଭଲ ସାମଗ୍ରୀ ଉପଲବ୍ଧ କରାଇବାର ଆମର ଯୋଜନା ରହିଛି। ଚଳିତ ମାସରୁ ପୂଜା ଅଫର ଆରମ୍ଭ କରିବା ଲାଗି ଏମ୍‌ବଜାର ଲକ୍ଷ୍ୟ ରଖିଛି। ଏହି ଅବସରରେ ଗ୍ରାହକମାନଙ୍କୁ ସପିଙ୍ଗ୍‌ ଉପରେ ନିଶ୍ଚିତ ଉପହାର ପ୍ରଦାନ କରାଯିବ। ଷ୍ଟୋର୍‌କୁ ପ୍ରବେଶ କରୁଥିବା ପ୍ରତି ଗ୍ରାହକଙ୍କ ମୁହଁ‌ରେ କଂପାନି ଖୁସି ଦେଖିବାକୁ ଚାହୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe